ପୃଥିବୀ ଘୁରୁଥିବା ଶୁଣୁଥିଲେ, ଏବେ ଦେଖନ୍ତୁ Video
ନୂଆଦିଲ୍ଲୀ ୯।୭: ଆମ ଦେଶରେ ପୃଥିବୀକୁ ପ୍ରକୃତିର ଉପହାର ନୁହେଁ ମାଆ ର ମାନ୍ୟତା ମଧ୍ୟ ଦିଆଯାଏ। କାରଣ ପୃଥିବୀରୁ ଆମକୁ ଖାଇବା, ପିଇବା ରହିବାକୁ ସବୁକିଛି ମିଳିଥାଏ। ଏଣୁ ମା ଭଳି ଆମେ ଏହାର ପୂଜନ ମଧ୍ୟ କରୁ। ଏଥିରେ ବିଜ୍ଞାନକୁ ବିଶ୍ୱାସ କଲେ ପୃଥିବୀ ତା କକ୍ଷ ପଥରେ ନିୟମିତ ଘୁରି ଚାଲିଛି। ଏହାର ପ୍ରମାଣ ଦେଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆର ସମୟରେ ଆମେ ବହୁତ କିଛି ଦେଖୁଛେ, ହେଲେ ଏପରି କିଛି ଅଛି ଯାହା ଉପରେ ଆଖି ତତ୍କାଳ ବିଶ୍ୱାସ କରିପାରେନି। ଭିଡିଓରେ ପୃଥିବୀ ଘୁରୁଥିବାର ଦେଖାଯାଉଛି। Earth's rotation visualized in a stunning timelapse that follows a fixed point in the sky.????: Martin Giraud pic.twitter.com/JG0IcOxWvO— Wonder of Science (@wonderofscience) July 8, 2024ଏହା ଏକ ଟାଇମ ଲାପ୍ସ ଭିଡିଓ, ଯାହା ବହୁତ ଅଦଭୂତ ଲାଗୁଛି। ଏହାକୁ ମାର୍ଟିନ ଜୀ ନାମକ ବ୍ୟକ୍ତି ରେକର୍ଡ କରିଛନ୍ତି ଓ ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲରେ ସେୟାର କରିଛନ୍ତି। ପୃଥିବୀର ରୋଟେସନ ଭିଡିଓକୁ ଦକ୍ଷିଣ ଫ୍ରାନ୍ସରେ କସ୍ମୋଡ୍ରମ ଅଭଜରଭେଟରୀ ଅଗଷ୍ଟ ୨୦୨୨ରେ ରେକର୍ଡ କରିଥିଲେ। ଏଥିରେ ଏକ କ୍ୟାମେରାକୁ ଷ୍ଟାବିଲାଇଜ କରି ଘୂର୍ଣ୍ଣନର ପୁରା ଭିଡିଓକୁ କ୍ୟାପଚର କରାଯାଇଥିଲା। ବିଜ୍ଞାନ ଓ ଖାସ କରି ସ୍ପେସ୍ ରେ ଆଗ୍ରହ ରଖୁଥିବା ଲୋକଙ୍କ ଲାଗି ଏହି
ନୂଆଦିଲ୍ଲୀ ୯।୭: ଆମ ଦେଶରେ ପୃଥିବୀକୁ ପ୍ରକୃତିର ଉପହାର ନୁହେଁ ମାଆ ର ମାନ୍ୟତା ମଧ୍ୟ ଦିଆଯାଏ। କାରଣ ପୃଥିବୀରୁ ଆମକୁ ଖାଇବା, ପିଇବା ରହିବାକୁ ସବୁକିଛି ମିଳିଥାଏ। ଏଣୁ ମା ଭଳି ଆମେ ଏହାର ପୂଜନ ମଧ୍ୟ କରୁ। ଏଥିରେ ବିଜ୍ଞାନକୁ ବିଶ୍ୱାସ କଲେ ପୃଥିବୀ ତା କକ୍ଷ ପଥରେ ନିୟମିତ ଘୁରି ଚାଲିଛି।
ଏହାର ପ୍ରମାଣ ଦେଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆର ସମୟରେ ଆମେ ବହୁତ କିଛି ଦେଖୁଛେ, ହେଲେ ଏପରି କିଛି ଅଛି ଯାହା ଉପରେ ଆଖି ତତ୍କାଳ ବିଶ୍ୱାସ କରିପାରେନି। ଭିଡିଓରେ ପୃଥିବୀ ଘୁରୁଥିବାର ଦେଖାଯାଉଛି।
Earth's rotation visualized in a stunning timelapse that follows a fixed point in the sky.
????: Martin Giraud pic.twitter.com/JG0IcOxWvO— Wonder of Science (@wonderofscience) July 8, 2024
ଏହା ଏକ ଟାଇମ ଲାପ୍ସ ଭିଡିଓ, ଯାହା ବହୁତ ଅଦଭୂତ ଲାଗୁଛି। ଏହାକୁ ମାର୍ଟିନ ଜୀ ନାମକ ବ୍ୟକ୍ତି ରେକର୍ଡ କରିଛନ୍ତି ଓ ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲରେ ସେୟାର କରିଛନ୍ତି। ପୃଥିବୀର ରୋଟେସନ ଭିଡିଓକୁ ଦକ୍ଷିଣ ଫ୍ରାନ୍ସରେ କସ୍ମୋଡ୍ରମ ଅଭଜରଭେଟରୀ ଅଗଷ୍ଟ ୨୦୨୨ରେ ରେକର୍ଡ କରିଥିଲେ। ଏଥିରେ ଏକ କ୍ୟାମେରାକୁ ଷ୍ଟାବିଲାଇଜ କରି ଘୂର୍ଣ୍ଣନର ପୁରା ଭିଡିଓକୁ କ୍ୟାପଚର କରାଯାଇଥିଲା। ବିଜ୍ଞାନ ଓ ଖାସ କରି ସ୍ପେସ୍ ରେ ଆଗ୍ରହ ରଖୁଥିବା ଲୋକଙ୍କ ଲାଗି ଏହି ଭିଡିଓ ବାସ୍ତବିକ ଚମତ୍କାର।
ମିଲ୍କିୱେକୁ ଆପଣ ପୃଥିବୀର ଆଲୋକ ଯୋଗୁ ଲୁଚୁଥିବା ଦେଖି ପାରିବେ, ତେବେ ତାରା ଗୁଡିକ ଆକାଶରେ ଫିକ୍ସ ଅଛନ୍ତି, ଏଥିରେ ପୃଥିବୀକୁ ଗଛ,ଲତା, ବଣ,ପାହାଡ ପର୍ବତ ସହ ଘୁରୁଥିବା ଦେଖାଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓକୁ ୱଣ୍ଡର ଅଫ ସାଇନ୍ସ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହା ସହିତ ଏକ କ୍ୟାପସନ ମଧ୍ୟ ଦିଆଯାଇଛି ‘ଖୁବ୍ ସୁନ୍ଦର ଟାଇମ ଲାପ୍ସ ଭିଡିଓରେ ଆପଣଙ୍କ ପୃଥିବୀକୁ ଘୁରୁଥିବା ଦେଖନ୍ତୁ’। ଭିଡିଓ ରେ ଅନେକ ୟୁଜର କମେଣ୍ଟ ମଧ୍ୟ କରୁଛନ୍ତି।