ଅଶାନ୍ତ ବାଂଲାଦେଶ, ଭୟଭୀତ କେନ୍ଦ୍ରାପଡା ଉପକୂଳବାସୀ; ଉପକୂଳରେ ପାଟ୍ରୋଲିଂ ଜୋରଦାର

ମହାକାଲପଡ଼ା: ଅଶାନ୍ତ ବାଂଲାଦେଶ, ଭୟଭୀତ କେନ୍ଦ୍ରାପଡା ଉପକୂଳବାସୀ l ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ କ୍ଷମତା ପରିବର୍ତ୍ତନ ପରେ କେନ୍ଦ୍ରାପଡ଼ା ସମୁଦ୍ର ସୀମା ଦେଇ ଅନୁପ୍ରବେଶ ହେବାର ଆଶଙ୍କା ସୃଷ୍ଟି ହୋଇଛି l ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲା  ତିନି ସାମୁଦ୍ରିକ ଥାନାକୁ ହାଇ ଆଲର୍ଟ ଜାରି କରାଯାଇଛି। ଜମ୍ବୁ ସାମୁଦ୍ରିକ ଥାନାକୁ ଯାଇ ଖାରନାସୀ ଜେଟିରେ ଏସପି  ସିଦ୍ଧାର୍ଥ କାଟରିଆ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ସମୁଦ୍ର ଭିତରକୁ ସ୍ପିଡ୍ ବୋଟ ସାହାଯ୍ୟରେ ଯାଇ ପେଟ୍ରୋଲିଂ କିପରି ଚାଲୁଛି ତଦାରଖ କରିଛନ୍ତି। ଏସପି କହିଛନତି  ଅନ୍ଧାର ରାତିରେ ନାଇଟ୍ ଭିଜନ ବାଇନାକୁଲର ସାହାଯ୍ୟରେ  ପେଟ୍ରୋଲିଂକୁ  କଡ଼ାକଡ଼ି କରାଯିବ। ବିଭିନ୍ନ ସାଇକେଲ ଓ ମଟର ସଇକେଲରେ ଗାଁ ଗାଁରେ ବୁଲି  ରୋଜଗାର କରୁଥିବା ବଙ୍ଗ ଭାଷୀ ବ୍ୟକ୍ତିକୁ କେତେକ ସ୍ଥାନରେ ଅଟକାଇ ମାରଧର କରୁଥିବା ଅଭିଯୋଗ ଆସୁଛି। ଏହା ଉପରେ ନଜର ରଖାଯାଇଛି। ଯଦି କିଏ ଏପରି କାର୍ଯ୍ୟ କରୁଥିବ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି।

ଅଶାନ୍ତ ବାଂଲାଦେଶ, ଭୟଭୀତ କେନ୍ଦ୍ରାପଡା ଉପକୂଳବାସୀ; ଉପକୂଳରେ ପାଟ୍ରୋଲିଂ ଜୋରଦାର

ମହାକାଲପଡ଼ା: ଅଶାନ୍ତ ବାଂଲାଦେଶ, ଭୟଭୀତ କେନ୍ଦ୍ରାପଡା ଉପକୂଳବାସୀ l ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ କ୍ଷମତା ପରିବର୍ତ୍ତନ ପରେ କେନ୍ଦ୍ରାପଡ଼ା ସମୁଦ୍ର ସୀମା ଦେଇ ଅନୁପ୍ରବେଶ ହେବାର ଆଶଙ୍କା ସୃଷ୍ଟି ହୋଇଛି l ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲା  ତିନି ସାମୁଦ୍ରିକ ଥାନାକୁ ହାଇ ଆଲର୍ଟ ଜାରି କରାଯାଇଛି। ଜମ୍ବୁ ସାମୁଦ୍ରିକ ଥାନାକୁ ଯାଇ ଖାରନାସୀ ଜେଟିରେ ଏସପି  ସିଦ୍ଧାର୍ଥ କାଟରିଆ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। 

ଏଥିସହ ସମୁଦ୍ର ଭିତରକୁ ସ୍ପିଡ୍ ବୋଟ ସାହାଯ୍ୟରେ ଯାଇ ପେଟ୍ରୋଲିଂ କିପରି ଚାଲୁଛି ତଦାରଖ କରିଛନ୍ତି। ଏସପି କହିଛନତି  ଅନ୍ଧାର ରାତିରେ ନାଇଟ୍ ଭିଜନ ବାଇନାକୁଲର ସାହାଯ୍ୟରେ  ପେଟ୍ରୋଲିଂକୁ  କଡ଼ାକଡ଼ି କରାଯିବ। ବିଭିନ୍ନ ସାଇକେଲ ଓ ମଟର ସଇକେଲରେ ଗାଁ ଗାଁରେ ବୁଲି  ରୋଜଗାର କରୁଥିବା ବଙ୍ଗ ଭାଷୀ ବ୍ୟକ୍ତିକୁ କେତେକ ସ୍ଥାନରେ ଅଟକାଇ ମାରଧର କରୁଥିବା ଅଭିଯୋଗ ଆସୁଛି। ଏହା ଉପରେ ନଜର ରଖାଯାଇଛି। ଯଦି କିଏ ଏପରି କାର୍ଯ୍ୟ କରୁଥିବ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି।