ଅଚାନକ ଆହାର କେନ୍ଦ୍ରରେ ପହଞ୍ଚିଲେ ଅଧିକାରୀ, ଆଉ ତା’ପରେ…

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ର ଯାଞ୍ଚ କରିଛନ୍ତି ନବ ନିଯୁକ୍ତ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର। ଶନିବାର ସେ ଅଚାନକ ଆହାର କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ସାଧାରଣ ଲୋକମାନଙ୍କ ପାଇଁ ରନ୍ଧା ହୋଇଥିବା ଖାଦ୍ୟକୁ ସେ ପ୍ରଥମେ ଲୋକଙ୍କ ସହ ବସି ଖାଇବା ସହ ଖାଦ୍ୟର ଗୁଣାବତ୍ତା ପରଖିଥିଲେ। ଏପରି କି ଖାଦ୍ୟର ଯାଞ୍ଚ କରିବା ପରେ ଆହାର କେନ୍ଦ୍ର ପରିଚାଳନା […] The post ଅଚାନକ ଆହାର କେନ୍ଦ୍ରରେ ପହଞ୍ଚିଲେ ଅଧିକାରୀ, ଆଉ ତା’ପରେ… appeared first on Dharitri Odia News.

ଅଚାନକ ଆହାର କେନ୍ଦ୍ରରେ ପହଞ୍ଚିଲେ ଅଧିକାରୀ, ଆଉ ତା’ପରେ…

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ର ଯାଞ୍ଚ କରିଛନ୍ତି ନବ ନିଯୁକ୍ତ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର।

ଶନିବାର ସେ ଅଚାନକ ଆହାର କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ସାଧାରଣ ଲୋକମାନଙ୍କ ପାଇଁ ରନ୍ଧା ହୋଇଥିବା ଖାଦ୍ୟକୁ ସେ ପ୍ରଥମେ ଲୋକଙ୍କ ସହ ବସି ଖାଇବା ସହ ଖାଦ୍ୟର ଗୁଣାବତ୍ତା ପରଖିଥିଲେ।

ଏପରି କି ଖାଦ୍ୟର ଯାଞ୍ଚ କରିବା ପରେ ଆହାର କେନ୍ଦ୍ର ପରିଚାଳନା ପାଇଁ ନିୟୋଜିତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କୁ ଡାକି ଉନ୍ନତମାନର ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇ ଦେବାକୁ କହିଥିଲେ। ଏଥିରେ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ଯାଞ୍ଚ ସମୟରେ ଏନ୍‌ଏସିର କର୍ମଚାରୀ ଉପସ୍ଥିତ ରହିଥିଲେ।

The post ଅଚାନକ ଆହାର କେନ୍ଦ୍ରରେ ପହଞ୍ଚିଲେ ଅଧିକାରୀ, ଆଉ ତା’ପରେ… appeared first on Dharitri Odia News.