ଉଦଘାଟିତ ହେଲା ସୁଭଦ୍ରା କଲ୍ ସେଣ୍ଟର

ନନ୍ଦିଘୋଷ ବ୍ୟୁରୋ: ଉଦଘାଟିତ ହେଲା ସୁଭଦ୍ରା କଲ୍ ସେଣ୍ଟର। ଭୁବନେଶ୍ୱର ଇନଫୋସିଟି ନିକଟସ୍ଥ ଓକାକରେ ସୁଭଦ୍ରା କଲ୍ ସେଣ୍ଟର ଉଦଘାଟନ... The post ଉଦଘାଟିତ ହେଲା ସୁଭଦ୍ରା କଲ୍ ସେଣ୍ଟର appeared first on .

ଉଦଘାଟିତ ହେଲା ସୁଭଦ୍ରା କଲ୍ ସେଣ୍ଟର

ନନ୍ଦିଘୋଷ ବ୍ୟୁରୋ: ଉଦଘାଟିତ ହେଲା ସୁଭଦ୍ରା କଲ୍ ସେଣ୍ଟର। ଭୁବନେଶ୍ୱର ଇନଫୋସିଟି ନିକଟସ୍ଥ ଓକାକରେ ସୁଭଦ୍ରା କଲ୍ ସେଣ୍ଟର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କଲ୍ ସେଣ୍ଟର ବୁଲି ଦେଖିବା ସହ ଡିଜିଟା ଲାଇଜେସନ୍ କାର୍ଯ୍ୟକୁ ତଦାରଖ କରିଥିଲେ ଉପ ମୁଖ୍ୟମନ୍ତ୍ରୀ। ଏହି କଲ୍ ସେଣ୍ଟରରେ ବସି ଲୋକଙ୍କ ସହ ସିଧା କଥାହୋଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଲ୍ ସେଣ୍ଟର ମାଧ୍ୟମରେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରାଯାଉଛି । ଟୋଲ ଫ୍ରି ହେଲ୍ପଲାଇନ ନମ୍ୱର ୧୪୬୭୮କୁ ଲୋକ କଲ୍ କରି ସମସ୍ୟା ସମାଧାନ ବିଷୟରେ ପଚାରି ବୁଝୁଛନ୍ତି। ସବୁ ହିତାଧିକାରୀଙ୍କ ପଞ୍ଜିକରଣ ଜାରି ରହିଛି। ୧୭ ତାରିଖ ପରେ ଯେଉଁମାନେ ଆବେଦନ କରିବେ ସେମାନଙ୍କୁ ବି ସୁଭଦ୍ରା ମିଳିବ । ଏହାସହ ଫର୍ମ କିପରି ପୂରଣ ହେବ ସେ ନେଇ ସବୁ ପ୍ରଶ୍ନର ଉତ୍ତର ଦିଆଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

The post ଉଦଘାଟିତ ହେଲା ସୁଭଦ୍ରା କଲ୍ ସେଣ୍ଟର appeared first on .