ଭିସ୍ତାରା ଏୟାରଲାଇନ୍ସରେ ପାଇଲଟ୍ ସଂକଟ; ୩୮ ବିମାନ ଉଡ଼ାଣ ବାତିଲ, ରିପୋର୍ଟ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ: ଏୟାର ଲାଇନ୍ସରେ ପାଇଲଟଙ୍କ ଘୋର ଅଭାବ । ଭିସ୍ତାରା ଏୟାର ଲାଇନ୍ସକୁ ମିଳୁନାହାନ୍ତି ପାଇଲଟ୍ । ଫଳରେ ବିମାନ କମ୍ପାନୀ ପାଇଁ ଅଡ଼ୁଆ ବଢିଛି । ମଙ୍ଗଳବାର ସକାଳେ ପୁଣି ୩୮ ବିମାନ ଉଡ଼ାଣ ବାତିଲ୍ କରିଛି କମ୍ପାନୀ । ଯେ ପର୍ଯ୍ୟନ୍ତ ପାଇଲଟଙ୍କ ପଦବୀ ପୂରଣ ନ ହୋଇଛି, ସେ ଯାଏ କେବଳ ସୀମିତ ବିମାନ ଚଳାଚଳ କରିବ ବୋଲି କମ୍ପାନୀ ପକ୍ଷରୁ ବିବୃତ୍ତି ଦିଆଯାଇଛି ।  ଏହି ସବୁ ବିମାନ ମଧ୍ୟରୁ ୧୫ଟି ମୁମ୍ବାଇରୁ ଉଡ଼ାଣ ଭରିବାକୁ ଥିବା ବେଳେ ପ୍ରାୟ ୧୨ଟି ବିମାନ ରାଜଧାନୀ ଦିଲ୍ଲୀରୁ ଉଡ଼ାଣ ଭରିବାର ଥିଲା । ଏହାସହିତ ୧୧ଟି ବିମାନ ବେଙ୍ଗାଲୁରୁ ବିମାନ ବନ୍ଦରରୁ ଯାତ୍ରୀଙ୍କୁ ନେଇ ଯାଇଥାନ୍ତା । ହେଲେ ଏସବୁ ବିମାନକୁ ବାତିଲ କରିଛି କମ୍ପାନୀ । ସୋମବାର ୫୦ଟି ବିମାନ ଉଡ଼ାଣ ବାତିଲ କରିଥିଲା ଭିସ୍ତାରା । ଏହା ବ୍ୟତୀତ ୧୬୦ଟି ବିମାନ ବିଳମ୍ବରେ ଉଡ଼ାଣ ଭରିଥିଲା । ଏପରିକି ଯାତ୍ରୀମାନେ ଏୟାରଲାଇନକୁ ସଂପର୍କ କରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ । ଭିସ୍ତାରା ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ କ୍ରୁ ମେମ୍ବରଙ୍କ ସଂଖ୍ୟା କମ୍ ଥିବା କାରଣରୁ ଭିସ୍ତାରା ଏୟାରଲାଇନ୍ସ ବିମାନ ବାତିଲ ଏବଂ ଉଡ଼ାଣ ବିଳମ୍ବ ହେଉଛି । ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଆମେ ସ୍ୱୀକାର କରୁଛୁ, ଏଥିପାଇଁ ଆମେ ଚିନ୍ତିତ । ବିଜାପୁରରେ ଏ

ଭିସ୍ତାରା ଏୟାରଲାଇନ୍ସରେ ପାଇଲଟ୍ ସଂକଟ; ୩୮ ବିମାନ ଉଡ଼ାଣ ବାତିଲ, ରିପୋର୍ଟ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ: ଏୟାର ଲାଇନ୍ସରେ ପାଇଲଟଙ୍କ ଘୋର ଅଭାବ । ଭିସ୍ତାରା ଏୟାର ଲାଇନ୍ସକୁ ମିଳୁନାହାନ୍ତି ପାଇଲଟ୍ । ଫଳରେ ବିମାନ କମ୍ପାନୀ ପାଇଁ ଅଡ଼ୁଆ ବଢିଛି । ମଙ୍ଗଳବାର ସକାଳେ ପୁଣି ୩୮ ବିମାନ ଉଡ଼ାଣ ବାତିଲ୍ କରିଛି କମ୍ପାନୀ । ଯେ ପର୍ଯ୍ୟନ୍ତ ପାଇଲଟଙ୍କ ପଦବୀ ପୂରଣ ନ ହୋଇଛି, ସେ ଯାଏ କେବଳ ସୀମିତ ବିମାନ ଚଳାଚଳ କରିବ ବୋଲି କମ୍ପାନୀ ପକ୍ଷରୁ ବିବୃତ୍ତି ଦିଆଯାଇଛି ।  ଏହି ସବୁ ବିମାନ ମଧ୍ୟରୁ ୧୫ଟି ମୁମ୍ବାଇରୁ ଉଡ଼ାଣ ଭରିବାକୁ ଥିବା ବେଳେ ପ୍ରାୟ ୧୨ଟି ବିମାନ ରାଜଧାନୀ ଦିଲ୍ଲୀରୁ ଉଡ଼ାଣ ଭରିବାର ଥିଲା । ଏହାସହିତ ୧୧ଟି ବିମାନ ବେଙ୍ଗାଲୁରୁ ବିମାନ ବନ୍ଦରରୁ ଯାତ୍ରୀଙ୍କୁ ନେଇ ଯାଇଥାନ୍ତା । ହେଲେ ଏସବୁ ବିମାନକୁ ବାତିଲ କରିଛି କମ୍ପାନୀ । 

ସୋମବାର ୫୦ଟି ବିମାନ ଉଡ଼ାଣ ବାତିଲ କରିଥିଲା ଭିସ୍ତାରା । ଏହା ବ୍ୟତୀତ ୧୬୦ଟି ବିମାନ ବିଳମ୍ବରେ ଉଡ଼ାଣ ଭରିଥିଲା । ଏପରିକି ଯାତ୍ରୀମାନେ ଏୟାରଲାଇନକୁ ସଂପର୍କ କରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ । 

ଭିସ୍ତାରା ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ କ୍ରୁ ମେମ୍ବରଙ୍କ ସଂଖ୍ୟା କମ୍ ଥିବା କାରଣରୁ ଭିସ୍ତାରା ଏୟାରଲାଇନ୍ସ ବିମାନ ବାତିଲ ଏବଂ ଉଡ଼ାଣ ବିଳମ୍ବ ହେଉଛି । ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଆମେ ସ୍ୱୀକାର କରୁଛୁ, ଏଥିପାଇଁ ଆମେ ଚିନ୍ତିତ । 

ବିଜାପୁରରେ ଏନକାଉଣ୍ଟର; ସୁରକ୍ଷାବାହିନୀ ଗୁଳିରେ ୪ ନକ୍ସଲ ନିହତ

ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ନିରନ୍ତର ପ୍ରାୟସ ଜାରି ରହିଛି । ଖୁବ୍ ଶୀଘ୍ର କ୍ରୁ ମେମ୍ବର ପଦବୀ ପୂରଣ କରାଯିବ । ଯେଉଁମାନେ ଟିକେଟ୍ କରିଥିଲେ ସେମାନଙ୍କୁ ଟଙ୍କା ରିଫଣ୍ଡ୍ ହୋଇଯିବ ବୋଲି ଭିସ୍ତାରା ମୁଖପାତ୍ର କହିଛନ୍ତି। ସେପଟେ ବିମାନ ବିଳମ୍ବ ଏବଂ ବାତିଲ ହେବାକୁ ନେଇ ଭିସ୍ତାରା ଯାତ୍ରୀମାନେ ସୋଶିଆଲ ମିଡିଆ ପୋଷ୍ଟ୍ ମାଧ୍ୟମରେ ଅସନ୍ତୋଷ ପ୍ରକାଶ କରିଥିଲେ । ଗତ କିଛି ଦିନ ମଧ୍ୟରେ ବିମାନ ୫ ଘଣ୍ଟାରୁ ଅଧିକ ବିଳମ୍ବ ହେଉଥିବା ଅଭିଯୋଗ କରିଥିଲେ । ବିମାନ ବାତିଲ ହୋଇଥିଲେ ମଧ୍ୟ ଯାତ୍ରୀମାନଙ୍କୁ ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯାଇନଥିବା