ଅଚାନକ ଥରି ଉଠିଲା ପାକିସ୍ତାନ

ଇସଲାମାବାଦ,୧୯।୬: ବୁଧବାର ପାକିସ୍ତାନର ରାଜଧାନୀ ଇସଲାମାବାଦ ସମେତ ପାକିସ୍ତାନର ଅନେକ ସ୍ଥାନରେ ୪.୭ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ। ନ୍ୟାସନାଲ ସେସମୋଲୋଜିକାଲ ମନିଟରିଂ ସେଣ୍ଟର ଅନୁଯାୟୀ, ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିଲା ଏବଂ ଇସଲାମାବାଦ, ରାୱଲପିଣ୍ଡି, ପେଶାୱାର, ଶ୍ୱାଟ, ମାଲାକାଣ୍ଡ, ଉତ୍ତର ୱାଜିରିସ୍ତାନ, ପାରାଚିନାର ସମେତ ୯୮ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଲୋୟର ର୍ଦି, ହାଙ୍ଗୁ, […] The post ଅଚାନକ ଥରି ଉଠିଲା ପାକିସ୍ତାନ appeared first on Dharitri Odia News.

ଅଚାନକ ଥରି ଉଠିଲା ପାକିସ୍ତାନ

ଇସଲାମାବାଦ,୧୯।୬: ବୁଧବାର ପାକିସ୍ତାନର ରାଜଧାନୀ ଇସଲାମାବାଦ ସମେତ ପାକିସ୍ତାନର ଅନେକ ସ୍ଥାନରେ ୪.୭ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ।
ନ୍ୟାସନାଲ ସେସମୋଲୋଜିକାଲ ମନିଟରିଂ ସେଣ୍ଟର ଅନୁଯାୟୀ, ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିଲା ଏବଂ ଇସଲାମାବାଦ, ରାୱଲପିଣ୍ଡି, ପେଶାୱାର, ଶ୍ୱାଟ, ମାଲାକାଣ୍ଡ, ଉତ୍ତର ୱାଜିରିସ୍ତାନ, ପାରାଚିନାର ସମେତ ୯୮ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଲୋୟର ର୍ଦି, ହାଙ୍ଗୁ, ଚାରସଡା ଏବଂ ସ୍ବାବି ଅନେକ ଅଞ୍ଚଳରେ ଅନୁଭବ କରାଯାଇଥିଲା।

The post ଅଚାନକ ଥରି ଉଠିଲା ପାକିସ୍ତାନ appeared first on Dharitri Odia News.