ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ: ୩ ମାସ ପର୍ଯ୍ୟନ୍ତ ଘରେ ଘରେ ବିନା ଖର୍ଚ୍ଚରେ ପହଞ୍ଚିବ କାର୍ଡ
ଦାରିଙ୍ଗବାଡି, ୧୧।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାର୍ପଣ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଯାହାକି ସ୍ବାସ୍ଥ୍ୟସେବାରେ ଲୋକଙ୍କୁ ଅନେକ ଫାଇଦା ମିଳିବ। ପ୍ରକାଶ ଯେ, କଟକ ବାଲିଯାତ୍ରାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଅପରାହ୍ନରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାର […] The post ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ: ୩ ମାସ ପର୍ଯ୍ୟନ୍ତ ଘରେ ଘରେ ବିନା ଖର୍ଚ୍ଚରେ ପହଞ୍ଚିବ କାର୍ଡ appeared first on Dharitri Odia News.
ଦାରିଙ୍ଗବାଡି, ୧୧।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାର୍ପଣ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଯାହାକି ସ୍ବାସ୍ଥ୍ୟସେବାରେ ଲୋକଙ୍କୁ ଅନେକ ଫାଇଦା ମିଳିବ। ପ୍ରକାଶ ଯେ, କଟକ ବାଲିଯାତ୍ରାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଅପରାହ୍ନରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାର ସିଧାସଳଖ ଭିଡିଓକୁ ଅଞ୍ଚଳବାସୀ ଦେଖିବା ଓ ଜାଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଇବା ଓ ଏହି ଯୋଜନା ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଉଦଘାଟନୀ ଉତ୍ସବ ରେ ଲୋକ ଯୋଗଦେଇଥିଲେ।
ବିଡ଼ିଓ ପ୍ରୀତିରଞ୍ଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ,ଦାରିଙ୍ଗବାଡି ଗୋଷ୍ଠି ସୱାସ୍ଥ୍ୟକେନ୍ଦ୍ର ର ଇନଚାର୍ଜ ଡାକ୍ତର ଜାକେଶ ସମନ୍ତରାୟ ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ସେହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଥିବା ହିତାଧିକାରୀ ଯୋଗଦେଇଥିବା ବେକେ ଗଦାପୁର ଏବଂ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ସ୍ବାସ୍ଥ୍ୟକେନ୍ଦ୍ରରେ ଏହାର ଉଦଘାଟନ ସମାରୋହ ବ୍ୟବସ୍ଥା କରାଯାଇଥିଲା ସେହିପରି ମାର୍ଦିପାଙ୍କା ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ସରାମୁଳି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ସିମନବାଡି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଏବଂ ବୁଡ଼ାଗୁଡା ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ବୁଡ଼ାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ହିତାଧିକାରୀଙ୍କ ମାନେ ଯୋଗ ଦେଇଥିବା ବିଡ଼ିଓ କହିଛନ୍ତି।
ସମସ୍ତ ୬ଟି ସ୍ଥାନ ମଧ୍ୟରୁ ସିମନବାଡିରେ ଜିଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ସିମନବାଡି ସରପଞ୍ଚ ଅମିତା ପ୍ରଧାନ, ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନଙ୍କ ସମେତ ବ୍ଲକ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା, ଡ଼ ଅବିନାଶ ମଲିକ, ବିପିଏମ ପିଣ୍ଟୁ ନାୟକ, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ପ୍ରତେକ ହିତାଧିକାରୀଙ୍କୁ ୫ ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ଅତିରିକ୍ତ ଆଉ ୫ ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ରାଶି ଦିଆଯିବ। ଯଦି ୭୦ବର୍ଷରୁ ଅଧିକା ଥିଲେ ସେମାନଙ୍କୁ ସ୍ବତନ୍ତ୍ର କାର୍ଡ ଦିଆଯିବ ଓ ୩ ମାସ ମଧ୍ୟରେ ଏହି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସ୍ବାସ୍ଥ୍ୟ ବୀମା କାର୍ଡ ପହଞ୍ଚାଯିବ ବୋଲି କୁହାଯାଇଛି।
The post ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ: ୩ ମାସ ପର୍ଯ୍ୟନ୍ତ ଘରେ ଘରେ ବିନା ଖର୍ଚ୍ଚରେ ପହଞ୍ଚିବ କାର୍ଡ appeared first on Dharitri Odia News.