କାହା ଇଙ୍ଗିତରେ ଚାଲିଛି ପୌର ଅତିଥି ଭବନରେ ବାର୍? ଲୋକଙ୍କ ଭିତରେ ବଢୁଛି ଅସନ୍ତୋଷ
ବ୍ରହ୍ମପୁର ୯/୭: ଗୋଟିଏ ପଟେ ମଦ ମୁକ୍ତ ଓଡ଼ିଶାକୁ ନେଇ ପରିକଲ୍ପନା ଚାଲିଛି । ଅନ୍ୟପଟେ ବ୍ରହ୍ମପୁର ପୌର ଅତିଥି ଭବନରେ ହୋଟେଲ ସହ ଖୁଲମଖୁଲ୍ଲା ଚାଲିଛି ବାର୍ । ଯାହାକୁ ନେଇ ତେଜିଲାଣି ଜନ ଅସନ୍ତୋଷ । ସହରକୁ ଅତିଥି ଆସିଲେ ଏହି ଭବନରେ ରହିବାର ବ୍ୟବସ୍ଥା ହୋଇଥାଏ । କିନ୍ତୁ ଗତ କିଛି ବର୍ଷ ହେଲା ମହାନଗର ନିଗମ ଏକ ଘରୋଇ ହୋଟେଲକୁ ଲିଜ୍ ସୂତ୍ରରେ ଦେଇଛି । ତା ପରଠୁ ଏଠାରେ ହୋଟେଲ ସହ ବାର୍ ଚାଲିଛି । କେଉଁ ଆଧାରରେ ଏଠାରେ ବାର୍ ଖୋଲାହୋଇଛି ? ବ୍ରହ୍ମପୁର ମହାନଗର ନିଗମ ବା BeMC କର୍ତ୍ତୃପକ୍ଷ କାହିଁକି ନିରବ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜନସାଧାରଣ ।ପୌର ଅତିଥି ଭବନରେ ବାର୍ ଖୋଲିବା ନିନ୍ଦନୀୟ । ଏଦିଗରେ BeMC କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ବିଧାୟକ କେ.ଅନୀଲ କୁମାର । ସେପଟେ ସଫେଇ ଦେଇ ମେୟର ସଂଘମିତ୍ରା ଦଳେଇ କହିଛନ୍ତି ପୌରପରିଷଦ ନଥିବା ସମୟରେ ହୋଟେଲକୁ ଲିଜ୍ ଦିଆଯାଇଥିଲା । ୨୦୨୫ରେ ଲିଜ୍ ସମୟ ସୀମା ସରିଯିବ । ସଂପୃକ୍ତ ବ୍ୟବସାୟୀଙ୍କୁ ସେଠାରୁ ହଟାଇବାକୁ କୁହାଯାଇଛି । ନହଟିଲେ ଆବଶ୍ୟକ ପଦକ୍ଷେପ ନିଆଯିବ ।
ବ୍ରହ୍ମପୁର ୯/୭: ଗୋଟିଏ ପଟେ ମଦ ମୁକ୍ତ ଓଡ଼ିଶାକୁ ନେଇ ପରିକଲ୍ପନା ଚାଲିଛି । ଅନ୍ୟପଟେ ବ୍ରହ୍ମପୁର ପୌର ଅତିଥି ଭବନରେ ହୋଟେଲ ସହ ଖୁଲମଖୁଲ୍ଲା ଚାଲିଛି ବାର୍ । ଯାହାକୁ ନେଇ ତେଜିଲାଣି ଜନ ଅସନ୍ତୋଷ । ସହରକୁ ଅତିଥି ଆସିଲେ ଏହି ଭବନରେ ରହିବାର ବ୍ୟବସ୍ଥା ହୋଇଥାଏ । କିନ୍ତୁ ଗତ କିଛି ବର୍ଷ ହେଲା ମହାନଗର ନିଗମ ଏକ ଘରୋଇ ହୋଟେଲକୁ ଲିଜ୍ ସୂତ୍ରରେ ଦେଇଛି । ତା ପରଠୁ ଏଠାରେ ହୋଟେଲ ସହ ବାର୍ ଚାଲିଛି । କେଉଁ ଆଧାରରେ ଏଠାରେ ବାର୍ ଖୋଲାହୋଇଛି ? ବ୍ରହ୍ମପୁର ମହାନଗର ନିଗମ ବା BeMC କର୍ତ୍ତୃପକ୍ଷ କାହିଁକି ନିରବ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜନସାଧାରଣ ।
ପୌର ଅତିଥି ଭବନରେ ବାର୍ ଖୋଲିବା ନିନ୍ଦନୀୟ । ଏଦିଗରେ BeMC କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ବିଧାୟକ କେ.ଅନୀଲ କୁମାର । ସେପଟେ ସଫେଇ ଦେଇ ମେୟର ସଂଘମିତ୍ରା ଦଳେଇ କହିଛନ୍ତି ପୌରପରିଷଦ ନଥିବା ସମୟରେ ହୋଟେଲକୁ ଲିଜ୍ ଦିଆଯାଇଥିଲା । ୨୦୨୫ରେ ଲିଜ୍ ସମୟ ସୀମା ସରିଯିବ । ସଂପୃକ୍ତ ବ୍ୟବସାୟୀଙ୍କୁ ସେଠାରୁ ହଟାଇବାକୁ କୁହାଯାଇଛି । ନହଟିଲେ ଆବଶ୍ୟକ ପଦକ୍ଷେପ ନିଆଯିବ ।