ଏଠାରେ ଭିନ୍ନ ରୂପରେ ପୂଜା ପାଉଛନ୍ତି ଶନିଦେବ, ହନୁମାନଙ୍କ ଠାରୁ ରକ୍ଷା ପାଇଁ ନେଇଥିଲେ ଏହି ବେଶ…

ନୂଆଦିଲ୍ଲୀ ୦୩।୧୧: ଶନିଦେବ ମହାରାଜ ସୂର୍ଯ୍ୟଙ୍କ ପୁତ୍ର । ଶନିଦେବ କ୍ରୋଧିତ ହେଲେ ସବୁ କାମ ବିଗିଡିଯାଏ । ଶନିଗ୍ରହକୁ ଅଧିକ ରାଗି ହୋଇଥିବା ବିବେଚନା କରାଯାଏ । ଶନି ଦେବଙ୍କ କ୍ରୋଧକୁ ଏଡାଇବା ପାଇଁ ଭକ୍ତଙ୍କୁ ଭଗବାନ ହନୁମାନଙ୍କୁ ଉପାସନା କରିବାକୁ ପରାମର୍ଶ ଦିଆଯାଇଛି। ଭକ୍ତମାନେ ବଜରଙ୍ଗବାଲୀଙ୍କ ଆଶ୍ରୟ ନେଇଥାନ୍ତି । କିନ୍ତୁ ଦେଶରେ ଏପରି ଏକ  ମନ୍ଦିର ରହିଛି ଯେଉଁ ନାରୀ ରୂପରେ ପୂଜା ପାଉଛନ୍ତି ସୂର୍ଯ୍ୟପୁତ୍ର ଶନିଦେବ । ଏହି ମନ୍ଦିରଟି ଗୁଜରାଟର ଭବନଗର ନିକଟ ସାରଙ୍ଗପୁରରେ ରହିଛି ।  ଏଠାରେ ଶନିଦେବ ପ୍ରଭୁ ହନୁମାନଙ୍କ ପାଦତଳେ ଜଣେ ମହିଳା ରୂପରେ ବସିଛନ୍ତି। ଏହି ମନ୍ଦିର ଏକ ଦୁର୍ଗ ପରି ଦେଖାଯାଏ । ଏହାକୁ କଷ୍ଟଭଞ୍ଜନ ହନୁମାନ ମନ୍ଦିର କୁହାଯାଏ । ଏଠାରେ ଭଗବାନ ହନୁମାନ ଏକ ସୁବର୍ଣ୍ଣ ସିଂହାସନରେ ବସିଛନ୍ତି। କିମ୍ବଦନ୍ତୀ ଅନୁଯାୟୀ ପ୍ରାଚୀନ କାଳରେ ଶନି ମହାରାଜଙ୍କ କ୍ରୋଧ ବହୁତ ବଢିଯାଇଥିଲା । ଯେଉଁଥିପାଇଁ ଲୋକମାନେ ବହୁତ ବିବ୍ରତ ହୋଇଥିଲେ । ଶନିଦେବଙ୍କ କ୍ରୋଧରୁ ନିଜକୁ ରକ୍ଷା କରିବା ପାଇଁ ଲୋକମାନେ ଭଗବାନ ହନୁମାନଙ୍କ ନିକଟରେ ପ୍ରାର୍ଥନା କରିବା ଆରମ୍ଭ କଲେ। ଏହାପରେ ହନୁମାନ ଶନିଦେବଙ୍କୁ ଦଣ୍ଡ ଦେବାକୁ ସ୍ଥିର କଲେ । ଶନିଦେବ ଏହା ଜାଣି ଭୟଭୀତ ହୋଇଗଲେ । ଶନିଦେବଙ୍କୁ ଜଣାଥିଲା ଯେ ବଜରଙ୍ଗବାଲୀ ବ୍ରହ୍ମଚାରୀ ଥିଲେ । ବଜରଙ୍ଗବାଲୀଙ୍କ ଠାରୁ ରକ୍ଷା ପାଇଁ ଶନିଦେବ ଜଣେ ନାରୀଙ୍କ ରୂପ ଧାରଣ କରିଥିଲେ

ଏଠାରେ ଭିନ୍ନ ରୂପରେ ପୂଜା ପାଉଛନ୍ତି ଶନିଦେବ, ହନୁମାନଙ୍କ ଠାରୁ ରକ୍ଷା ପାଇଁ ନେଇଥିଲେ ଏହି ବେଶ…

ନୂଆଦିଲ୍ଲୀ ୦୩।୧୧: ଶନିଦେବ ମହାରାଜ ସୂର୍ଯ୍ୟଙ୍କ ପୁତ୍ର । ଶନିଦେବ କ୍ରୋଧିତ ହେଲେ ସବୁ କାମ ବିଗିଡିଯାଏ । ଶନିଗ୍ରହକୁ ଅଧିକ ରାଗି ହୋଇଥିବା ବିବେଚନା କରାଯାଏ । ଶନି ଦେବଙ୍କ କ୍ରୋଧକୁ ଏଡାଇବା ପାଇଁ ଭକ୍ତଙ୍କୁ ଭଗବାନ ହନୁମାନଙ୍କୁ ଉପାସନା କରିବାକୁ ପରାମର୍ଶ ଦିଆଯାଇଛି। 

ଭକ୍ତମାନେ ବଜରଙ୍ଗବାଲୀଙ୍କ ଆଶ୍ରୟ ନେଇଥାନ୍ତି । କିନ୍ତୁ ଦେଶରେ ଏପରି ଏକ  ମନ୍ଦିର ରହିଛି ଯେଉଁ ନାରୀ ରୂପରେ ପୂଜା ପାଉଛନ୍ତି ସୂର୍ଯ୍ୟପୁତ୍ର ଶନିଦେବ । ଏହି ମନ୍ଦିରଟି ଗୁଜରାଟର ଭବନଗର ନିକଟ ସାରଙ୍ଗପୁରରେ ରହିଛି ।  ଏଠାରେ ଶନିଦେବ ପ୍ରଭୁ ହନୁମାନଙ୍କ ପାଦତଳେ ଜଣେ ମହିଳା ରୂପରେ ବସିଛନ୍ତି। ଏହି ମନ୍ଦିର ଏକ ଦୁର୍ଗ ପରି ଦେଖାଯାଏ । ଏହାକୁ କଷ୍ଟଭଞ୍ଜନ ହନୁମାନ ମନ୍ଦିର କୁହାଯାଏ । 

ଏଠାରେ ଭଗବାନ ହନୁମାନ ଏକ ସୁବର୍ଣ୍ଣ ସିଂହାସନରେ ବସିଛନ୍ତି। କିମ୍ବଦନ୍ତୀ ଅନୁଯାୟୀ ପ୍ରାଚୀନ କାଳରେ ଶନି ମହାରାଜଙ୍କ କ୍ରୋଧ ବହୁତ ବଢିଯାଇଥିଲା । ଯେଉଁଥିପାଇଁ ଲୋକମାନେ ବହୁତ ବିବ୍ରତ ହୋଇଥିଲେ । ଶନିଦେବଙ୍କ କ୍ରୋଧରୁ ନିଜକୁ ରକ୍ଷା କରିବା ପାଇଁ ଲୋକମାନେ ଭଗବାନ ହନୁମାନଙ୍କ ନିକଟରେ ପ୍ରାର୍ଥନା କରିବା ଆରମ୍ଭ କଲେ। ଏହାପରେ ହନୁମାନ ଶନିଦେବଙ୍କୁ ଦଣ୍ଡ ଦେବାକୁ ସ୍ଥିର କଲେ । 

ଶନିଦେବ ଏହା ଜାଣି ଭୟଭୀତ ହୋଇଗଲେ । ଶନିଦେବଙ୍କୁ ଜଣାଥିଲା ଯେ ବଜରଙ୍ଗବାଲୀ ବ୍ରହ୍ମଚାରୀ ଥିଲେ । ବଜରଙ୍ଗବାଲୀଙ୍କ ଠାରୁ ରକ୍ଷା ପାଇଁ ଶନିଦେବ ଜଣେ ନାରୀଙ୍କ ରୂପ ଧାରଣ କରିଥିଲେ ଏବଂ ହନୁମାନଙ୍କ ନିକଟରେ କ୍ଷମା ମାଗିଥିଲେ। ଏହି ଆଧାରରେ ଶନିଦେବଙ୍କୁ ମନ୍ଦିରରେ ହନୁମାନଜୀଙ୍କ ପାଦତଳେ ନାରୀ ରୂପରେ ପୂଜା କରାଯାଇଥାଏ।