ସ୍ତ୍ରୀଙ୍କୁ ୫ ପୃଷ୍ଠାର ଚିଠି ଲେଖି ଆତ୍ମହତ୍ୟା କଲେ ଫାଇନାନ୍ସ କମ୍ପାନୀର ଏରିଆ ମ୍ୟାନେଜର
ଲକ୍ଷ୍ନୌ,୩୦ା୯: ଉତ୍ତରପ୍ରଦେଶର ଝାନ୍ସୀରେ ବଜାଜ ଫାଇନାନ୍ସର ଏରିଆ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣେ ୪୨ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଦୁଇମାସ ହେଲା ଟାର୍ଗେଟ ପୂରଣ କରିବା ପାଇଁ ସିନିୟରମାନେ ତାଙ୍କ ଉପରେ ଅତ୍ୟଧିକ ଚାପ ପକାଉଥିଲେ। ଟାର୍ଗେଟ ପୂରଣ ନ କରିପାରିଲେ, ଛଟେଇ କରାଯିବ ବୋଲି ସେମାନେ ଧମକ ଦେଉଥିଲେ। ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ତରୁନ ସାକ୍ସେନା ଆତ୍ମହତ୍ୟା କରିଥିବା ଏକ ଚିଠିରେ ଲେଖିଛନ୍ତି। ତେବେ ବଜାଜ ଫାଇନାନ୍ସ ଉକ୍ତ ଅଭିଯୋଗ ଉପରେ କୌଣସି […] The post ସ୍ତ୍ରୀଙ୍କୁ ୫ ପୃଷ୍ଠାର ଚିଠି ଲେଖି ଆତ୍ମହତ୍ୟା କଲେ ଫାଇନାନ୍ସ କମ୍ପାନୀର ଏରିଆ ମ୍ୟାନେଜର appeared first on Dharitri Odia News.
ଲକ୍ଷ୍ନୌ,୩୦ା୯: ଉତ୍ତରପ୍ରଦେଶର ଝାନ୍ସୀରେ ବଜାଜ ଫାଇନାନ୍ସର ଏରିଆ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣେ ୪୨ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଦୁଇମାସ ହେଲା ଟାର୍ଗେଟ ପୂରଣ କରିବା ପାଇଁ ସିନିୟରମାନେ ତାଙ୍କ ଉପରେ ଅତ୍ୟଧିକ ଚାପ ପକାଉଥିଲେ। ଟାର୍ଗେଟ ପୂରଣ ନ କରିପାରିଲେ, ଛଟେଇ କରାଯିବ ବୋଲି ସେମାନେ ଧମକ ଦେଉଥିଲେ। ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ତରୁନ ସାକ୍ସେନା ଆତ୍ମହତ୍ୟା କରିଥିବା ଏକ ଚିଠିରେ ଲେଖିଛନ୍ତି। ତେବେ ବଜାଜ ଫାଇନାନ୍ସ ଉକ୍ତ ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ।
ତରୁନ୍ଙ୍କ ଆତ୍ମହତ୍ୟା କରିଥିବା ତାଙ୍କ ଘରୋଇ ସହାୟକ ସୋମବାର ସକାଳେ ଜାଣିବାକୁ ପାଇଥିଲେ। ତରୁନ ତାଙ୍କ ମା’ ବାପା, ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ରହୁଥିବା ବେଳେ ସେମାନଙ୍କୁ ଅନ୍ୟ ଏକ ରୁମ୍ରେ ତାଲା ପକାଇ ଦେଇଥିଲେ।
ସ୍ତ୍ରୀଙ୍କୁ ଲେଖିଥିବା ୫ ପୃଷ୍ଠାର ଚିଠିରେ ତରୁନ କହିଛନ୍ତି, ସମସ୍ତ ଉଦ୍ୟମ ସତ୍ତ୍ୱେ ସେ ଟାର୍ଗେଟ ପୂରଣ କରିପାରି ନ ଥିଲେ। ତାଙ୍କୁ ଉକ୍ତ ଅଞ୍ଚଳରେ ବଜାଜ ଫଇନାନ୍ସ ଋଣ କିସ୍ତି ଆଦାୟ ଦାୟିତ୍ୱ ଦିଆଯାଇଥିଲା। ଟାର୍ଗେଟ ପୂରଣ ହେଉ ନ ଥିବାରୁ ଚାକିରି ହରାଇବା ନେଇ ସେ ଚିନ୍ତାରେ ରହୁଥିଲେ।
ଋଣ କିସ୍ତି ଆଦାୟ କରି ନ ପାରିଲେ, ନିଜେ ଭରିବାକୁ ପଡୁଥିଲା। ବରିଷ୍ଠ ଅଧିକାରୀଙ୍କୁ ଅସୁବିଧା ସମ୍ପର୍କରେ ଜଣାଇଲେ ମଧ୍ୟ ସେ ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ତରୁନ୍ ୪୫ ଦିନ ହେଲା ଶୋଇ ନ ଥିବାବେଳେ ଖାଇବା ଏକପ୍ରକାର ଛାଡ଼ିଦେଇଥିଲେ ବୋଲି ଚିଠିରେ ଲେଖିଛନ୍ତି।
The post ସ୍ତ୍ରୀଙ୍କୁ ୫ ପୃଷ୍ଠାର ଚିଠି ଲେଖି ଆତ୍ମହତ୍ୟା କଲେ ଫାଇନାନ୍ସ କମ୍ପାନୀର ଏରିଆ ମ୍ୟାନେଜର appeared first on Dharitri Odia News.