ରତ୍ନଭଣ୍ଡାର ପାଇଁ ୧୬ ଜଣିଆ କମିଟି ଗଠନ, ଖୋଲିବ କେବେ ନେବେ ନିଷ୍ପତ୍ତି

ଭୁବନେଶ୍ଵର: ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ପାଇଁ ୧୬ ଜଣିଆ କମିଟି ନେବ ନିଷ୍ପତ୍ତି।କେବେ ଖୋଲିବ ରତ୍ନ ଭଣ୍ଡାର।କମିଟି ଗଠନ କଲେ ଓଡ଼ିଶା ସରକାର। ଜୁଲାଇ ୬ ତାରିଖରେ କମିଟିର ବୈଠକ ବସିବ। କମିଟି ନିଷ୍ପତ୍ତି ଅନୁଯାୟୀ ରତ୍ନ ଭଣ୍ଡାର ଖୋଲାଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ଗଠନ ହୋଇଛି କମିଟି। ଅଧ୍ୟକ୍ଷତା କରିବେ ଜଷ୍ଟିସ ବିଶ୍ଵନାଥ ରଥ। ଡାକ୍ତର ସିବିକେ ମହାନ୍ତି, ଗଜପତି ମହାରାଜ, ଚାଟାର୍ଡ […] The post ରତ୍ନଭଣ୍ଡାର ପାଇଁ ୧୬ ଜଣିଆ କମିଟି ଗଠନ, ଖୋଲିବ କେବେ ନେବେ ନିଷ୍ପତ୍ତି appeared first on Odisha.News.

ରତ୍ନଭଣ୍ଡାର ପାଇଁ ୧୬ ଜଣିଆ କମିଟି ଗଠନ, ଖୋଲିବ କେବେ ନେବେ ନିଷ୍ପତ୍ତି

ଭୁବନେଶ୍ଵର: ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ପାଇଁ ୧୬ ଜଣିଆ କମିଟି ନେବ ନିଷ୍ପତ୍ତି।କେବେ ଖୋଲିବ ରତ୍ନ ଭଣ୍ଡାର।କମିଟି ଗଠନ କଲେ ଓଡ଼ିଶା ସରକାର। ଜୁଲାଇ ୬ ତାରିଖରେ କମିଟିର ବୈଠକ ବସିବ। କମିଟି ନିଷ୍ପତ୍ତି ଅନୁଯାୟୀ ରତ୍ନ ଭଣ୍ଡାର ଖୋଲାଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ଗଠନ ହୋଇଛି କମିଟି।

ଅଧ୍ୟକ୍ଷତା କରିବେ ଜଷ୍ଟିସ ବିଶ୍ଵନାଥ ରଥ। ଡାକ୍ତର ସିବିକେ ମହାନ୍ତି, ଗଜପତି ମହାରାଜ, ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜିବ ସାହୁ, ପୂର୍ବତନ ଆଇପିଏସ୍ ଅଫିସର ପ୍ରକାଶ ମିଶ୍ର, ଜଗଦୀଶ ମହାନ୍ତି, ପୁରୀ ଜିଲ୍ଲାପାଳ, ସ୍ବାମୀ ପ୍ରଜ୍ଞାନନ୍ଦଜୀ, ସୁଦର୍ଶନ ପଟ୍ଟନାୟକ, ସୌମେନ୍ଦ୍ର ମୁଦୁଲି, ହରିହର ହୋତା, ମଧୁସୂଦନ,ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସମହାପାତ୍ରଙ୍କ ଭଲି ବିଶିଷ୍ଟ ବ୍ୟକ୍ତି ମାନେ କମିଟିରେ ରହିଛନ୍ତି।ଏହି ୧୬ ଜଣିଆ କମିଟିହିଁ ନେବ ଚୂଡାନ୍ତ ନିଷ୍ପତ୍ତି। କେବେ ଖୋଲିବ ପୁରୀ ରତ୍ନ ଭଣ୍ଡାର ର ଚାବି ।

The post ରତ୍ନଭଣ୍ଡାର ପାଇଁ ୧୬ ଜଣିଆ କମିଟି ଗଠନ, ଖୋଲିବ କେବେ ନେବେ ନିଷ୍ପତ୍ତି appeared first on Odisha.News.