ଅଗ୍ନିକାଣ୍ଡରେ ୪୬ ଜଣଙ୍କ ମୃତ୍ୟୁ

ଢାକା: ବାଂଲାଦେଶ ରାଜଧାନୀ ଢାକାରେ ଏକ ବହୁ ମହଲା ବିଶିଷ୍ଟ କୋଠାରେ ଅଗ୍ନିକାଣ୍ଡ ହୋଇ ୪୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଘଟଣାରେ ଶତାଧିକ ଲୋକ ଆହତ ହୋଇଛନ୍ତି। ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ବେଇଲି ରୋଡ୍ରେ ଥିବା ଏକ ସୁଉଚ୍ଚ ଅଟ୍ଟାଳିକାର ସପ୍ତମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ତେବେ ସଙ୍ଗେସଙ୍ଗେ ଏହା ଚାରି ଆଡ଼କୁ ବ୍ୟାପିଯାଇଥିଲା। ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ନିଆଁ ଆଖପାଖର କୋଠାକୁ ବ୍ୟାପିଯାଇଥିଲା। ପ୍ରାୟ ୩ ଘଣ୍ଟାର କସରତ ପରେ […]

ଅଗ୍ନିକାଣ୍ଡରେ ୪୬ ଜଣଙ୍କ ମୃତ୍ୟୁ

ଢାକା: ବାଂଲାଦେଶ ରାଜଧାନୀ ଢାକାରେ ଏକ ବହୁ ମହଲା ବିଶିଷ୍ଟ କୋଠାରେ ଅଗ୍ନିକାଣ୍ଡ ହୋଇ ୪୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଘଟଣାରେ ଶତାଧିକ ଲୋକ ଆହତ ହୋଇଛନ୍ତି। ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ବେଇଲି ରୋଡ୍ରେ ଥିବା ଏକ ସୁଉଚ୍ଚ ଅଟ୍ଟାଳିକାର ସପ୍ତମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ତେବେ ସଙ୍ଗେସଙ୍ଗେ ଏହା ଚାରି ଆଡ଼କୁ ବ୍ୟାପିଯାଇଥିଲା। ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ନିଆଁ ଆଖପାଖର କୋଠାକୁ ବ୍ୟାପିଯାଇଥିଲା। ପ୍ରାୟ ୩ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏଥିରେ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।। ଉକ୍ତ ବହୁତଳ କୋଠାରେ ଥିବା ଏକ ରେଷ୍ଟୁରାଣ୍ଟର ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉକ୍ତ କୋଠାରେ ଅନେକ କପଡ଼ା ଦୋକାନ ଥିବାରୁ ନିଆଁ ସହଜରେ ବ୍ୟାପିଯାଇଥିଲା।