'ଫାଲତୁ ମହାକୁମ୍ଭ, କୌଣସି ଅର୍ଥ ନାହିଁ; 'ଲାଲୁଙ୍କ ବୟାନ ଉପରେ ତେଜିଲା ରାଜନୀତି
ପାଟନା: ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନରେ ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ଘଟିବା ପରେ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ରେଳ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ସେ କୁମ୍ଭ ସ୍ନାନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଏହାକୁ ନେଇ ରାଜନୀତି ଜୋର ଧରିଛି। ଲାଲୁ ଯାଦବ କହିଛନ୍ତି, ରେଲଓ୍ଵେର ତ୍ରୁଟିପୁର୍ଣ୍ଣ ପରିଚାଳନା କାରଣରୁ ଦଳାଚକଟା ଘଟିଲା ଏବଂ ଏତେ ଲୋକଙ୍କ ପ୍ରାଣହାନୀ ଘଟିଲା। ନିଜକୁ ଦାୟୀ କରି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଇସ୍ତଫା ଦେବା ଉଚିତ୍। ଲାଲୁ କୁମ୍ଭମେଳାକୁ ଫାଲତୁ ବୋଲି କହିଛନ୍ତି।ଆରଜେଡି ସୁପ୍ରିମୋଙ୍କ ବୟାନ ଉପରେ ଏନଡିଏର ସହଯୋଗୀ ଦଳ କଡ଼ା ସ୍ଵରରେ ସମାଲୋଚନା କରିଛନ୍ତି। ବିଜେପିର ପ୍ରଭାକର ମିଶ୍ର, ଜେଡିୟୁର ରାଷ୍ଟ୍ରୀୟ ମୁଖପାତ୍ର ରାଜୀବ ରଞ୍ଜନ ଲାଲୁ ଯାଦବଙ୍କୁ ଦୁର୍ଘଟଣା ଉପରେ ରାଜନୀତି ନ କରିବାକୁ ଉପଦେଶ ଦେଇଛନ୍ତି। ଆରଏଲଏମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପେନ୍ଦ୍ରର କୁଶଓ୍ଵାହା ଲାଲୁ ଯାଦବଙ୍କୁ ବୁଢା ଦର୍ଶାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ବୟାନ ପାଇଁ ଲାଲୁ ଯାଦବଙ୍କୁ ଟ୍ରୋଲ ବି କରାଯାଉଛି। ଏହି ଦଳାଚକଟାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇ ଯାଇଛି। ନୂଆଦିଲ୍ଲୀ ଷ୍ଟେସନର ସିସିଟିଭି ଫୁଟେଜ୍କୁ ସିଲ୍ କରି ଦିଆଯାଇଛି।ଏହା ପୂର୍ବରୁ ଲାଲୁ ଯାଦବ କହିଛନ୍ତି ଯେ, ଘଟଣା ବହୁତ ଦୁଃଖଦ। ରେଳ ମନ୍ତ୍ରୀ ଘଟଣା ପାଇଁ ନିଜକୁ ଦ
ପାଟନା: ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନରେ ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ଘଟିବା ପରେ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ରେଳ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ସେ କୁମ୍ଭ ସ୍ନାନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଏହାକୁ ନେଇ ରାଜନୀତି ଜୋର ଧରିଛି। ଲାଲୁ ଯାଦବ କହିଛନ୍ତି, ରେଲଓ୍ଵେର ତ୍ରୁଟିପୁର୍ଣ୍ଣ ପରିଚାଳନା କାରଣରୁ ଦଳାଚକଟା ଘଟିଲା ଏବଂ ଏତେ ଲୋକଙ୍କ ପ୍ରାଣହାନୀ ଘଟିଲା। ନିଜକୁ ଦାୟୀ କରି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଇସ୍ତଫା ଦେବା ଉଚିତ୍। ଲାଲୁ କୁମ୍ଭମେଳାକୁ ଫାଲତୁ ବୋଲି କହିଛନ୍ତି।
ଆରଜେଡି ସୁପ୍ରିମୋଙ୍କ ବୟାନ ଉପରେ ଏନଡିଏର ସହଯୋଗୀ ଦଳ କଡ଼ା ସ୍ଵରରେ ସମାଲୋଚନା କରିଛନ୍ତି। ବିଜେପିର ପ୍ରଭାକର ମିଶ୍ର, ଜେଡିୟୁର ରାଷ୍ଟ୍ରୀୟ ମୁଖପାତ୍ର ରାଜୀବ ରଞ୍ଜନ ଲାଲୁ ଯାଦବଙ୍କୁ ଦୁର୍ଘଟଣା ଉପରେ ରାଜନୀତି ନ କରିବାକୁ ଉପଦେଶ ଦେଇଛନ୍ତି। ଆରଏଲଏମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପେନ୍ଦ୍ରର କୁଶଓ୍ଵାହା ଲାଲୁ ଯାଦବଙ୍କୁ ବୁଢା ଦର୍ଶାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ବୟାନ ପାଇଁ ଲାଲୁ ଯାଦବଙ୍କୁ ଟ୍ରୋଲ ବି କରାଯାଉଛି। ଏହି ଦଳାଚକଟାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇ ଯାଇଛି। ନୂଆଦିଲ୍ଲୀ ଷ୍ଟେସନର ସିସିଟିଭି ଫୁଟେଜ୍କୁ ସିଲ୍ କରି ଦିଆଯାଇଛି।
ଏହା ପୂର୍ବରୁ ଲାଲୁ ଯାଦବ କହିଛନ୍ତି ଯେ, ଘଟଣା ବହୁତ ଦୁଃଖଦ। ରେଳ ମନ୍ତ୍ରୀ ଘଟଣା ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଇ ଦେବା ଉଚିତ୍। ଯେବେ ତାଙ୍କୁ କୁମ୍ଭକୁ ନେଇ ପ୍ରଶ୍ନ କରାଗଲା, ସେ କହିଛନ୍ତି- ଆରେ କୁମ୍ଭର କୌଣସି ଅର୍ଥ ଅଛି, ଫାଲତୁ କୁମ୍ଭମେଳା।
ଲାଲୁ ପ୍ରସାଦ ଯାଦବଙ୍କ ଏମିତି ଟିପ୍ପଣୀ ଉପରେ ଏନଡିଏ କଡ଼ା ଜବାବ ଦେଇଛି। ବିଜେପିର ମୁଖପାତ୍ର ପ୍ରଭାକର ମିଶ୍ର ପ୍ରଶ୍ନ କରିଛନ୍ତି ଯେ, ରାବଡି ଦେବୀ ଯେବେ ଛଠ କରୁଛନ୍ତି କଣ ଗଙ୍ଗାରେ ବୁଡ଼ ପକାଉ ନାହାନ୍ତି କି ? କାଶୀ ବିଶ୍ଵନାଥରେ ଦର୍ଶନ କରିବା ପାଇଁ କଣ ତାଙ୍କ ପରିବାର ଯାଉ ନାହାନ୍ତି କି ? ଏଥର ତାଙ୍କର ଲକ୍ଷାଧିକ ଅନୁଗାମୀ କୁମ୍ଭ ସ୍ନାନ କରିବାକୁ ଯାଇଛନ୍ତି। ଲାଲୁ ଯାଦବ ନିଜ ଅନୁଗାମୀଙ୍କ ମଧ୍ୟ ଅପମାନ କରିଛନ୍ତି।
ଜେଡିୟୁର ମୁଖପାତ୍ର ଅରବିନ୍ଦ ନିଷାଦ ଲାଲୁ ଯାଦବଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଲାଲୁ ଯେବେ ରେଳ ମନ୍ତ୍ରୀ ଥିଲେ, ତାଙ୍କ ଅମଳରେ ଏକ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଉପରେ ରାଜନୀତି କରିବା ଉଚିତ୍ ନୁହେଁ। ରେଲଓ୍ଵେ ସହିତ ହିନ୍ଦୁ ସଭ୍ୟତା. ସଂସ୍କୃତି ଓ ସନାତନ ଉପରେ ପ୍ରଶ୍ନ କରିବା ଉଚିତ୍ ନୁହେଁ।