ଯୁବକଙ୍କୁ ସ୍କୁଲ ନିକଟରେ ଅଟକାଇ ଲୁହାଛଡ଼ରେ ପିଟିଲେ

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ରାଜପୁର ଗାଁର ସୁଶାନ୍ତ ବିଷୋୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ପୂର୍ବ ଶତ୍ରୁତାରୁ ସୁଶାନ୍ତଙ୍କୁ ତାଙ୍କ ପଡ଼ୋଶୀ ବାହାନ ସ୍ବାଇଁ ଏବଂ ତୋଫାନ ସ୍ବାଇଁ ଦୁଇଭାଇ ଶୁକ୍ରବାର ସନ୍ଧ୍ୟାରେ ଗାଁ ସ୍କୁଲ ନିକଟରେ ଅଟକାଇ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏନେଇ ଦିଗପହଣ୍ଡି ଥାନାରେ ଏତଲା ପରେ ଭାରପ୍ରାପ୍ତ ଆଇଆଇସି […] The post ଯୁବକଙ୍କୁ ସ୍କୁଲ ନିକଟରେ ଅଟକାଇ ଲୁହାଛଡ଼ରେ ପିଟିଲେ appeared first on Dharitri Odia News.

ଯୁବକଙ୍କୁ ସ୍କୁଲ ନିକଟରେ ଅଟକାଇ ଲୁହାଛଡ଼ରେ ପିଟିଲେ

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ରାଜପୁର ଗାଁର ସୁଶାନ୍ତ ବିଷୋୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ପୂର୍ବ ଶତ୍ରୁତାରୁ ସୁଶାନ୍ତଙ୍କୁ ତାଙ୍କ ପଡ଼ୋଶୀ ବାହାନ ସ୍ବାଇଁ ଏବଂ ତୋଫାନ ସ୍ବାଇଁ ଦୁଇଭାଇ ଶୁକ୍ରବାର ସନ୍ଧ୍ୟାରେ ଗାଁ ସ୍କୁଲ ନିକଟରେ ଅଟକାଇ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏନେଇ ଦିଗପହଣ୍ଡି ଥାନାରେ ଏତଲା ପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ ପାତ୍ର ନଂ.୧୯୯/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ସୁଶାନ୍ତ ସନ୍ଧ୍ୟାରେ ବାଇକ୍‌ ଧରି ଗାଁ ପୋଖରୀକୁ ଗାଧୋଇ ଯାଉଥିବା ବେଳେ ଦୁଇଭାଇ ତାଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ଗାଧୋଇ ସାରିବା ପରେ ସୁଶାନ୍ତ ଅନ୍ୟ ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ଦୁଇଭାଇ ତାଙ୍କୁ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ସୁଶାନ୍ତ ଦୌଡ଼ି ଯାଇ ନିକଟସ୍ଥ ବାବୁଲା ବିଷୋୟୀଙ୍କ ଘରେ ପଶି କବାଟ ପକାଇଦେବାରୁ ସେ ଦୁହେଁ ସେଠାରୁ ପଳାଇଥିଲେ। ପୂର୍ବରୁ ଦୁଇଭାଇ ସୁଶାନ୍ତଙ୍କ ସ୍ତ୍ରୀ ସୁଲତାଙ୍କୁ ଘରେ ପଶି ଅସଦାଚରଣ କରିଥିଲେ। ଏପରି କି ତାଙ୍କ ଶିଶୁକନ୍ୟାଙ୍କୁ ଅପହରଣ ପାଇଁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।

The post ଯୁବକଙ୍କୁ ସ୍କୁଲ ନିକଟରେ ଅଟକାଇ ଲୁହାଛଡ଼ରେ ପିଟିଲେ appeared first on Dharitri Odia News.