ରାଷ୍ଟ୍ର ନିର୍ମାଣ ଲାଗି ଯୁବ ସଶକ୍ତୀକରଣ ଜରୁରୀ
ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ମନେ ପକାଇବା ପାଇଁ ସାରା ଦେଶରେ ପ୍ରତିବର୍ଷ ଜାନୁଆରୀ ୧୨କୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ବିବେକାନନ୍ଦଙ୍କ ଚିନ୍ତାଧାରା, ମୂଲ୍ୟବୋଧ ଏବଂ ଆଦର୍ଶକୁ ଯୁବପିଢ଼ିଙ୍କ ମଧ୍ୟରେ ପ୍ରସାର କରିବା ହେଉଛି ଏହାର ଉଦ୍ଦେଶ୍ୟ, ଯାହା ଦ୍ୱାରା ଯୁବପିଢ଼ି ଦେଶର ବିକାଶରେ ସକ୍ରିୟ ଅଂଶଗ୍ରହଣ କରିପାରିବେ। ଏହି ଦିନରେ ଦେଶର ବିଭିନ୍ନ ସ୍କୁଲ, କଲେଜ ସମେତ ବିଭିନ୍ନ ଅନୁଷ୍ଠାନରେ ଅନେକ କାର୍ଯ୍ୟକ୍ରମ, ବକ୍ତୃତା ପ୍ରତିଯୋଗିତା ଇତ୍ୟାଦି ଆୟୋଜନ କରାଯାଏ। ଏଥିସହ ସହରଗୁଡ଼ିକରେ […] The post ରାଷ୍ଟ୍ର ନିର୍ମାଣ ଲାଗି ଯୁବ ସଶକ୍ତୀକରଣ ଜରୁରୀ appeared first on Dharitri Odia News.
ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ମନେ ପକାଇବା ପାଇଁ ସାରା ଦେଶରେ ପ୍ରତିବର୍ଷ ଜାନୁଆରୀ ୧୨କୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ବିବେକାନନ୍ଦଙ୍କ ଚିନ୍ତାଧାରା, ମୂଲ୍ୟବୋଧ ଏବଂ ଆଦର୍ଶକୁ ଯୁବପିଢ଼ିଙ୍କ ମଧ୍ୟରେ ପ୍ରସାର କରିବା ହେଉଛି ଏହାର ଉଦ୍ଦେଶ୍ୟ, ଯାହା ଦ୍ୱାରା ଯୁବପିଢ଼ି ଦେଶର ବିକାଶରେ ସକ୍ରିୟ ଅଂଶଗ୍ରହଣ କରିପାରିବେ। ଏହି ଦିନରେ ଦେଶର ବିଭିନ୍ନ ସ୍କୁଲ, କଲେଜ ସମେତ ବିଭିନ୍ନ ଅନୁଷ୍ଠାନରେ ଅନେକ କାର୍ଯ୍ୟକ୍ରମ, ବକ୍ତୃତା ପ୍ରତିଯୋଗିତା ଇତ୍ୟାଦି ଆୟୋଜନ କରାଯାଏ। ଏଥିସହ ସହରଗୁଡ଼ିକରେ ରାଲି ଇତ୍ୟାଦିର ମଧ୍ୟ ଆୟୋଜନ କରାଯାଏ।
ବର୍ଷ ଜାତୀୟ ଯୁବ ଦିବସର ବିଷୟବସ୍ତୁ ହେଉଛି”ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ସଶକ୍ତିକରଣ”। ଏହି ବର୍ଷ ଏହାର ଥିମ୍ ରହିଛି “ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଯୁବପିଢ଼ି: ସ୍ଥିରତା ଏବଂ ଦାୟିତ୍ୱ ସହିତ ରାଷ୍ଟ୍ରକୁ ଗଠନ କରିବା”।
ମସିହାରେ ଏହି ଦିନକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରିବାକୁ ଭାରତ ସରକାର ସ୍ବୀକୃତି ଦେଇଥିଲେ। ଏହା ପରଠାରୁ ପ୍ରତିବର୍ଷ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ଜାନୁଆରୀ ୧୨ ତାରିଖକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଉଛି।
୧୮୬୩ ଜାନୁଆରୀ ୧୨ରେ ବିବେକାନନ୍ଦଙ୍କ ଜନ୍ମ କୋଲକାତାରେ ହୋଇଥିଲା। ତାଙ୍କ ପିଲାଦିନର ନାମ ଥିଲା ନରେନ୍ଦ୍ରନାଥ ଦତ୍ତ। ତାଙ୍କ ପିତାଙ୍କ ନାମ ବିଶ୍ୱନାଥ ଦତ୍ତ ଏବଂ ମାତାଙ୍କ ନାମ ଭୁବନେଶ୍ୱରୀ ଦେବୀ ଥିଲା। ତାଙ୍କ ପିତା ବିଶ୍ୱନାଥ କଲିକତା ହାଇକୋର୍ଟର ଜଣେ ପ୍ରସିଦ୍ଧ ଓକିଲ ଥିଲେ। ପିଲାଦିନରୁ ନରେନ୍ଦ୍ର ପ୍ରତିଭାର ଅଧିକାରୀ ଥିଲେ। ମାତା ସରସ୍ବତୀ ତାଙ୍କୁ ଆଶୀର୍ବାଦ କରିଥିଲେ। ତାଙ୍କର ଭଗବାନଙ୍କ ପ୍ରତି ଅପାର ପ୍ରେମ ଥିଲା। ୧୮୬୯ ମସିହାରେ ୧୬ ବର୍ଷ ବୟସରେ ସେ କଲିକତା ବିଶ୍ୱବିଦ୍ୟାଳୟର ପ୍ରବେଶ ପରୀକ୍ଷା ଦେଇଥିଲେ ଏବଂ ଏହି ପରୀକ୍ଷାରେ ସଫଳ ହୋଇଥିଲେ। ଏହା ପରେ ସେ ସେହି ବିଶ୍ୱବିଦ୍ୟାଳୟରୁ ନିଜର ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହି ସମୟ ମଧ୍ୟରେ ସେ ପରମହଂସ ମହାରାଜଙ୍କୁ ଭେଟିଥିଲେ। ପରେ ସେ ବ୍ରହ୍ମ ସମାଜରେ ଯୋଗଦେଇଥିଲେ।
The post ରାଷ୍ଟ୍ର ନିର୍ମାଣ ଲାଗି ଯୁବ ସଶକ୍ତୀକରଣ ଜରୁରୀ appeared first on Dharitri Odia News.