ଦୁଇ ଲୁଟେରା ଗିରଫ, ୧୭ ବାଇକ୍ ଓ ୩୦ ସାଇକେଲ ଉଦ୍ଧାର

ବ୍ରହ୍ମପୁର ୩୧।୮: ଆଖି ପିଛୁଳାକେ ଚୋରି କରୁଥିଲେ ବାଇକ୍ ଓ ସାଇକେଲ । କେତେବେଳେ ବଡ଼ ମେଡିକାଲ ପରିସରରୁ ତ ଆଉ କେତେବେଳେ ବଜାର ଛକରୁ । ପୋଲିସକୁ ଦେଉଥିଲେ ଚ୍ୟାଲେଞ୍ଜ । ହେଲେ ଏବେ ପୋଲିସ ପଞ୍ଝାରେ ପଡିଛନ୍ତି ଦୁଇ ମୋଟର ସାଇକେଲ ଓ ସାଇକେଲ ଲୁଟେରା । ବ୍ରହ୍ମପୁର ବଦ୍ୟନାଥପୁର ପୋଲିସ ପକ୍ଷରୁ ଦୁଇ ବାଇକ୍ ଓ ସାଇକେଲ ଲୁଟେରାକୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୭ଟି ମୋଟର ସାଇକେଲ ଓ ୩୦ଟି ସାଇକେଲ ଜବତ କରି ଉଦ୍ଧାର କରିଥିବା ପୋଲିସ କହିଛି ।ଗତ ୬ ମାସ ମଧ୍ୟରେ ବିଭିନ୍ନ ସ୍ଥାନରୁ ଚୋରି କରୁଥିବା ବେଳେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଏସବୁ ବାଇକ ଓ ସାଇକେଲ ଉଦ୍ଧାର କରିଛି । ହଜିଥିବା ଗାଡି ମାଲିକଙ୍କୁ ଏସବୁ ଗାଡି ହସ୍ତାନ୍ତର କରାଯାଉଛି ବୋଲି ଅତିରିକ୍ତ ଏସପି ଅସୀମ ପଣ୍ଡା କହିଛନ୍ତି । ସେପଟେ ହଜିଥିବା ଗାଡି ପାଇ ଗାଡି ମାଲିକ ଖୁସି ଜାହିର କରିଥିବା ବେଳେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।You Can Read:ଓଡିଶା ହାଇକୋର୍ଟରେ ପଡି ରହିଛି ୧ ଲକ୍ଷ ୪୨ ହଜାର ୮୫୮ ମାମଲା, ବୃଦ୍ଧି କରାଯିବ ବିଚାରପତି ସଂଖ୍ୟା : ଆଇନ ମନ୍ତ୍ରୀ 

ଦୁଇ ଲୁଟେରା ଗିରଫ, ୧୭ ବାଇକ୍ ଓ ୩୦ ସାଇକେଲ ଉଦ୍ଧାର

ବ୍ରହ୍ମପୁର ୩୧।୮: ଆଖି ପିଛୁଳାକେ ଚୋରି କରୁଥିଲେ ବାଇକ୍ ଓ ସାଇକେଲ । କେତେବେଳେ ବଡ଼ ମେଡିକାଲ ପରିସରରୁ ତ ଆଉ କେତେବେଳେ ବଜାର ଛକରୁ । ପୋଲିସକୁ ଦେଉଥିଲେ ଚ୍ୟାଲେଞ୍ଜ । ହେଲେ ଏବେ ପୋଲିସ ପଞ୍ଝାରେ ପଡିଛନ୍ତି ଦୁଇ ମୋଟର ସାଇକେଲ ଓ ସାଇକେଲ ଲୁଟେରା । ବ୍ରହ୍ମପୁର ବଦ୍ୟନାଥପୁର ପୋଲିସ ପକ୍ଷରୁ ଦୁଇ ବାଇକ୍ ଓ ସାଇକେଲ ଲୁଟେରାକୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୭ଟି ମୋଟର ସାଇକେଲ ଓ ୩୦ଟି ସାଇକେଲ ଜବତ କରି ଉଦ୍ଧାର କରିଥିବା ପୋଲିସ କହିଛି ।

ଗତ ୬ ମାସ ମଧ୍ୟରେ ବିଭିନ୍ନ ସ୍ଥାନରୁ ଚୋରି କରୁଥିବା ବେଳେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଏସବୁ ବାଇକ ଓ ସାଇକେଲ ଉଦ୍ଧାର କରିଛି । ହଜିଥିବା ଗାଡି ମାଲିକଙ୍କୁ ଏସବୁ ଗାଡି ହସ୍ତାନ୍ତର କରାଯାଉଛି ବୋଲି ଅତିରିକ୍ତ ଏସପି ଅସୀମ ପଣ୍ଡା କହିଛନ୍ତି । ସେପଟେ ହଜିଥିବା ଗାଡି ପାଇ ଗାଡି ମାଲିକ ଖୁସି ଜାହିର କରିଥିବା ବେଳେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।

You Can Read:

ଓଡିଶା ହାଇକୋର୍ଟରେ ପଡି ରହିଛି ୧ ଲକ୍ଷ ୪୨ ହଜାର ୮୫୮ ମାମଲା, ବୃଦ୍ଧି କରାଯିବ ବିଚାରପତି ସଂଖ୍ୟା : ଆଇନ ମନ୍ତ୍ରୀ