ଭାରତ ଗସ୍ତରେ କତାରର ଅମୀର ଶେଖ, ବିମାନ ବନ୍ଦର ସ୍ୱାଗତ ଜଣାଇଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: କତାରର ଅମୀର ଶେଖ ତମୀମ ବିନ ହମଦ ଅଲ-ଥାନୀ ଦୁଇ ଦିବସୀୟ ଭାରତ ଗସ୍ତରେ ଆସିଛନ୍ତି । ୧୦ ବର୍ଷ ଭିତରେ ଏହା ତାଙ୍କର ଦ୍ୱିତୀୟ ନୂଆଦିଲ୍ଲୀ କାର୍ଯ୍ୟକ୍ରମ । କତାର ଅମୀରଙ୍କୁ ସ୍ୱାଗତ ଜଣାଇବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହି ଗସ୍ତରେ କତାର ଅମୀରଙ୍କ ସହ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟୀ ପ୍ରତିନିଧିମଣ୍ଡଳ ସମେତ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧିମଣ୍ଡଳ ଭାରତ ଆସିଛନ୍ତି । ଅମୀର ଶେଖଙ୍କ ଏହି ଗସ୍ତ ଭାରତ ଏବଂ କତାର ଦ୍ୱିପାକ୍ଷିକ ବ୍ୟବସାୟ ଏବଂ ନିବେଶକଙ୍କୁ ବଢାଇବ । କତାର ଅମୀର ଶେଖ ୧୦ ବର୍ଷରେ ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି । ଏହା ପୂର୍ବରୁ ୨୦୧୫ରେ ସେ ଭାରତ ଆସିଥିଲେ । ଅମୀର ଶେଖ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱାପାକ୍ଷିକ ଆଲୋଚନା କରିବେ । ବୈଦେଶିକ ମନ୍ତ୍ରଣାଳୟ ବୟାନ ଅନୁସାରେ ଅମୀରଙ୍କ ଯାତ୍ରା ବିଭିନ୍ନ କ୍ଷେତ୍ରରେ ଆମର ବଢୁଥିବା ସହଯୋଗକୁ ଅଧିକ ଗତି ପ୍ରଦାନ କରିବ । ମଙ୍ଗଳବାର ଭାରତ ଏବଂ କତାର ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶକୁ ବଢାଇବା ଉପରେ ଚର୍ଚ୍ଚା କରାଯିବ ।#WATCH | Prime Minister Narendra Modi receives Amir of the State of Qatar, Sheikh Tamim Bin Hamad AL Thani, at the Palam Technical Airport in Delh

ଭାରତ ଗସ୍ତରେ କତାରର ଅମୀର ଶେଖ, ବିମାନ ବନ୍ଦର ସ୍ୱାଗତ ଜଣାଇଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: କତାରର ଅମୀର ଶେଖ ତମୀମ ବିନ ହମଦ ଅଲ-ଥାନୀ ଦୁଇ ଦିବସୀୟ ଭାରତ ଗସ୍ତରେ ଆସିଛନ୍ତି । ୧୦ ବର୍ଷ ଭିତରେ ଏହା ତାଙ୍କର ଦ୍ୱିତୀୟ ନୂଆଦିଲ୍ଲୀ କାର୍ଯ୍ୟକ୍ରମ । କତାର ଅମୀରଙ୍କୁ ସ୍ୱାଗତ ଜଣାଇବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହି ଗସ୍ତରେ କତାର ଅମୀରଙ୍କ ସହ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟୀ ପ୍ରତିନିଧିମଣ୍ଡଳ ସମେତ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧିମଣ୍ଡଳ ଭାରତ ଆସିଛନ୍ତି । ଅମୀର ଶେଖଙ୍କ ଏହି ଗସ୍ତ ଭାରତ ଏବଂ କତାର ଦ୍ୱିପାକ୍ଷିକ ବ୍ୟବସାୟ ଏବଂ ନିବେଶକଙ୍କୁ ବଢାଇବ । 

କତାର ଅମୀର ଶେଖ ୧୦ ବର୍ଷରେ ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି । ଏହା ପୂର୍ବରୁ ୨୦୧୫ରେ ସେ ଭାରତ ଆସିଥିଲେ । ଅମୀର ଶେଖ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱାପାକ୍ଷିକ ଆଲୋଚନା କରିବେ । ବୈଦେଶିକ ମନ୍ତ୍ରଣାଳୟ ବୟାନ ଅନୁସାରେ ଅମୀରଙ୍କ ଯାତ୍ରା ବିଭିନ୍ନ କ୍ଷେତ୍ରରେ ଆମର ବଢୁଥିବା ସହଯୋଗକୁ ଅଧିକ ଗତି ପ୍ରଦାନ କରିବ । ମଙ୍ଗଳବାର ଭାରତ ଏବଂ କତାର ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶକୁ ବଢାଇବା ଉପରେ ଚର୍ଚ୍ଚା କରାଯିବ ।

ମଙ୍ଗଳବାର ସକାଳେ କତାରର ଅମୀରଙ୍କୁ ରାଷ୍ଟ୍ରପତି ଭବନରେ ଔପଚାରିକ ସ୍ୱାଗତ କରାଯିବ । ଏହାପରେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଠକ ହେବ । ବୟାନ ଅନୁସାରେ ମଙ୍ଗଳବାର ଅପରାହ୍ଣରେ ସହମତି ପତ୍ରର ଆଦାନ-ପ୍ରଦାନ ହେବ । ଏହାପରେ କତରର ଅମୀର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବେ ।

ଭାରତ ଏବଂ କତାର ମଧ୍ୟରେ ପୁରୁଣା ବ୍ୟବସାୟିକ ସମ୍ପର୍କ ରହିଛି । ୨୦୦୦ରୁ ୨୦୨୪ ମଧ୍ୟରେ ଭାରତକୁ କତାରରୁ ୧.୫ ବିଲିୟନ ଡଲାରର ଏଫଡିଆଇ ମିଳିଛି । ୨୦୨୩-୨୪ରେ ଭାରତ ଏବଂ କତାର ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟିକ ନିଅଣ୍ଟ ୧୪ ବିଲିୟନ ଡଲାର ଥିଲା ।