ଅଘୋଷିତ ବିଦ୍ୟୁତ୍ କାଟ: ଲୋକେ ଅତିଷ୍ଠ
ନୂଆପଡ଼ା,୨୮ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ କୁରୁମପୁରି ସେକ୍ସନ ଅଧୀନ ବିଭିନ୍ନ ଗାଁରେ ଅଘୋଷିତ ବିଦ୍ୟୁତ୍ କାଟ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅସହ୍ୟ ଗୁଳୁଗୁଳି ସମୟରେ ବିଦ୍ୟୁତ୍ କାଟ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି। ସୋମବାର ରାତି ୯ଟାରୁ ବିଦ୍ୟୁତ୍ କାଟ ହୋଇ ମଙ୍ଗଳବାର ସା ୬ଟାରେ ସଂଯୋଗ ହୋଇଛି। ଦୀର୍ଘ ୨୨ଘଣ୍ଟା ପରେ ବିଦ୍ୟୁତ୍ ସଂଯୋଗ ହୋଇଥିଲେ ମଧ୍ୟ ସ୍ଥିର ଭାବରେ ନ ରହି ଲୁଚକାଳି ଖେଳୁଥିବାରୁ ଲୋକ ଅତିଷ୍ଠ ହୋଇଗଲେଣି। […] The post ଅଘୋଷିତ ବିଦ୍ୟୁତ୍ କାଟ: ଲୋକେ ଅତିଷ୍ଠ appeared first on Dharitri Odia News.
ନୂଆପଡ଼ା,୨୮ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ କୁରୁମପୁରି ସେକ୍ସନ ଅଧୀନ ବିଭିନ୍ନ ଗାଁରେ ଅଘୋଷିତ ବିଦ୍ୟୁତ୍ କାଟ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅସହ୍ୟ ଗୁଳୁଗୁଳି ସମୟରେ ବିଦ୍ୟୁତ୍ କାଟ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି। ସୋମବାର ରାତି ୯ଟାରୁ ବିଦ୍ୟୁତ୍ କାଟ ହୋଇ ମଙ୍ଗଳବାର ସା ୬ଟାରେ ସଂଯୋଗ ହୋଇଛି। ଦୀର୍ଘ ୨୨ଘଣ୍ଟା ପରେ ବିଦ୍ୟୁତ୍ ସଂଯୋଗ ହୋଇଥିଲେ ମଧ୍ୟ ସ୍ଥିର ଭାବରେ ନ ରହି ଲୁଚକାଳି ଖେଳୁଥିବାରୁ ଲୋକ ଅତିଷ୍ଠ ହୋଇଗଲେଣି। ବିଦ୍ୟୁତ କାଟ ଯୋଗୁ ଦିନତମାମ ଜଳ ଯୋଗାଣ ବନ୍ଦ ରହିଥିବାରୁ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଦ୍ୟୁତ୍ କାଟର କାରଣ ସମ୍ପର୍କରେ ଜାଣିବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ଫୋନ କଲେ କାହାର ସୁଇଚ ଅଫ୍ ଦେଖାଉଛି ତ ଅନ୍ୟ କେହି କଲ୍ ରିସିଭ କରୁନାହାନ୍ତି। ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଉପଭୋକ୍ତାମାନେ ଦାବି କରିଛନ୍ତି।
The post ଅଘୋଷିତ ବିଦ୍ୟୁତ୍ କାଟ: ଲୋକେ ଅତିଷ୍ଠ appeared first on Dharitri Odia News.