ପାକିସ୍ତାନକୁ ଧ୍ୱଂସ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି ଶହବାଜ ! ଭାରତକୁ ଦେଉଛନ୍ତି ଫମ୍ପା ଧମକ
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନରେ ଥିବା ଆତଙ୍କୀ ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ କରି ଧ୍ୱଂସ କରିଛି । ଭାରତୀୟ ସେନା ‘ଅପରେସନ ସିନ୍ଦୂର’ରେ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବାର ୯୦ରୁ ଅଧିକ ଆତଙ୍କୀ ନିପାତ କରିଛି । ଭାରତର ଜବାବର ଅନେକ ଘଣ୍ଟା ପରେ ବି ପାକିସ୍ତାନରେ ଏବେ ବି ଭୟର ମାହୋଲ ରହିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଭାରତ ପଟୁ ହୋଇଥିବା ଏୟାରଷ୍ଟ୍ରାଇକକୁ ସ୍ୱୀକାର କରିଛନ୍ତି । ଏହାସହ ସେ ଦାବି କରିଛନ୍ତି ଯେ ଏହି ଆକ୍ରମଣରେ ଭାରତର ୮୦ ବିମାନ ସାମିଲ ଥିଲା ।ପାକିସ୍ତାନ ପିଏମ୍ କହିଛନ୍ତି ଯେ ଯେକୌଣସି ମୁକାବିଲା ସାମନା କରିବା ପାଇଁ ପାକିସ୍ତାନ ସେନା ପ୍ରସ୍ତୁତ ଥିଲା । କିନ୍ତୁ ଏହି ଦାବିର ବାସ୍ତବତା ଏହା ଯେ ଭାରତ ବିନା କୌଣସି ଅସୁବିଧାରେ କିଛି ମିନିଟ୍ ଭିତରେ ମିସାଇଲ୍ ଆକ୍ରମଣ କରି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା, ଆଉ ପାକିସ୍ତାନ ଦେଖଣାହାରୀ ହୋଇଥିଲା । ସଂସଦକୁ ସମ୍ୱୋଧିତ କରି ଶହବାଜ ଦାବି କରିଛନ୍ତି, 'ଗତ ରାତିରେ ୮୦ ଭାରତୀୟ ବିମାନ ଆକ୍ରମଣରେ ସାମିଲ ଥିଲେ ।' ଭାରତର ଯୋଜନା ବାବଦରେ ପୂର୍ବରୁ ତାଙ୍କ ସେନାକୁ ସୂଚନା ଥିବା ସେ କହିଛନ୍ତି । ପଢନ୍ତୁ: ‘ଅପରେସନ ସିନ୍ଦୂର’କୁ ନେଇ ଭାରତକୁ ସମର୍ଥନ କଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାଣନ୍ତୁ କହିଲେ କ’ଣ?ଶାହବାଜ ଆହୁରି କହିଛନ୍ତି ଯେ ଆମେ ଆମ ଦେଶର ସମ୍ମାନ ଏବଂ ସୁ
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନରେ ଥିବା ଆତଙ୍କୀ ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ କରି ଧ୍ୱଂସ କରିଛି । ଭାରତୀୟ ସେନା ‘ଅପରେସନ ସିନ୍ଦୂର’ରେ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବାର ୯୦ରୁ ଅଧିକ ଆତଙ୍କୀ ନିପାତ କରିଛି । ଭାରତର ଜବାବର ଅନେକ ଘଣ୍ଟା ପରେ ବି ପାକିସ୍ତାନରେ ଏବେ ବି ଭୟର ମାହୋଲ ରହିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଭାରତ ପଟୁ ହୋଇଥିବା ଏୟାରଷ୍ଟ୍ରାଇକକୁ ସ୍ୱୀକାର କରିଛନ୍ତି । ଏହାସହ ସେ ଦାବି କରିଛନ୍ତି ଯେ ଏହି ଆକ୍ରମଣରେ ଭାରତର ୮୦ ବିମାନ ସାମିଲ ଥିଲା ।
ପାକିସ୍ତାନ ପିଏମ୍ କହିଛନ୍ତି ଯେ ଯେକୌଣସି ମୁକାବିଲା ସାମନା କରିବା ପାଇଁ ପାକିସ୍ତାନ ସେନା ପ୍ରସ୍ତୁତ ଥିଲା । କିନ୍ତୁ ଏହି ଦାବିର ବାସ୍ତବତା ଏହା ଯେ ଭାରତ ବିନା କୌଣସି ଅସୁବିଧାରେ କିଛି ମିନିଟ୍ ଭିତରେ ମିସାଇଲ୍ ଆକ୍ରମଣ କରି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା, ଆଉ ପାକିସ୍ତାନ ଦେଖଣାହାରୀ ହୋଇଥିଲା । ସଂସଦକୁ ସମ୍ୱୋଧିତ କରି ଶହବାଜ ଦାବି କରିଛନ୍ତି, 'ଗତ ରାତିରେ ୮୦ ଭାରତୀୟ ବିମାନ ଆକ୍ରମଣରେ ସାମିଲ ଥିଲେ ।' ଭାରତର ଯୋଜନା ବାବଦରେ ପୂର୍ବରୁ ତାଙ୍କ ସେନାକୁ ସୂଚନା ଥିବା ସେ କହିଛନ୍ତି ।
ପଢନ୍ତୁ: ‘ଅପରେସନ ସିନ୍ଦୂର’କୁ ନେଇ ଭାରତକୁ ସମର୍ଥନ କଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାଣନ୍ତୁ କହିଲେ କ’ଣ?
ଶାହବାଜ ଆହୁରି କହିଛନ୍ତି ଯେ ଆମେ ଆମ ଦେଶର ସମ୍ମାନ ଏବଂ ସୁରକ୍ଷା ପାଇଁ ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ଲଢ଼ିବାକୁ ପ୍ରସ୍ତୁତ । ଶାହବାଜଙ୍କ ଏହି ବୟାନରୁ ସ୍ପଷ୍ଟ ଯେ ସେ ପାକିସ୍ତାନକୁ ଧ୍ୱଂସ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି, କାରଣ ଭାରତ ସ୍ପଷ୍ଟ ଭାବରେ କହିଛି ଯେ ଅପରେସନ ସିନ୍ଦୁର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏବେ ଯଦି ପାକିସ୍ତାନ କିଛି କରିବାକୁ ସାହସ କରେ ତେବେ ଏହାର ବିନାଶ ସୁନିଶ୍ଚିତ ।