ଅଘଟଣ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
ଅନୁଗୋଳ,୧୩।୯: ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ପଶି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୨ ମୃତ ଶ୍ରମିକଙ୍କ ଘର ମୟୂରଭଞ୍ଜ ଜିଲାରେ ହୋଇଥିବା ସୂଚନା ମିଳିଛି। ଖବର ପାଇ ବଅଁରପାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ଅନ୍ୟପକ୍ଷେ ପୋଲିସ ଏକ ମାମଲା ରୁଜୁ […] The post ଅଘଟଣ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ appeared first on Dharitri Odia News.
ଅନୁଗୋଳ,୧୩।୯: ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ପଶି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୨ ମୃତ ଶ୍ରମିକଙ୍କ ଘର ମୟୂରଭଞ୍ଜ ଜିଲାରେ ହୋଇଥିବା ସୂଚନା ମିଳିଛି।
ଖବର ପାଇ ବଅଁରପାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ଅନ୍ୟପକ୍ଷେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
The post ଅଘଟଣ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ appeared first on Dharitri Odia News.