ଚନ୍ଦ୍ରପୃଷ୍ଠରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରପୃଷ୍ଠରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ। ଶକ୍ତିଶାଳୀ ରୁଷ ଏହି ପରମାଣୁ ଶକ୍ତି ପ୍ରକଳ୍ପ ନିର୍ମାଣ କରିବାକୁ... The post ଚନ୍ଦ୍ରପୃଷ୍ଠରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ appeared first on .

ଚନ୍ଦ୍ରପୃଷ୍ଠରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରପୃଷ୍ଠରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ। ଶକ୍ତିଶାଳୀ ରୁଷ ଏହି ପରମାଣୁ ଶକ୍ତି ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି। ଆଉ ଏହି ପ୍ରକଳ୍ପରେ ଋଷ ସହ ହାତ ମିଳାଇବବାକୁ ପ୍ରସ୍ତୁତ ରହିଛି ଭାରତ। ଭାରତ ଋଷର ଏହି ମହତ୍ଵାକାଂକ୍ଷୀ ପ୍ରକଳ୍ପ ଉପରେ ଅନେକ ଆଗ୍ରହ ପ୍ରକାଶ କରିଛି। ଋଷର ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଚନ୍ଦ୍ରପୃଷ୍ଠରେ ନିର୍ମାଣ ହେବାକୁ ଥିବା ଷ୍ଟେସନରେ ଆବଶ୍ୟକ ବିଦ୍ଯୁତ ଶକ୍ତି ପୂରଣ କରିବା। ଋଷ, ଭାରତ ସହ ପଡୋଶୀ ଚୀନ ମଧ୍ୟ ଏହି ପ୍ରକଳ୍ପରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛି। ଋଷର ସରକାରୀ ପରମାଣୁ ନିଗମ ରୋସାଟମ ଏହି ପ୍ରକଳ୍ପର ନେତୃତ୍ଵ ନେଇଛି। ଚନ୍ଦ୍ରପୃଷ୍ଠରେ ହେବାକୁ ଥିବା ଏହି ପରମାଣୁ ଶକ୍ତି ପ୍ରକଳ୍ପରୁ ଅଧା ମେଗାୱାଟ ବିଜୁଳି ଉତ୍ପାଦନ ହେବ।   ଚନ୍ଦ୍ରପୃଷ୍ଠରେ ହେବାକୁ ଥିବା ବେସକୁ ଏହି ପ୍ରକଳ୍ପରୁ ବିଦ୍ଯୁତ ସଂଯୋଗ କରାଯିବ। ଆସନ୍ତା ୨୦୩୬ ସୁଦ୍ଧା ପ୍ରସ୍ତୁତ ହୋଇଯିବ ଏହି ପ୍ରକଳ୍ପ। ପ୍ରକଳ୍ପ ପ୍ରତି ଭାରତ ଓ ଚୀନ ଆଗ୍ରହ ପ୍ରକାଶ କରିଥିବା ଋଷର ପରମାଣୁ ଶକ୍ତି ପ୍ରକଳ୍ପ ସଂସ୍ଥା ରୋସାଟମ ସୂଚନା ଦେଇଛି। ଚନ୍ଦ୍ରପୃଷ୍ଠରେ ପରମାଣୁ ଶକ୍ତି ପ୍ରକଳ୍ପ ନିର୍ମାଣ କାମ ଚାଲିଛି ବୋଲି ଘୋଷଣା କରିଛି  ଋଷର ମହାକାଶ ଗବେଷଣା ସଂସ୍ଥା ରୋସ୍କୋସ୍ମୋସ। ଋଷ ଏବଂ ଚୀନ ମିଳିତ ଭାବେ ଏହି ଯୋଜନାରେ ସାମିଲ ହୋଇଥିବା କହିଛି। ଏହି ପ୍ରକଳ୍ପ ଦ୍ଵାରା ଭାରତର ଅନେକ ଲାଭ ହେବ। ଆସନ୍ତା ୨୦୪୦ ସୁଦ୍ଧା ଭାରତ ଚନ୍ଦ୍ରପୃଷ୍ଠକୁ ମଣିଷକୁ ପଠାଇବାକୁ ଯୋଜନା କରିଛି। ଏହାଦ୍ଵାରା ଏହି ପ୍ରକଳ୍ପରୁ ସେଠାରେ ଆବଶ୍ୟକ ହେଉଥିବା ଶକ୍ତିର ଆବଶ୍ୟକତା ପୂରଣ କରିବ। ୨୦୨୧ରେ ଋଷ ଏବଂ ଚୀନ ମିଳିତ ଭାବେ ଅନ୍ତରାଷ୍ଟ୍ରୀୟ ଚନ୍ଦ୍ର ଅନୁସଂଧାନ ଷ୍ଟେସନ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଏହି ପ୍ରକଳ୍ପ ୨୦୩୫ରୁ ୨୦୪୫ ମଧ୍ୟରେ କେତେବେଳେ ବି ଆରମ୍ଭ ହେବା ସମ୍ଭାବନା ରହିଛି। ଏହି ଷ୍ଟେସନର ଉଦ୍ଦେଶ୍ୟ ବୈଜ୍ଞାନିକ ଗବେଷଣା ଲାଗି ବ୍ୟବହାର କରିବାକୁ ରହିଛି। ଅଧିକାଂଶ ଦେଶ ଏହି ଷ୍ଟେସନର ବ୍ୟବହାର କରିପାରିବେ। ତେବେ ଆମେରିକା ସହ ଅନୟ କିଛି ଦେଶରୁ ଏହି ଷ୍ଟେସନର ଲାଭ ମିଳିନପାରେ। ଋଷର ସହଯୋଗୀ ହିସାବରେ ଭାରତ ଏହି ପ୍ରକଳ୍ପରୁ ଲାଭ ଉଠାଇବା ସମ୍ଭାବନା ରହିଛି। ଭାରତ ମଧ୍ୟ ୨୦୫୦ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ବେସ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ।

The post ଚନ୍ଦ୍ରପୃଷ୍ଠରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ appeared first on .