ଦିଲ୍ଲୀ ଓ ଚେନ୍ନାଇ ପରେ ଏବେ ମୁମ୍ବାଇରେ ପ୍ରତିନିଧି କାର୍ଯ୍ୟାଳୟ ଖୋଲିବାକୁ ଯାଉଛି ତାଇୱାନ

ନୂଆଦିଲ୍ଲୀ ୧୧।୧୦:  ତାଇୱାନକୁ ମୁମ୍ବାଇରେ ତୃତୀୟ ତଥା ନୂଆ ପ୍ରତିନିଧି କାର୍ଯ୍ୟାଳୟ ଖୋଲିବା ଲାଗି ଭାରତ ଅନୁମତି ଦେଇଛି। ତାଇୱାନ ଅକ୍ଟୋବର ୧୬ ତାରିଖରେ ମୁମ୍ବାଇରେ ନିଜର ନୂଆ ଅଫିସ ଖୋଲିବ। ତେବେ ଏହା ପୂର୍ବରୁ ଦିଲ୍ଲୀ ଓ ଚେନ୍ନାଇରେ ତାଇୱାନର କାର୍ଯ୍ୟାଳୟ ଖୋଲି ସାରିଛି। ଭାରତ ଓ ତାଇୱାନ ମଧ୍ୟରେ ସମ୍ପର୍କର ଏହି ସଂକେତ ଚୀନ୍ ଲାଗି ଏବେ ଖଟକା ହେବାକୁ ଯାଉଛି। ତାଇୱାନର ବାସ୍ତବିକ ରାଜଦୂତ ବାଉସୁଆନ ଗେର ଭାରତରେ ତାଙ୍କର କାର୍ଯ୍ୟାଳୟ ଖୋଲୁଥିବାର ଘୋଷଣା କରିଛନ୍ତି। ଏହି ଘୋଷଣା କାଳରେ ଗେର ଜୋର ଦେଇ କହିଥିଲେ ଯେ ଏହି ମିସନ ତାଇୱାନ ଓ ଭାରତୀୟ ବ୍ୟସାୟୀଙ୍କ ମଧ୍ୟରେ ମଜଭୁତ ସମ୍ବଦ୍ଧକୁ ଆହୁରି ସୁବିଧାଜନକ କରିବ। ତାଇୱାନର ‘ନ୍ୟୁ ସାଉଥ ବାଉଣ୍ଡ ପଲିସି’ ଅନ୍ତର୍ଗତ ମୁମ୍ବାଇରେ ନୂଆ କାର୍ଯ୍ୟାଳୟର ସ୍ଥାପନା ଭାରତ ସହିତ ତାଇୱାନର ସମ୍ପର୍କ ବିସ୍ତାରର ଏକ ଅଂଶ ବିଶେଷ। ମୁମ୍ବାଇରେ ନୂଆ କାର୍ଯ୍ୟାଳୟ ଖୋଲିବା ସହ ଭାରତରେ ତାଇୱାନର କୂଟନୀତିଜ୍ଞଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇବ। ଏହା ସହିତ ଏଠାରେ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବଢିଯିବ। ତେବେ ଭାରତରେ ତାଇୱାନର ଏହି ପଦକ୍ଷେପ ଯୋଗୁ ଚୀନ୍ ର ଭୃ କୁଞ୍ଚନ ହୋଇପାରେ। କାରଣ ତାଇୱାନକୁ ଚୀନ ନିଜର ଅଭିନ୍ନ ଅଂଶ ମନେ କରେ। ଖାସ ଏଥି ପାଇଁ ଅନ୍ୟ ଦେଶଙ୍କ ସହ ତାଇୱାନର କୁଟନୈତିକ ସମ୍ପର୍କକୁ ବିରୋଧ ମଧ୍ୟ କରେ। ଦେଖାଯାଏ ତାଇୱାନ କମ୍ପାନୀମାନେ ଚୀନ୍‌ରେ ହିଁ ନିବେଶ କରୁଛନ୍ତି।

ଦିଲ୍ଲୀ ଓ ଚେନ୍ନାଇ ପରେ ଏବେ ମୁମ୍ବାଇରେ ପ୍ରତିନିଧି କାର୍ଯ୍ୟାଳୟ ଖୋଲିବାକୁ ଯାଉଛି ତାଇୱାନ

ନୂଆଦିଲ୍ଲୀ ୧୧।୧୦:  ତାଇୱାନକୁ ମୁମ୍ବାଇରେ ତୃତୀୟ ତଥା ନୂଆ ପ୍ରତିନିଧି କାର୍ଯ୍ୟାଳୟ ଖୋଲିବା ଲାଗି ଭାରତ ଅନୁମତି ଦେଇଛି। ତାଇୱାନ ଅକ୍ଟୋବର ୧୬ ତାରିଖରେ ମୁମ୍ବାଇରେ ନିଜର ନୂଆ ଅଫିସ ଖୋଲିବ। ତେବେ ଏହା ପୂର୍ବରୁ ଦିଲ୍ଲୀ ଓ ଚେନ୍ନାଇରେ ତାଇୱାନର କାର୍ଯ୍ୟାଳୟ ଖୋଲି ସାରିଛି। ଭାରତ ଓ ତାଇୱାନ ମଧ୍ୟରେ ସମ୍ପର୍କର ଏହି ସଂକେତ ଚୀନ୍ ଲାଗି ଏବେ ଖଟକା ହେବାକୁ ଯାଉଛି। ତାଇୱାନର ବାସ୍ତବିକ ରାଜଦୂତ ବାଉସୁଆନ ଗେର ଭାରତରେ ତାଙ୍କର କାର୍ଯ୍ୟାଳୟ ଖୋଲୁଥିବାର ଘୋଷଣା କରିଛନ୍ତି। 

ଏହି ଘୋଷଣା କାଳରେ ଗେର ଜୋର ଦେଇ କହିଥିଲେ ଯେ ଏହି ମିସନ ତାଇୱାନ ଓ ଭାରତୀୟ ବ୍ୟସାୟୀଙ୍କ ମଧ୍ୟରେ ମଜଭୁତ ସମ୍ବଦ୍ଧକୁ ଆହୁରି ସୁବିଧାଜନକ କରିବ। ତାଇୱାନର ‘ନ୍ୟୁ ସାଉଥ ବାଉଣ୍ଡ ପଲିସି’ ଅନ୍ତର୍ଗତ ମୁମ୍ବାଇରେ ନୂଆ କାର୍ଯ୍ୟାଳୟର ସ୍ଥାପନା ଭାରତ ସହିତ ତାଇୱାନର ସମ୍ପର୍କ ବିସ୍ତାରର ଏକ ଅଂଶ ବିଶେଷ। ମୁମ୍ବାଇରେ ନୂଆ କାର୍ଯ୍ୟାଳୟ ଖୋଲିବା ସହ ଭାରତରେ ତାଇୱାନର କୂଟନୀତିଜ୍ଞଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇବ। ଏହା ସହିତ ଏଠାରେ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବଢିଯିବ। 

ତେବେ ଭାରତରେ ତାଇୱାନର ଏହି ପଦକ୍ଷେପ ଯୋଗୁ ଚୀନ୍ ର ଭୃ କୁଞ୍ଚନ ହୋଇପାରେ। କାରଣ ତାଇୱାନକୁ ଚୀନ ନିଜର ଅଭିନ୍ନ ଅଂଶ ମନେ କରେ। ଖାସ ଏଥି ପାଇଁ ଅନ୍ୟ ଦେଶଙ୍କ ସହ ତାଇୱାନର କୁଟନୈତିକ ସମ୍ପର୍କକୁ ବିରୋଧ ମଧ୍ୟ କରେ। ଦେଖାଯାଏ ତାଇୱାନ କମ୍ପାନୀମାନେ ଚୀନ୍‌ରେ ହିଁ ନିବେଶ କରୁଛନ୍ତି। କିନ୍ତୁ ଅସଲରେ ଦୁଇ ଦେଶଙ୍କ ସମ୍ପର୍କ ଆଦୌ ଭଲ ନାହିଁ। ଗୋଟିଏ ପଟେ ତାଇୱାନ ସରକାର ନିଜ ଦେଶକୁ ଆଗକୁ ବଢାଇବାକୁ ଉଦ୍ୟମ କରୁଥିବା ବେଳେ ଚୀନ ଏହାର କଡ଼ା ବିରୋଧ କରୁଛି। ଏଥିରେ ଅନେକବାର ଚୀନ ନିଜର ସୈନ୍ୟ ଶକ୍ତି ଦେଖାଇ ତାଇୱାନକୁ ଡରେଇବାକୁ ମଧ୍ୟ ଉଦ୍ୟମ କରିଛି। ଏହି କାରଣରୁ ତାଇୱାନ କମ୍ପାନୀମାନେ ଚୀନ୍‌ରୁ ସେମାନଙ୍କ କାରବାର ବାନ୍ଧିବା ଆରମ୍ଭ କରିଦେଲେଣି।