ପଞ୍ଚଭୂତରେ ଲୀନ ଶାନ୍ତିଲତା, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ୍ୟ
ପୁରୀ ୦୨/୦୪: ପଞ୍ଚଭୂତରେ ଲୀନ ହେଲେ ଓଡିଶାର ସ୍ୱର ସାମ୍ରାଜ୍ଞୀ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି । ଶାନ୍ତିଲତାଙ୍କୁ ବଡ଼ପୁଅ ଅଭିନାଶ ଛୋଟରାୟ ମୁଖାଗ୍ନି ଦେଇଥିଲେ । ତେବେ ଶାନ୍ତିଲତାଙ୍କୁ ଶେଷ ଦର୍ଶନ କରିବା ପାଇଁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବରିଷ୍ଠ ବିଜେଡି ନେତା ଅରୁପ ପଟ୍ଟନାୟକ, ସଞ୍ଜୟ ଦାସବର୍ମା ସ୍ଵର୍ଗଦ୍ଵାର ଯାଇଥିଲେ । ଦିନ ସାଢେ ବାରଟା ସମୟରେ ଶାନ୍ତିଲତାଙ୍କ ମରଶରୀର ସ୍ୱର୍ଗଦ୍ୱାର ଠାରେ ପହଞ୍ଚିଥିଲା । ପରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା । ଦୀର୍ଘ ଦିନ ହେବ ଶାନ୍ତିଲତା ବାରିକ ଛୋଟରାୟ କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ଅନେକ ପ୍ରଶଂସକ ମଧ୍ୟ ଶାନ୍ତିଲତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।
ପୁରୀ ୦୨/୦୪: ପଞ୍ଚଭୂତରେ ଲୀନ ହେଲେ ଓଡିଶାର ସ୍ୱର ସାମ୍ରାଜ୍ଞୀ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି । ଶାନ୍ତିଲତାଙ୍କୁ ବଡ଼ପୁଅ ଅଭିନାଶ ଛୋଟରାୟ ମୁଖାଗ୍ନି ଦେଇଥିଲେ ।
ତେବେ ଶାନ୍ତିଲତାଙ୍କୁ ଶେଷ ଦର୍ଶନ କରିବା ପାଇଁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବରିଷ୍ଠ ବିଜେଡି ନେତା ଅରୁପ ପଟ୍ଟନାୟକ, ସଞ୍ଜୟ ଦାସବର୍ମା ସ୍ଵର୍ଗଦ୍ଵାର ଯାଇଥିଲେ । ଦିନ ସାଢେ ବାରଟା ସମୟରେ ଶାନ୍ତିଲତାଙ୍କ ମରଶରୀର ସ୍ୱର୍ଗଦ୍ୱାର ଠାରେ ପହଞ୍ଚିଥିଲା । ପରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା ।
ଦୀର୍ଘ ଦିନ ହେବ ଶାନ୍ତିଲତା ବାରିକ ଛୋଟରାୟ କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ଅନେକ ପ୍ରଶଂସକ ମଧ୍ୟ ଶାନ୍ତିଲତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।