ବାଲିପାଟଣାରେ କାବୁ ହେଲା ଉତ୍ପାତିଆ ମାଙ୍କଡ଼, ଟ୍ରାଙ୍କୁଲାଇଜ୍ ପରେ ମେଡିକାଲରେ ଭର୍ତ୍ତି
ବାଲିପାଟଣା ୨୧।୧୧ : କାବୁ ହେଲା ଉତ୍ପାତିଆ ମାଙ୍କଡ଼ । ରାଜଧାନୀ ଉପକଣ୍ଠ ବାଲିପାଟଣାରେ କାବୁ ହେଲେ ଉତ୍ପାତିଆ ମାଙ୍କଡ଼ । ନନ୍ଦନକାନନର ଏକ ଟିମ୍ ଉତ୍ପାତିଆ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରିଛି । ଖବର ଅନୁଯାୟୀ, ଗତ ତିନି ଦିନ ହେଲା ମାଙ୍କଡ଼ଟି ବାଲିପାଟଣା ଅଞ୍ଚଳରେ ଉତ୍ପାତ ମଚାଇଥିଲା । ଅନେକ ଲୋକଙ୍କୁ ଆକ୍ରମଣ କରିଥିଲା । ତିନି ଦିନରେ ପ୍ରାୟ ୪ ଜଣ ଲୋକ ଲହୁଲୁହାଣ ହୋଇଥିଲା । ଉତ୍ପାତିଆ ମାଙ୍କଡ଼କୁ କାବୁ ପାଇ ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗ ଟିମ୍ ଲଗାତର ଚେଷ୍ଟା କରୁଥିଲା ମାଙ୍କଡ଼କୁ କାବୁ କରିବା ଲାଗି, ହେଲେ ସେଥିରେ ଫେଲ୍ ମାରୁଥିଲା । ଶେଷରେ ଗୁରୁବାର ଦିନ ସକାଳ ସମୟରେ ମାଙ୍କଡ଼ଟି ଏକ ଛାତ ଉପରେ ବସିଥିଲା । ଯାହାକୁ ବନବିଭାଗର ଏକ ଟିମ୍ ନଜର ରଖିଥିଲା, ଆଉ ନନ୍ଦନକାନନର ଏକ ଟିମ୍ ସହାୟତାରେ ଟ୍ରାଙ୍କୁଲାଇଜ୍ କରିଛି । ମାଙ୍କଡ଼ଟି ଟିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇଛି ।
ବାଲିପାଟଣା ୨୧।୧୧ : କାବୁ ହେଲା ଉତ୍ପାତିଆ ମାଙ୍କଡ଼ । ରାଜଧାନୀ ଉପକଣ୍ଠ ବାଲିପାଟଣାରେ କାବୁ ହେଲେ ଉତ୍ପାତିଆ ମାଙ୍କଡ଼ । ନନ୍ଦନକାନନର ଏକ ଟିମ୍ ଉତ୍ପାତିଆ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରିଛି ।
ଖବର ଅନୁଯାୟୀ, ଗତ ତିନି ଦିନ ହେଲା ମାଙ୍କଡ଼ଟି ବାଲିପାଟଣା ଅଞ୍ଚଳରେ ଉତ୍ପାତ ମଚାଇଥିଲା । ଅନେକ ଲୋକଙ୍କୁ ଆକ୍ରମଣ କରିଥିଲା । ତିନି ଦିନରେ ପ୍ରାୟ ୪ ଜଣ ଲୋକ ଲହୁଲୁହାଣ ହୋଇଥିଲା । ଉତ୍ପାତିଆ ମାଙ୍କଡ଼କୁ କାବୁ ପାଇ ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗ ଟିମ୍ ଲଗାତର ଚେଷ୍ଟା କରୁଥିଲା ମାଙ୍କଡ଼କୁ କାବୁ କରିବା ଲାଗି, ହେଲେ ସେଥିରେ ଫେଲ୍ ମାରୁଥିଲା । ଶେଷରେ ଗୁରୁବାର ଦିନ ସକାଳ ସମୟରେ ମାଙ୍କଡ଼ଟି ଏକ ଛାତ ଉପରେ ବସିଥିଲା । ଯାହାକୁ ବନବିଭାଗର ଏକ ଟିମ୍ ନଜର ରଖିଥିଲା, ଆଉ ନନ୍ଦନକାନନର ଏକ ଟିମ୍ ସହାୟତାରେ ଟ୍ରାଙ୍କୁଲାଇଜ୍ କରିଛି । ମାଙ୍କଡ଼ଟି ଟିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇଛି ।