ହଟିପାରୁନି ରାଜନୈତିକ ପୋଷ୍ଟର
ଭୁବନେଶ୍ୱର,୧।୪ (ବନ୍ଦନା ସେଠୀ): ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ବିଏମ୍ସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ସହ କାନ୍ଥଲେଖାକୁ ଲିଭାଇବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କୁ ଚିଠି ଲେଖିଥିଲେ। ଏହାପରେ ବିଏମ୍ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବିଭିନ୍ନ ହୋର୍ଡିଂ ହଟାଯିବା ସହ ଆଉ କେତେକକୁ କଳା କିମ୍ବା ଧଳା କପଡ଼ାରେ ଘୋଡ଼ାଯାଇଥିଲା। ସହରରେ ଲାଗିଥିବା ସମସ୍ତ ହୋର୍ଡିଂ ତୁରନ୍ତ ହଟାଯିବ ବୋଲି ମଧ୍ୟ ବିଏମ୍ସି […] The post ହଟିପାରୁନି ରାଜନୈତିକ ପୋଷ୍ଟର appeared first on Dharitri Odia News.
ଭୁବନେଶ୍ୱର,୧।୪ (ବନ୍ଦନା ସେଠୀ): ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ବିଏମ୍ସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ସହ କାନ୍ଥଲେଖାକୁ ଲିଭାଇବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କୁ ଚିଠି ଲେଖିଥିଲେ। ଏହାପରେ ବିଏମ୍ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବିଭିନ୍ନ ହୋର୍ଡିଂ ହଟାଯିବା ସହ ଆଉ କେତେକକୁ କଳା କିମ୍ବା ଧଳା କପଡ଼ାରେ ଘୋଡ଼ାଯାଇଥିଲା। ସହରରେ ଲାଗିଥିବା ସମସ୍ତ ହୋର୍ଡିଂ ତୁରନ୍ତ ହଟାଯିବ ବୋଲି ମଧ୍ୟ ବିଏମ୍ସି ପକ୍ଷରୁ କୁହାଯାଇଥିଲା। ମାତ୍ର ଆଚରଣ ବିଧି ଲାଗୁ ହେବାର ୧୫ଦିନ ପରେ ବି ସହରର ଅନେକ ସ୍ଥାନରେ ଦଳୀୟ ପୋଷ୍ଟର, ହୋର୍ଡିଂ ଲାଗିଛି। ଅପରପକ୍ଷେ କେତେକ ହାତଗଣତି ପୋଷ୍ଟରକୁ ହଟାଇ ଦେଇ ବିଏମ୍ସି ଚୁପ୍ ବସିଯାଇଛି।
ମିଶନ୍ ଠାରୁ ଆରମ୍ଭ କରି ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଏବଂ ଅନ୍ୟାନ୍ୟ ହୋର୍ଡିଂ ପୂର୍ବଭଳି ରହିଛି। ସହର ମଝିରେ ଆହୁରି ଅନେକ ଦଳୀୟ ପୋଷ୍ଟର, ହୋର୍ଡିଂ ଲାଗିଥିଲେ ମଧ୍ୟ ସେ ସବୁ ବିଏମ୍ସିକୁ ଦେଖାଯାଉନି। ଏପରିକି ଗୋଟିଏ ହୋର୍ଡିଂକୁ ଲୁଚାଯାଇଥିଲେ ବି ତା’ ପାଖରେ ଥିବା ଅନ୍ୟ ହୋର୍ଡିଂ ଖୋଲା ରହିଛି। ମଞ୍ଚେଶ୍ୱର ଅଞ୍ଚଳର ଅନେକ ସ୍ଥାନରେ ହୋର୍ଡିଂ ଖୋଲା ଭାବେ ଥିବା ପରିଲକ୍ଷିତ ହୋଇଛି। କେବଳ ଏହି ଗୋଟିଏ ଅଞ୍ଚଳ ନୁହେଁ, ସହରର ବିଭିନ୍ନ ସ୍ଥାନରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। କାନ୍ଥବାଡ଼ରେ ଥିବା ଲେଖାକୁ ମଧ୍ୟ ଲିଭାଯାଇନାହିଁ। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ସେହିପରି କାନ୍ଥବାଡ଼, ପୋଲ, ଗଛ ଆଦି ସର୍ବସାଧାରଣ ସ୍ଥାନରେ ପୋଷ୍ଟର, ବିଜ୍ଞାପନ ମାରିଲେ ବିଏମ୍ସି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଯାବତ୍ ୫୦ରୁ ଊର୍ଦ୍ଧ୍ୱ ସଂସ୍ଥା ନାମରେ ଥାନାରେ ଏତଲା ଦେବା ସହ ୧ଶହରୁ ଊର୍ଦ୍ଧ୍ୱ ସଂସ୍ଥାଙ୍କୁ ନୋଟିସ୍ କରିଛି। ଏହାବାଦ୍ ଅନେକଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରିଛି। ତେବେ ବାର୍ କାଉନ୍ସିଲ୍ ନିର୍ବାଚନ ପାଇଁ କୋର୍ଟ ନିକଟରୁ ଭଞ୍ଜକଳା ମଣ୍ଡପ ପର୍ଯ୍ୟନ୍ତ ରାସ୍ତା ମଝିରେ ଥିବା ବ୍ୟାରିକେଡ୍ରେ ମାଳମାଳ ପୋଷ୍ଟର ଲାଗିଥିଲେ ବି ବିଏମ୍ସିକୁ ଦିଶୁନି। ସେହିପରି ଅନେକ ସ୍ଥାନରେ ଗଛରେ କଣ୍ଟା ବାଡ଼େଇ ନୋ ପାର୍କିଂ ବୋଲି ଲେଖାଯାଇଛି। ୨ବର୍ଷ ତଳୁ କାନ୍ଥବାଡ଼ରେ ପୋଷ୍ଟର ନ ଲଗାଇବା ପାଇଁ ବିଏମ୍ସି ଯେଉଁ ଘୋଷଣା କରିଥିଲା ତାହା ଏବେ ଫମ୍ପା ମାଠିଆର ଶବ୍ଦ ଭଳି ପରିଣତ ହୋଇଛି।
The post ହଟିପାରୁନି ରାଜନୈତିକ ପୋଷ୍ଟର appeared first on Dharitri Odia News.