୨୦୨୫ ଆଇପିଏଲରେ ଆରସିବି ପାଇଁ ଖେଳିବେ ରାହୁଲ! ବଡ଼ ସଙ୍କେତ ଦେଲା ଫ୍ରାଞ୍ଚାଇଜ୍‌

ନୂଆଦିଲ୍ଲୀ,୧।୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ୨୭ ସେପ୍ଟେମ୍ବରରୁ ଖେଳାଯାଉଛି, କିନ୍ତୁ ଭାରତ ଏହି ମ୍ୟାଚ ପାଇଁ ଚତୁର୍ଥ ଦିନ ବ୍ୟାଟିଂ କରିବାର ସୁଯୋଗ ମିଳିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏହି ମ୍ୟାଚ ସମୟରେ ଏକ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛି। ଯାହା ପରେ ଏବେ ଅନୁମାନ କରାଯାଉଛି ଯେ ଲକ୍ଷ୍ନୌ ସୁପର ଜାଏଣ୍ଟସ (ଏଲଏସ୍‌ଜି) ଅଧିନାୟକ କେ.ଏଲ ରାହୁଲ ଆଇପିଏଲ ୨୦୨୫ରେ ଆରବିସି ପାଇଁ ଖେଳିପାରନ୍ତି। ଆରସିବି  ଏହାର […] The post ୨୦୨୫ ଆଇପିଏଲରେ ଆରସିବି ପାଇଁ ଖେଳିବେ ରାହୁଲ! ବଡ଼ ସଙ୍କେତ ଦେଲା ଫ୍ରାଞ୍ଚାଇଜ୍‌ appeared first on Dharitri Odia News.

୨୦୨୫ ଆଇପିଏଲରେ ଆରସିବି ପାଇଁ ଖେଳିବେ ରାହୁଲ! ବଡ଼ ସଙ୍କେତ ଦେଲା ଫ୍ରାଞ୍ଚାଇଜ୍‌

ନୂଆଦିଲ୍ଲୀ,୧।୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ୨୭ ସେପ୍ଟେମ୍ବରରୁ ଖେଳାଯାଉଛି, କିନ୍ତୁ ଭାରତ ଏହି ମ୍ୟାଚ ପାଇଁ ଚତୁର୍ଥ ଦିନ ବ୍ୟାଟିଂ କରିବାର ସୁଯୋଗ ମିଳିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏହି ମ୍ୟାଚ ସମୟରେ ଏକ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛି। ଯାହା ପରେ ଏବେ ଅନୁମାନ କରାଯାଉଛି ଯେ ଲକ୍ଷ୍ନୌ ସୁପର ଜାଏଣ୍ଟସ (ଏଲଏସ୍‌ଜି) ଅଧିନାୟକ କେ.ଏଲ ରାହୁଲ ଆଇପିଏଲ ୨୦୨୫ରେ ଆରବିସି ପାଇଁ ଖେଳିପାରନ୍ତି।

ଆରସିବି  ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଫଟୋ ପୋଷ୍ଟ କରିଛି । ଯେଉଁଥିରେ ବିରାଟ କୋହଲି ଏବଂ କେ.ଏଲ ରାହୁଲ ଏକ ଟିଭି ଭିତରେ ଏକାଠି ନଜର ଆସିଛନ୍ତି। ଏହି ଫଟୋ କୋହଲି ଏବଂ ରାହୁଲଙ୍କ ମଧ୍ୟରେ ଚାଲିଥିବା ସହଭାଗୀତାର ଅଟେ। ଏହି ପୋଷ୍ଟର କ୍ୟାପଶନରେ ଲେଖା ଅଛି, ପ୍ରିୟ ପଡ଼ୋଶୀମାନେ, ଆଜି ଟିମ ଇଣ୍ଡିଆର ପ୍ରଦର୍ଶନ ଦେଖିବା ପରେ ଆପଣଙ୍କର ଟିଭି ଭାଙ୍ଗିବେ ନାହିଁ। ଶାନ୍ତି ବଜାୟ ରଖନ୍ତୁ! ଏହି ପୋଷ୍ଟ ପରେ, କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ ଆଇପିଏଲ ୨୦୨୫ରେ କେ.ଏଲ ରାହୁଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳିପାରନ୍ତି।

The post ୨୦୨୫ ଆଇପିଏଲରେ ଆରସିବି ପାଇଁ ଖେଳିବେ ରାହୁଲ! ବଡ଼ ସଙ୍କେତ ଦେଲା ଫ୍ରାଞ୍ଚାଇଜ୍‌ appeared first on Dharitri Odia News.