ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ
ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ବିଶେଷକରି ଅଙ୍କୁରା ଭୁବନେଶ୍ୱରର ଡା.ବିଚିତ୍ରାନନ୍ଦ, ଡା.ଅଜୟ, ଡା.ଶୁଭ୍ରାଂଶୁ ଓ ଡା.ପ୍ରିୟବ୍ରତଙ୍କ ନେତୃତ୍ୱରେ ହସ୍ପିଟାଲର ଶିଶୁ ଡାକ୍ତରଖାନାର ଡାକ୍ତରମାନଙ୍କ ମିଳିତ ଟିମ୍ ଏହି ଅସ୍ତ୍ରୋପଚାର କରିଛନ୍ତି। ଏପରିକି ବିରଳ ଜେନେଟିକ୍ ରୋଗରେ ପୀଡ଼ିତ ବାଲୁଗାଁର ଯାଆଁଳା ଶିଶୁମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସାଙ୍ଗକୁ ଶିଶୁମାନଙ୍କର ମେଟାବୋଲିଜମ୍ର ଇନ୍ବର୍ନ ଏରର୍ସ ନାମକ […] The post ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ appeared first on Dharitri Odia News.
ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ବିଶେଷକରି ଅଙ୍କୁରା ଭୁବନେଶ୍ୱରର ଡା.ବିଚିତ୍ରାନନ୍ଦ, ଡା.ଅଜୟ, ଡା.ଶୁଭ୍ରାଂଶୁ ଓ ଡା.ପ୍ରିୟବ୍ରତଙ୍କ ନେତୃତ୍ୱରେ ହସ୍ପିଟାଲର ଶିଶୁ ଡାକ୍ତରଖାନାର ଡାକ୍ତରମାନଙ୍କ ମିଳିତ ଟିମ୍ ଏହି ଅସ୍ତ୍ରୋପଚାର କରିଛନ୍ତି। ଏପରିକି ବିରଳ ଜେନେଟିକ୍ ରୋଗରେ ପୀଡ଼ିତ ବାଲୁଗାଁର ଯାଆଁଳା ଶିଶୁମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସାଙ୍ଗକୁ ଶିଶୁମାନଙ୍କର ମେଟାବୋଲିଜମ୍ର ଇନ୍ବର୍ନ ଏରର୍ସ ନାମକ ଏକ ଅବସ୍ଥା ଥିଲା ଓ ସେମାନଙ୍କ ପାଇଁ ବିଶେଷ ଯତ୍ନର ଆବଶ୍ୟକତା ରହିଥିଲା। ଏହି ଟିମ୍ ସେମାନଙ୍କ ପାଇଁ ଏକ ବିଶେଷ ଚିକିତ୍ସା ଯୋଜନା ପ୍ରସ୍ତୁତକରି ଉନ୍ନତ ଜ୍ଞାନକୌଶଳ ଓ ଚିକିତ୍ସା ପଦ୍ଧତି ସହାୟତାରେ ସେମାନଙ୍କୁ ନୂଆ ଜୀବନ ପ୍ରଦାନ କରିଛନ୍ତି। ଏ ନେଇ ଅଙ୍କୁରାର ବରିଷ୍ଠ ଶିଶୁ ବିଶେଷଜ୍ଞ ଡା. ବିଚିତ୍ରାନନ୍ଦ କହିଛନ୍ତି, ଆମେ ଭାବିଥିଲୁ ଶିଶୁଙ୍କ ଚିକିତ୍ସା ଇତିହାସକୁ ଆଧାରକରି ଜନ୍ମରୁ ମେଟାବୋଲିକ୍ ରୋଗ ରହିପାରେ। ଏହି ସମସ୍ୟା ପ୍ରତି ଏକ ଲକ୍ଷ ଶିଶୁଙ୍କ ମଧ୍ୟରୁ ୫୦.୯ ଶିଶୁଙ୍କୁ ପ୍ରଭାବିତକରେ ଓ ୦.୪% ଶିଶୁଙ୍କ ଜୀବନ ହାନି ଘଟାଇଥାଏ। ଏହା ଶିଶୁଙ୍କଠାରେ ମେଟାବୋଲିକ୍ ପ୍ରକ୍ରିୟାରେ ସମସ୍ୟା ଥିବା ଯୋଗୁ ହୋଇଥାଏ। ଏହା ବିଭିନ୍ନ ବଂଶଗତ ମେଟାବୋଲିକ୍ ରୋଗ ବିଭିନ୍ନ ଜିନ୍ ପରିବର୍ତ୍ତନ ଯୋଗୁ ହୋଇଥାଏ। ଏହି ଅବସ୍ଥାକୁ ପରିଚାଳନା କରିବା ଓ ପ୍ରଭାବିତ ଶିଶୁଙ୍କ ସମସ୍ୟାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରାକରଣ କରିବା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରୋଗର ଗୁରୁତ୍ୱ ଅନୁସାରେ ଚିକିତ୍ସା ଯୋଜନା ପ୍ରସ୍ତୁତ କରାଯାଇ ଚିକିତ୍ସା କରାଯାଏ।
The post ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ appeared first on Dharitri Odia News.