ଅଚାନକ ବଢିଲା ନୀରଜ, ମନୁ ଏବଂ ଭିନେଶଙ୍କ ରୋଜଗାର, ଘର ବାହାରେ ଲାଗିଛି କମ୍ପାନୀଙ୍କ ଲାଇନ୍

ନୂଆଦିଲ୍ଲୀ ୨୨।୦୮: ଶେଷ ହୋଇଛି ପ୍ୟାରିସ୍ ଅଲମ୍ପିକ୍ସ ୨୦୨୪ । ଭାରତକୁ ମିଳିଛି ୭ଟି ପଦକ । କିନ୍ତୁ ଖାସ୍ ନଜରରେ ରହିଥିଲେ ମନୁ ଭାକର, ନୀରଜ ଚୋପ୍ରା ଏବଂ ଭିନେଶ ଫୋଗାଟ୍ । ନୀରଜ ରୌପ୍ୟ ଏବଂ ମନୁ ବ୍ରୋଞ୍ଜ ପଦକ ଜିତିଥିଲେ । କିନ୍ତୁ ଭିନେଶ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ହୋଇଥିଲେ ଡିସକ୍ବାଲିଫାଏ । ଏବେ ଏହି ଆଥଲେଟ୍ ହେବାକୁ ଯାଉଛନ୍ତି ମାଲେମାଲ୍ । ରୋଜଗାର କରିପାରନ୍ତି କୋଟିକୋଟି । ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲରେ ପଦକ ଜିତିଥିଲେ। ମିଶ୍ରିତ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଦ୍ୱିତୀୟ ପଦକ ଜିତିଥିଲେ । ଏହାପରେ ଆଥଲେଟଙ୍କର ବଢିଯାଇଛି ବ୍ରାଣ୍ଡ ଭାଲ୍ୟୁ । ଖବର ଅନୁଯାୟୀ ମନୁ ଭାକରଙ୍କ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଫି ଯଥେଷ୍ଟ ବୃଦ୍ଧି ପାଇଛି । ପୂର୍ବରୁ ମନୁ ଏକ ବ୍ରାଣ୍ଡ ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ପାଖାପାଖି ୧.୫ କୋଟି ଟଙ୍କା ଦାବି କରୁଛନ୍ତି ।ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କ ଭାଲ୍ୟୁ ବହୁତ ବଢି ଯାଇଛି । ତାଙ୍କର ଆୟ ମଧ୍ୟ ବୃଦ୍ଧି ହେବାକୁ ଯାଉଛି । ଏହାପୂର୍ବରୁ ନୀରଜ ଗୋଟିଏ ବ୍ରାଣ୍ଡରୁ ପ୍ରାୟ ୩ କୋଟି ଟଙ୍କା ଚାର୍ଜ କରୁଥିଲେ। କିନ୍ତୁ ବର୍ତ୍ତମାନ ସେ ୪ ରୁ ୪.୫ କୋଟି ଟଙ୍କା ଚାର୍ଜ  କରୁଛନ୍ତି । ନୀରଜ ପୂର୍ବରୁ କିଛି ବ୍ରାଣ୍ଡ ସହିତ ଯୋଡି ହୋଇଛନ୍ତି । କିନ୍ତୁ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ସିଲଭର ମେଡାଲ୍ ଜିତିବା ଲାଭଦାୟକ ହୋଇଛି । ଏହି ଲ

ଅଚାନକ ବଢିଲା ନୀରଜ, ମନୁ ଏବଂ ଭିନେଶଙ୍କ ରୋଜଗାର, ଘର ବାହାରେ ଲାଗିଛି କମ୍ପାନୀଙ୍କ ଲାଇନ୍

ନୂଆଦିଲ୍ଲୀ ୨୨।୦୮: ଶେଷ ହୋଇଛି ପ୍ୟାରିସ୍ ଅଲମ୍ପିକ୍ସ ୨୦୨୪ । ଭାରତକୁ ମିଳିଛି ୭ଟି ପଦକ । କିନ୍ତୁ ଖାସ୍ ନଜରରେ ରହିଥିଲେ ମନୁ ଭାକର, ନୀରଜ ଚୋପ୍ରା ଏବଂ ଭିନେଶ ଫୋଗାଟ୍ । ନୀରଜ ରୌପ୍ୟ ଏବଂ ମନୁ ବ୍ରୋଞ୍ଜ ପଦକ ଜିତିଥିଲେ । କିନ୍ତୁ ଭିନେଶ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ହୋଇଥିଲେ ଡିସକ୍ବାଲିଫାଏ । 

ଏବେ ଏହି ଆଥଲେଟ୍ ହେବାକୁ ଯାଉଛନ୍ତି ମାଲେମାଲ୍ । ରୋଜଗାର କରିପାରନ୍ତି କୋଟିକୋଟି । ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲରେ ପଦକ ଜିତିଥିଲେ। ମିଶ୍ରିତ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଦ୍ୱିତୀୟ ପଦକ ଜିତିଥିଲେ । ଏହାପରେ ଆଥଲେଟଙ୍କର ବଢିଯାଇଛି ବ୍ରାଣ୍ଡ ଭାଲ୍ୟୁ । 

ଖବର ଅନୁଯାୟୀ ମନୁ ଭାକରଙ୍କ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଫି ଯଥେଷ୍ଟ ବୃଦ୍ଧି ପାଇଛି । ପୂର୍ବରୁ ମନୁ ଏକ ବ୍ରାଣ୍ଡ ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ପାଖାପାଖି ୧.୫ କୋଟି ଟଙ୍କା ଦାବି କରୁଛନ୍ତି ।

ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କ ଭାଲ୍ୟୁ ବହୁତ ବଢି ଯାଇଛି । ତାଙ୍କର ଆୟ ମଧ୍ୟ ବୃଦ୍ଧି ହେବାକୁ ଯାଉଛି । ଏହାପୂର୍ବରୁ ନୀରଜ ଗୋଟିଏ ବ୍ରାଣ୍ଡରୁ ପ୍ରାୟ ୩ କୋଟି ଟଙ୍କା ଚାର୍ଜ କରୁଥିଲେ। କିନ୍ତୁ ବର୍ତ୍ତମାନ ସେ ୪ ରୁ ୪.୫ କୋଟି ଟଙ୍କା ଚାର୍ଜ  କରୁଛନ୍ତି । 

ନୀରଜ ପୂର୍ବରୁ କିଛି ବ୍ରାଣ୍ଡ ସହିତ ଯୋଡି ହୋଇଛନ୍ତି । କିନ୍ତୁ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ସିଲଭର ମେଡାଲ୍ ଜିତିବା ଲାଭଦାୟକ ହୋଇଛି । ଏହି ଲିଷ୍ଟରେ ଭାରତୀୟ ରେସଲର ଭିନେଶ ଫୋଗାଟ ମଧ୍ୟ ଅଛନ୍ତି । ସେ ଗୋଟିଏ ପଦକ ଜିତି ନାହାଁନ୍ତି । ତଥାପି ତାଙ୍କର ବ୍ରାଣ୍ଡ ଭାଲ୍ୟୁ ବୃଦ୍ଧି ପାଇଛି ।  ବିନେଶ ପୂର୍ବରୁ ୨୫ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ୭୫ ଲକ୍ଷରୁ ୧ କୋଟି ଟଙ୍କା ଚାର୍ଜ କରୁଛନ୍ତି ।