ରାଞ୍ଚି ଟେଷ୍ଟ ନ ଖେଳି ମଧ୍ୟ ଟିମ୍ ଇଣ୍ଡିଆକୁ ସାହାଯ୍ୟ କଲେ ଧୋନୀ: ଭିଡିଓ ହେଉଛି ଭାଇରାଲ
ରାଞ୍ଚି,୨୫।୨: ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ରାଞ୍ଚିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଇଂଲଣ୍ଡ ଏହି ମ୍ୟାଚରେ ଉଭୟ ଇନିଂସରେ ବ୍ୟାଟିଂ କରିସାରିଛି। ବର୍ତ୍ତମାନ ଭାରତ ଦ୍ୱିତୀୟ ଇନିଂସ ୧୯୨ ରନର ଲକ୍ଷ୍ୟ ପିଛା କରୁଛି। ଭାରତର ପ୍ରଥମ ଇନିଂସ ସମୟରେ ଇଂଲଣ୍ଡ ସ୍ପିନର ଶୋଏବ ବଶୀର ୫ ଉଇକେଟ ନେଇଥିଲେ, କିନ୍ତୁ ସେ ଷ୍ଟାଡିୟମର ଅମିତାଭ ଚୌଧୁରୀ ଏଣ୍ଡରୁ ସମସ୍ତ ଉଇକେଟ ନେଇଥିଲେ। ବୋଲିଂ ଏବଂ ବ୍ୟାଟିଂ ପାଇଁ ରାଞ୍ଚିର […] The post ରାଞ୍ଚି ଟେଷ୍ଟ ନ ଖେଳି ମଧ୍ୟ ଟିମ୍ ଇଣ୍ଡିଆକୁ ସାହାଯ୍ୟ କଲେ ଧୋନୀ: ଭିଡିଓ ହେଉଛି ଭାଇରାଲ appeared first on Dharitri Odia News.
ରାଞ୍ଚି,୨୫।୨: ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ରାଞ୍ଚିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଇଂଲଣ୍ଡ ଏହି ମ୍ୟାଚରେ ଉଭୟ ଇନିଂସରେ ବ୍ୟାଟିଂ କରିସାରିଛି। ବର୍ତ୍ତମାନ ଭାରତ ଦ୍ୱିତୀୟ ଇନିଂସ ୧୯୨ ରନର ଲକ୍ଷ୍ୟ ପିଛା କରୁଛି। ଭାରତର ପ୍ରଥମ ଇନିଂସ ସମୟରେ ଇଂଲଣ୍ଡ ସ୍ପିନର ଶୋଏବ ବଶୀର ୫ ଉଇକେଟ ନେଇଥିଲେ, କିନ୍ତୁ ସେ ଷ୍ଟାଡିୟମର ଅମିତାଭ ଚୌଧୁରୀ ଏଣ୍ଡରୁ ସମସ୍ତ ଉଇକେଟ ନେଇଥିଲେ।
ବୋଲିଂ ଏବଂ ବ୍ୟାଟିଂ ପାଇଁ ରାଞ୍ଚିର ଜେଏସସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ କମ୍ପ୍ଲେକ୍ସର ଦୁଇଟି ଏଣ୍ଡ ରହିଛି। ଗୋଟିଏ ଏଣ୍ଡର ନାମ ଅମିତାଭ ଚୌଧରୀ ଏବଂ ଅନ୍ୟଟି ହେଉଛି ଏମ ଧୋନୀ ପାଭିଲିୟନ। ବଶୀର ଏମଏସ ଧୋନୀ ପାଭିଲିୟନ ଏଣ୍ଡରୁ କୌଣସି ଉଇକେଟ ନେଇପାରି ନ ଥିଲେ। ଏହି କୀର୍ତ୍ତିମାନ ଦେଖି ପ୍ରଶଂସକମାନେ ସୋସିଆଲ ମିଡିଆରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ପ୍ରଶଂସା କରିବା ଆରମ୍ଭ କରିଥିଲେ।
ପ୍ରଶଂସକମାନେ ସୋସିଆଲ ମିଡିଆରେ କହୁଛନ୍ତି ଯେ, ଧୋନୀ ଖେଳି ନ ଥିଲେ ମଧ୍ୟ ଭାରତୀୟ ଦଳରେ ଅବଦାନ ରଖିଛନ୍ତି। ଅନେକ ସୋସିଆଲ ମିଡିଆ ୟୁଜର୍ସ ଦର୍ଶାଇଛନ୍ତି ଯେ, ଧୋନୀ ଅବସର ପରେ ମଧ୍ୟ ଟିମ ଇଣ୍ଡିଆକୁ ସାହାଯ୍ୟ କରୁଛନ୍ତି।
The post ରାଞ୍ଚି ଟେଷ୍ଟ ନ ଖେଳି ମଧ୍ୟ ଟିମ୍ ଇଣ୍ଡିଆକୁ ସାହାଯ୍ୟ କଲେ ଧୋନୀ: ଭିଡିଓ ହେଉଛି ଭାଇରାଲ appeared first on Dharitri Odia News.