ଅଗ୍ନିପରୀକ୍ଷା ପାଇଁ ପ୍ରସ୍ତୁତ କେଜରିଓ୍ବାଲ, କାହିଁକି ଏମିତି କହିଲେ ରାଘବ
ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ଦୁଇ ଦିନ ମଧ୍ୟରେ ସେ ଏହି ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି। କେଜରିୱାଲଙ୍କ ଇସ୍ତଫା ସମ୍ପର୍କରେ ଏମି ରାଘବ ଚଢା କହିଛନ୍ତି ଯେ କେଜରିିୱାଲ ଅଗ୍ନିପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ନିଶ୍ଚିତ କରିଛନ୍ତି ଯେ ଆପଣ ଦେଖିବେ ଯେ କେଜରିୱାଲଙ୍କ ସଚ୍ଚୋଟତାକୁ ଦିଲ୍ଲୀର ଲୋକମାନେ ଅନୁମୋଦନ କରିବେ। କେଜରିୱାଲ ସରକାରରେ ଥିବାବେଳେ କାର୍ଯ୍ୟ କରିଛନ୍ତି ତେଣୁ […] The post ଅଗ୍ନିପରୀକ୍ଷା ପାଇଁ ପ୍ରସ୍ତୁତ କେଜରିଓ୍ବାଲ, କାହିଁକି ଏମିତି କହିଲେ ରାଘବ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ଦୁଇ ଦିନ ମଧ୍ୟରେ ସେ ଏହି ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି। କେଜରିୱାଲଙ୍କ ଇସ୍ତଫା ସମ୍ପର୍କରେ ଏମି ରାଘବ ଚଢା କହିଛନ୍ତି ଯେ କେଜରିିୱାଲ ଅଗ୍ନିପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ନିଶ୍ଚିତ କରିଛନ୍ତି ଯେ ଆପଣ ଦେଖିବେ ଯେ କେଜରିୱାଲଙ୍କ ସଚ୍ଚୋଟତାକୁ ଦିଲ୍ଲୀର ଲୋକମାନେ ଅନୁମୋଦନ କରିବେ। କେଜରିୱାଲ ସରକାରରେ ଥିବାବେଳେ କାର୍ଯ୍ୟ କରିଛନ୍ତି ତେଣୁ ସେ ପୁଣି ଜିତିବେ।
ଚଢା ଆହୁରି କହିଛନ୍ତି ଯେ ୨୦୨୦ରେ କେଜରିୱାଲ କାମ ନାମରେ ଭୋଟ ମାଗିଥିଲେ। ସେ ଜନସାଧାରଣଙ୍କୁ କହିଥିଲେ ଯେ ଯଦି ତୁମେ ମୋର କାମରେ ଖୁସି, ତେବେ ମୋତେ ଭୋଟ ଦିଅ । ଜନସାଧାରଣ ତାଙ୍କୁ ବହୁ ପିମାଣରେ ଭୋଟ ଦେଇ ଜିତାଇଥିଲେ। ସେ ପୁଣି ଜନସାଧାରଣଙ୍କ ଆଗରେ ଯାଇ ଭୋଟ ମାଗିବେ।
ତିହାର ଜେଲରୁ ବାହାରିବାର ଦୁଇ ଦିନ ପରେ ଅରବିନ୍ଦ କେଜରିୱାଲ କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ମୁଁ ଆଜିଠାରୁ ଦୁଇ ଦିନ ମଧ୍ୟରେ ଇସ୍ତଫା ଦେବାକୁ ଯାଉଛି। ବର୍ତ୍ତମାନ କେଜରିୱାଲ ସଚ୍ଚୋଟ ବୋଲି ଜନସାଧାରଣ ଏହାର ରାୟ ନ ଦେବା ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଚେୟାରରେ ବସିବି ନାହିଁ। ସେ ଏହା ସ୍ପଷ୍ଟ କରିଛନ୍ତି ଯେ କେବଳ ଆମ ଆଦମୀ ପାର୍ଟିର ଜଣେ ବିଧାୟକ ମୁଖ୍ୟମନ୍ତ୍ରୀ ହେବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋର ଇସ୍ତଫାରେ ଦିଲ୍ଲୀ ବିଧାନସଭା ଭଙ୍ଗ ହେବ ନାହିଁ। ଆମ ଆଦମୀ ପାର୍ଟିର ବିଧାନସଭା ବୈଠକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରାଯିବ। କେଜରିୱାଲ ସ୍ପଷ୍ଟ କରିଛନ୍ତି ଯେ ମନୀଷ ସିସୋଡିଆ ମଧ୍ୟ କୌଣସି ଦାୟିତ୍ୱ ଗ୍ରହଣ କରିବେ ନାହିଁ।
The post ଅଗ୍ନିପରୀକ୍ଷା ପାଇଁ ପ୍ରସ୍ତୁତ କେଜରିଓ୍ବାଲ, କାହିଁକି ଏମିତି କହିଲେ ରାଘବ appeared first on Dharitri Odia News.