ଅଚାନକ କୋଟିଆ ଗସ୍ତ କଲେ ମୁଖ୍ୟ ଶାସନ ସଚିବ
ପଟାଙ୍ଗି,୫ା୪(ଶରତ ଧଳ): ମାସକ ପରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ହେବାକୁ ଥିବା ବେଳେ ଏହିପରି ସ୍ଥିତିରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟ ବିଭାଗର ସଚିବ ସୀମାନ୍ତ ଅଞ୍ଚଳକୁ ଗସ୍ତରେ ଆସି ଫେରିଯିବା ଦୃଶ୍ୟ ରାଜନୈତିକ ମହଲଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏବଂ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଜିଲାରେ ଅଚାନକ ପହଞ୍ଚି […] The post ଅଚାନକ କୋଟିଆ ଗସ୍ତ କଲେ ମୁଖ୍ୟ ଶାସନ ସଚିବ appeared first on Dharitri Odia News.
ପଟାଙ୍ଗି,୫ା୪(ଶରତ ଧଳ): ମାସକ ପରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ହେବାକୁ ଥିବା ବେଳେ ଏହିପରି ସ୍ଥିତିରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟ ବିଭାଗର ସଚିବ ସୀମାନ୍ତ ଅଞ୍ଚଳକୁ ଗସ୍ତରେ ଆସି ଫେରିଯିବା ଦୃଶ୍ୟ ରାଜନୈତିକ ମହଲଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାନୁଯାୟୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏବଂ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଜିଲାରେ ଅଚାନକ ପହଞ୍ଚି ଜିଲା ପ୍ରଶାସନ ସହ ନିର୍ବାଚନ ସମ୍ପର୍କିତ ଆଲୋଚନା କରିଥିଲେ। ଏହି ସମୟରେ ଜିଲାପାଳ ଭିି.କୀର୍ତ୍ତି ଭାସନ, ଡିଆଇଜି ଚରଣସିଂ ମୀନା, ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକାର, ଉପଜିଲାପାଳ ବେଣୁଧର ଶବର, ସ୍ଥାନୀୟ ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ ଏବଂ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ପ୍ରମୁଖଙ୍କ ସହ
ପଞ୍ଚାୟତରେ ରହିଥିବା ୯ଟି ବୁଥ୍ ମଧ୍ୟରୁ ସୀମାନ୍ତ ୫ଟି ବୁଥ୍ରେ ରହିଥିବା ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଗୋପନ ରଖା ଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବ ଏବଂ କୃଷି ବିଭାଗ ପ୍ରମୁଖ ସଚିବଙ୍କ ଏହିପରି ଗସ୍ତ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ପାଇଁ ଅନେକ ପ୍ରଭାବ ପଡ଼ିପାରେ ବୋଲି ଅନୁମାନ କରା ଯାଉଥିବା ବେଳେ ଉକ୍ତ ଦୁଇ ଅଧିକାରୀଙ୍କ ସମେତ ଜିଲାର ଅନ୍ୟ ଅଧିକାରୀମାନେ ପଞ୍ଚାୟତରେ ପହଞ୍ଚି ବାରାବନ୍ଧ ଗ୍ରାମରେ ହୋଇଥିବା ଷ୍ଟ୍ରବେରୀ ଚାଷ ଦେଖି ଉପସ୍ଥିତ ଚାଷୀଙ୍କ ସହ ଲାଭ ଏବଂ କ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଉକ୍ତ ସ୍ଥାନରୁ ବାହାରି ପଞ୍ଚାୟତ କାର୍ଯ୍ୟାଳୟ , ସ୍ବତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସ୍ବାସ୍ଥ୍ୟକେନ୍ଦ୍ର, ଜଗନ୍ନାଥ ମନ୍ଦିର ଓ ୫-ଟି ବିଦ୍ୟାଳୟ ପ୍ରମୁଖ ସ୍ଥାନକୁ ଗସ୍ତ କରି ପାରିପାଶର୍ବିକ ସ୍ଥିତି ଅନୁଧ୍ୟାନ କରି ଉକ୍ତ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ସହ ପାଠପଢ଼ା ସମ୍ପର୍କରେ ଆଲୋଚନା କରି ସମସ୍ୟା ଉପରେ ଅବଗତ ହୋଇଥିଲେ। ଶେଷରେ ସୀମାନ୍ତ ସ୍ଥାନଗୁଡ଼ିକରେ ରହିଥିବା ବୁଥ୍ମାନଙ୍କରେ କିପରି ଭୋଟ୍ ହାର ବଢ଼ିବ ସେନେଇ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ଦିଗରେ ଦୃଷ୍ଟି ଦେବାକୁ ଜିଲା ଓ ବ୍ଲକ ପ୍ରଶାସନକୁ ପରାମର୍ଶ ଦେଇଥିଲେ।
The post ଅଚାନକ କୋଟିଆ ଗସ୍ତ କଲେ ମୁଖ୍ୟ ଶାସନ ସଚିବ appeared first on Dharitri Odia News.