ବିତିଗଲାଣି ୨୫ ବର୍ଷ, କାଳରାତ୍ରର କାହାଣୀକୁ ଭୁଲିନାହାଁନ୍ତି ଏରସମା ବାସୀ

ଜଗତସିଂହପୁର ୨୯/୧୦:୧୯୯୯ ମସିହା ମହାବାତ୍ୟା କୁ ପୁରିଛିି ୨୫ ବର୍ଷ । ୨୫ ବର୍ଷ ତଳେ ଅର୍ଥାତ୍‌ ୧୯୯୯, ଅକ୍ଟୋବର ୨୯ରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଏବେବି ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଛାତି ଥରିଉଠେ ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକରେ ରହୁଥିବା ଲୋକଙ୍କର । ମେଘ ସାଙ୍ଗକୁ ପବନ ରଚିଥିଲା ଧ୍ୱଂସଲୀଳା ।ସମୁଦ୍ରରୁ ୩୦ ଫୁଟ ଉଚ୍ଚର ଲୁଣା ଜୁଆର ଉଠି ଏରସମାର ଭୌଗୋଳିକ ସ୍ଥିତିକୁ ଛାରଖାର କରି ଚାଲିଗଲା। ଏହାର ପ୍ରଭାବରେ ଅନେକ ଘରଦ୍ୱାର, ଗଛ ଭାଙ୍ଗିବା ସହ ଶତାଧିକ ମଣିଷ, ଜୀବଜନ୍ତୁଙ୍କ ଜୀବନ ଯାଇଥିଲା। ତଥାପି ଏରସମାବାସୀଙ୍କ ମନରେ ସେଦିନର ଦୃଶ୍ୟ ଅଲିଭା ସ୍ମୃତି ହୋଇ ରହିଯାଇଛି।ସେଦିନର ସେହି କାଳ ରାତ୍ରିର କଳା କାହାଣୀ କାଲି ପରି ଲାଗୁଛି ଏରସମା ବାସୀଙ୍କୁ । ମହାବାତ୍ୟାର କରାଳ ଗ୍ରାସରେ ଉକ୍ତ ଅଞ୍ଚଳରୁ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର ଜୀବନ ହାନି ଘଟିଥିବା ବେଳେ ହଜାର ହଜାର ଗୋରୁ ଗାଈ ଭାସିଗଲେ । ଘରଦ୍ୱାର ଧନ ସମ୍ପତ୍ତି କୁଆଡେ ମିଳେଇ ଗଲା ଗଲା ବାତ୍ୟାର ତାଣ୍ଡବରେ । ୨୫ ବର୍ଷ ପରେ ଏରସମା ଅଂଚଳର ଅନେକ ଉନ୍ନତୀ ହୋଇଛି ସତ । ରାସ୍ତା ଘାଟ ଘରଦ୍ୱାର  ଆଦିରେ ଅନେକ ପରିବର୍ତ୍ତନ କରିଛନ୍ତି ସରକାର । ହେଲେ ତାହାରି ଭିତରେ ଅନେକ ଗାଁରେ ଆଜିବି ବିକାଶ ପାଲଟିଛି ଅପହଞ୍ଚ । 

ବିତିଗଲାଣି ୨୫ ବର୍ଷ, କାଳରାତ୍ରର କାହାଣୀକୁ ଭୁଲିନାହାଁନ୍ତି ଏରସମା ବାସୀ

ଜଗତସିଂହପୁର ୨୯/୧୦:୧୯୯୯ ମସିହା ମହାବାତ୍ୟା କୁ ପୁରିଛିି ୨୫ ବର୍ଷ । ୨୫ ବର୍ଷ ତଳେ ଅର୍ଥାତ୍‌ ୧୯୯୯, ଅକ୍ଟୋବର ୨୯ରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଏବେବି ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଛାତି ଥରିଉଠେ ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକରେ ରହୁଥିବା ଲୋକଙ୍କର । ମେଘ ସାଙ୍ଗକୁ ପବନ ରଚିଥିଲା ଧ୍ୱଂସଲୀଳା ।

ସମୁଦ୍ରରୁ ୩୦ ଫୁଟ ଉଚ୍ଚର ଲୁଣା ଜୁଆର ଉଠି ଏରସମାର ଭୌଗୋଳିକ ସ୍ଥିତିକୁ ଛାରଖାର କରି ଚାଲିଗଲା। ଏହାର ପ୍ରଭାବରେ ଅନେକ ଘରଦ୍ୱାର, ଗଛ ଭାଙ୍ଗିବା ସହ ଶତାଧିକ ମଣିଷ, ଜୀବଜନ୍ତୁଙ୍କ ଜୀବନ ଯାଇଥିଲା। ତଥାପି ଏରସମାବାସୀଙ୍କ ମନରେ ସେଦିନର ଦୃଶ୍ୟ ଅଲିଭା ସ୍ମୃତି ହୋଇ ରହିଯାଇଛି।


ସେଦିନର ସେହି କାଳ ରାତ୍ରିର କଳା କାହାଣୀ କାଲି ପରି ଲାଗୁଛି ଏରସମା ବାସୀଙ୍କୁ । ମହାବାତ୍ୟାର କରାଳ ଗ୍ରାସରେ ଉକ୍ତ ଅଞ୍ଚଳରୁ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର ଜୀବନ ହାନି ଘଟିଥିବା ବେଳେ ହଜାର ହଜାର ଗୋରୁ ଗାଈ ଭାସିଗଲେ । 

ଘରଦ୍ୱାର ଧନ ସମ୍ପତ୍ତି କୁଆଡେ ମିଳେଇ ଗଲା ଗଲା ବାତ୍ୟାର ତାଣ୍ଡବରେ । ୨୫ ବର୍ଷ ପରେ ଏରସମା ଅଂଚଳର ଅନେକ ଉନ୍ନତୀ ହୋଇଛି ସତ । ରାସ୍ତା ଘାଟ ଘରଦ୍ୱାର  ଆଦିରେ ଅନେକ ପରିବର୍ତ୍ତନ କରିଛନ୍ତି ସରକାର । ହେଲେ ତାହାରି ଭିତରେ ଅନେକ ଗାଁରେ ଆଜିବି ବିକାଶ ପାଲଟିଛି ଅପହଞ୍ଚ ।