ନାଁ ନ ନେଇ ଟ୍ରମ୍ପଙ୍କୁ ଶୁଣାଇଦେଲେ ମୋଦି! ଆଗକୁ ଆହୁରି…

ନୂଆଦିଲ୍ଲୀ, ୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାରବେସ ପରିଦର୍ଶନ କରି ଭାରତୀୟ ବାୟୁସେନାର ସୈନିକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଅପରେଶନ ସିନ୍ଦୁରର ସଫଳତା ପାଇଁ ଯବାନମାନଙ୍କ ସାହସିକତା ଓ ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅପରେଶନ ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିଲା, ଯେଉଁଥିରେ ୨୬ ଜଣ ନିରୀହ ଲୋକ ପ୍ରାଣ ହରାଇଥିଲେ। ଏହି ଅବସରରେ […] The post ନାଁ ନ ନେଇ ଟ୍ରମ୍ପଙ୍କୁ ଶୁଣାଇଦେଲେ ମୋଦି! ଆଗକୁ ଆହୁରି… appeared first on Dharitri Odia News.

ନାଁ ନ ନେଇ ଟ୍ରମ୍ପଙ୍କୁ ଶୁଣାଇଦେଲେ ମୋଦି! ଆଗକୁ ଆହୁରି…

ନୂଆଦିଲ୍ଲୀ, ୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାରବେସ ପରିଦର୍ଶନ କରି ଭାରତୀୟ ବାୟୁସେନାର ସୈନିକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଅପରେଶନ ସିନ୍ଦୁରର ସଫଳତା ପାଇଁ ଯବାନମାନଙ୍କ ସାହସିକତା ଓ ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅପରେଶନ ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିଲା, ଯେଉଁଥିରେ ୨୬ ଜଣ ନିରୀହ ଲୋକ ପ୍ରାଣ ହରାଇଥିଲେ।

ଏହି ଅବସରରେ ମୋଦି କହିଛନ୍ତି, “ଅପରେଶନ ସିନ୍ଦୂର କେବଳ ଏକ ନାମ ନୁହେଁ, ଏହା ଭାରତର ଦୃଢ଼ ସଂକଳ୍ପର ପ୍ରତୀକ। ଆପଣମାନେ ନିଖୁଣ ଭାବେ ଆତଙ୍କବାଦୀ ଠିକଣାଗୁଡ଼ିକୁ ଧ୍ବଂସ କରି ଦେଶର ଗୌରବକୁ ନୂଆ ଉଚ୍ଚତାରେ ପହଞ୍ଚାଇଛନ୍ତି।” ସେ ଆହୁରି କହିଛନ୍ତି ଯେ, ଭାରତୀୟ ସେନା ପାକିସ୍ତାନର ଡ୍ରୋନ ଓ ମିସାଇଲ ଆକ୍ରମଣକୁ ସଫଳତାର ସହ ପ୍ରତିହତ କରିଛି, ଯାହା ମେ ୯ ଓ ୧୦ ତାରିଖ ରାତିରେ ଆଦମପୁର ଏୟାରବେସ ଉପରେ ହୋଇଥିଲା।

ମୋଦି ପାକିସ୍ତାନର ମିଥ୍ୟା ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ପାକିସ୍ତାନ ଆଦମପୁର ଏୟାରବେସରେ ଥିବା ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିଥିବା ଦାବି ସମ୍ପୂର୍ଣ୍ଣ ମିଛ। ସେ ଏୟାରବେସରେ ଯବାନଙ୍କ ସହ ମିଳିତ ହୋଇ ସେମାନଙ୍କ ସାହସିକତାକୁ ସଲାମ କରିଛନ୍ତି ଏବଂ କହିଛନ୍ତି, “ଯେଉଁମାନେ ଆମ ବୋହୂ ଓ ଝିଅମାନଙ୍କ ସିନ୍ଦୂର ଛଡ଼ାଇ ନେଇଛନ୍ତି, ଆମେ ସେମାନଙ୍କ ଘରେ ପଶି ସେମାନଙ୍କୁ ଧ୍ବଂସ କରିଛୁ।”

ମୋଦି ଆହୁରି କହିଛନ୍ତି, ଏଣିକି ସର୍ବଦା ଘରେ ପଶି ମାରିବୁ, ବଞ୍ଚିବାକୁ ଦେବୁନି। ମହାରାଣା ପ୍ରତାପଙ୍କ ପଂକ୍ତିଙ୍କୁ ଆଧାର କରି ପାକିସ୍ତାନକୁ ନିଶାନା କରିଛନ୍ତି ମୋଦି। ଅପରେସନ ସିନ୍ଦୂର ଆମ ମନୋବଳ ବଢ଼ାଇଛି। ୨୦ରୁ ୨୫ ମିନିଟ ଭିତରେ ସଠିକ ଟାର୍ଗେଟ ନିଶ୍ଚିତ ବାହାଦୁରୀ। ସେମାନେ କିଛି କଳ୍ପନା କରିବା ପୂର୍ବରୁ ହିଟ କରିପାରିଲେ। ଆତ୍ମରକ୍ଷା ବାଟ ନ ପାଇ ପାକିସ୍ତାନ ବେସାମରିକ ବିମାନ ଉଡ଼ାଇଲା। ଆପଣମାନେ ବେଶ ସତର୍କତାର ସହ ଆତଙ୍କୀ ଠିକଣାରେ ପହଞ୍ଚିଲେ। ପାକିସ୍ତାନୀ ଡ୍ରୋନ, ଏୟାରକ୍ରାଫ୍ଟ ଆମ ଏୟାର ଡିଫେନ୍ସ କ୍ରସ କରିପାରିନି। ଅପରେସନ ସିନ୍ଦୂର ଆମ ନ୍ୟୁ ନର୍ମାଲ, କୌଣସି ପ୍ରକାର ନ୍ୟୁକ୍ଲିୟର ବ୍ଲାକମେଲିଂ ଭାରତ ସହିବନି ବୋଲି ମୋଦି କହିଛନ୍ତି।

ଅପରେଶନ ସିନ୍ଦୁର ମେ ୭ ତାରିଖରେ ଆରମ୍ଭ ହୋଇଥିଲା, ଯେଉଁଥିରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଠିକଣା ଉପରେ ୨୪ଟି ନିଖୁଣ ଆକ୍ରମଣ କରିଥିଲା। ଏହି ଅପରେଶନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଏକାସଙ୍ଗେ ଗୌତମ ବୁଦ୍ଧ ଓ ଗୁରୁ ଗୋବିନ୍ଦ ସିଂଙ୍କ ଦେଶ। ଆମର ଶତ୍ରୁମାନେ ଭୁଲି ଯାଇଛନ୍ତି ଯେ ସେମାନେ ଭାରତୀୟ ସେନାର ସାମ୍ନା କରୁଛନ୍ତି।” ଏୟାର ଚିଫ ମାର୍ଶାଲ ଏ.ପି. ସିଂଙ୍କ ସହ ପ୍ରଧାନମନ୍ତ୍ରୀ ଏୟାରବେସରେ ସୈନିକମାନଙ୍କୁ ଭେଟି ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ସେ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, “ଆଜି ସକାଳେ ଆଦମପୁର ଏୟାର ଫୋର୍ସ ଷ୍ଟେସନରେ ଆମର ସାହସୀ ଯୋଦ୍ଧାମାନଙ୍କୁ ଭେଟିବା ଏକ ବିଶେଷ ଅନୁଭବ ଥିଲା।”

ଏହି ପରିଦର୍ଶନ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ଯୁଦ୍ଧବିରତି ଘୋଷଣା ପରେ ହୋଇଛି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଭାରତ କେବଳ ସାମୟିକ ଭାବେ ସାମରିକ କାର୍ଯ୍ୟକୁ ବିରତି ଦେଇଛି ଏବଂ ପାକିସ୍ତାନର ଭବିଷ୍ୟତ ଆଚରଣ ଉପରେ ଆଗାମୀ ପଦକ୍ଷେପ ର୍ନିଭର କରିବ।

The post ନାଁ ନ ନେଇ ଟ୍ରମ୍ପଙ୍କୁ ଶୁଣାଇଦେଲେ ମୋଦି! ଆଗକୁ ଆହୁରି… appeared first on Dharitri Odia News.