ଅଙ୍ଗନବାଡି କର୍ମୀଙ୍କୁ ସୁଭଦ୍ରା ଟଙ୍କା ଦେବାକୁ ଜିଲ୍ଲାରେ ବିଭିନ୍ନ ବ୍ଲକରେ ଦାବିପତ୍ର ପ୍ରଦାନ
ସମ୍ବଲପୁର:ଅଙ୍ଗନବାଡି କର୍ମୀ ଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ଟଙ୍କା ଦେବା ଦାବିରେ ଆଜି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ବିଭିନ୍ନ ବ୍ଲକ ଏବଂ ପୌରାଞ୍ଚଳ ରେ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧୀକାରିଣୀ ଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ l ସୁଭଦ୍ରା ଯୋଜନା ଆରମ୍ଭ ସମୟରେ ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ପଞ୍ଜୀକରଣ କରିପାରିବେ ବୋଲି ଖୋଦ୍ ସରକାର କହିଥିଲେ l ବର୍ତ୍ତମାନ ସରକାରୀ […] The post ଅଙ୍ଗନବାଡି କର୍ମୀଙ୍କୁ ସୁଭଦ୍ରା ଟଙ୍କା ଦେବାକୁ ଜିଲ୍ଲାରେ ବିଭିନ୍ନ ବ୍ଲକରେ ଦାବିପତ୍ର ପ୍ରଦାନ appeared first on Odisha.News.

ସମ୍ବଲପୁର:ଅଙ୍ଗନବାଡି କର୍ମୀ ଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ଟଙ୍କା ଦେବା ଦାବିରେ ଆଜି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ବିଭିନ୍ନ ବ୍ଲକ ଏବଂ ପୌରାଞ୍ଚଳ ରେ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧୀକାରିଣୀ ଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ l ସୁଭଦ୍ରା ଯୋଜନା ଆରମ୍ଭ ସମୟରେ ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ପଞ୍ଜୀକରଣ କରିପାରିବେ ବୋଲି ଖୋଦ୍ ସରକାର କହିଥିଲେ l ବର୍ତ୍ତମାନ ସରକାରୀ କର୍ମଚାରୀ ବୋଲି କୁହାଯାଇ ସୁଭଦ୍ରା ରୁ ବାଦ ଦିଆଯାଇଛି ବୋଲି କୁହାଯାଉଛି, ଯଦି ଅଙ୍ଗନବାଡି କର୍ମୀ ଓ ସହାୟିକା ସରକାରୀ କର୍ମଚାରୀ ତେବେ ସରକାରୀ କର୍ମଚାରୀ ଯେମିତି ସୁବିଧା ସୁଯୋଗ ପାଉଛନ୍ତି ସେମିତି ଅଙ୍ଗନବାଡି କର୍ମୀ ଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ଦାଵି କରାଯାଇଛି l ନଚେତ୍ ଆଗକୁ ବ୍ୟାପକ ଆନ୍ଦୋଳନ ହେବ ଏବଂ ସୁଭଦ୍ରା ଯୋଜନାରେ କେହି ଜଣେ ସୁଦ୍ଧା ଅଙ୍ଗନବାଡି କର୍ମୀ କାମ କରିବେ ନାହିଁ ବୋଲି ଚେତାବନୀ ଊଣାଇଛନ୍ତି। l ଆଜି କୁଚିଣ୍ଡା, ଜମନକିରା, ବାମରା, ସମ୍ବଲପୁର ପୌରାଞ୍ଚଳ, ରେଙ୍ଗାଲି, ଯୁଜୋମୁରା, ଧନ କଉଡl, ରେଢ଼ାଖୋଲ, ମାନେଶ୍ଵର ବ୍ଲକ ରେ ଏହି ଦାବିପତ୍ର ଦିଆଯାଇଥିଲା।
The post ଅଙ୍ଗନବାଡି କର୍ମୀଙ୍କୁ ସୁଭଦ୍ରା ଟଙ୍କା ଦେବାକୁ ଜିଲ୍ଲାରେ ବିଭିନ୍ନ ବ୍ଲକରେ ଦାବିପତ୍ର ପ୍ରଦାନ appeared first on Odisha.News.