ଭୁଲ ଇଞ୍ଜେକ୍ସନ ଯୋଗୁଁ ଛାତ୍ରଙ୍କର ମୃତ୍ୟୁ
କଟକ : ଭୁଲ ଇଞ୍ଜେକସନ ଯୋଗୁଁ ନାବାଳକଙ୍କ ମୃତ୍ୟୁ I ମୃତକ ଜଣକ ହେଲେ ରଶ୍ମି ରଞ୍ଜନ ମଲ୍ଲିକ I ଘଟଣା ଘଟିଛି କଟକ ମଙ୍ଗଳାବାଗ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ । ଏହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇlଥିଲା। ଅଭିଯୋଗ ପରେ ତଦନ୍ତ କରୁଛି ମଙ୍ଗଳାବାଗ ଥାନା ପୋଲିସ। ସୂଚନାନୁସାରେ, ରଶ୍ମୀରଞ୍ଜନଙ୍କର ଏକ ସାମାନ୍ୟ ଅପରେସନ ହେବାର ଥିଲା I ଆଜି ସକାଳୁ ପରିବାର ଲୋକେ ତାଙ୍କୁ କଟକର ଏକ ନର୍ସିଂହୋମରେ ଭର୍ତ୍ତି […]

କଟକ : ଭୁଲ ଇଞ୍ଜେକସନ ଯୋଗୁଁ ନାବାଳକଙ୍କ ମୃତ୍ୟୁ I ମୃତକ ଜଣକ ହେଲେ ରଶ୍ମି ରଞ୍ଜନ ମଲ୍ଲିକ I ଘଟଣା ଘଟିଛି କଟକ ମଙ୍ଗଳାବାଗ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ । ଏହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇlଥିଲା। ଅଭିଯୋଗ ପରେ ତଦନ୍ତ କରୁଛି ମଙ୍ଗଳାବାଗ ଥାନା ପୋଲିସ।
ସୂଚନାନୁସାରେ, ରଶ୍ମୀରଞ୍ଜନଙ୍କର ଏକ ସାମାନ୍ୟ ଅପରେସନ ହେବାର ଥିଲା I ଆଜି ସକାଳୁ ପରିବାର ଲୋକେ ତାଙ୍କୁ କଟକର ଏକ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ସେଠାରେ ସବୁ ପରୀକ୍ଷା ପରେ ଅପରେସନ ପୂର୍ବରୁ ପିଲାଟିକୁ ବାନ୍ତି ଓ ଗ୍ୟାସ୍ ପାଇଁ ଇଞ୍ଜେକସନ ଦିଆଯାଇଥିଲା । ହେଲେ ଇଞ୍ଜେକସନ ଦେବା ପରେ ପିଲାଟି ବେହୋସ ହୋଇପଡ଼ିଥିଲା। ଏହା ପରେ ଡାକ୍ତରଖାନା କର୍ତୃପକ୍ଷ ତାଙ୍କୁ ଆଇସିୟୁକୁ ନେଇ ଯାଇଥିଲେ I ମାତ୍ର କିଛି ସମୟ ପରେ ସେଠାରେ ନାବାଳକଟିର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ଅପରେସନ୍ ପୂର୍ବରୁ ଇଞ୍ଜେକସନ୍ ଦିଆଯିବା ପରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ।