‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍, ମିଳିଛି ୬୦% ମାର୍କ
ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା ସହ ସେମାନଙ୍କ ମାର୍କ କଟି ଥିବାର ମଧ୍ୟ ନଜିର ଆସିଛି। ହେଲେ ନିକରେ ଏପରି ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ତାଜୁବ ହୋଇଯିବେ। ଛାତ୍ରଜଣକ ପରୀକ୍ଷା ଖାତାରେ ଜୟ ଶ୍ରୀରାମ ଲେଖିଛନ୍ତି। ଯେଉଁଥିରେ ତାଙ୍କ ନମ୍ବର କଟିବା ବଦଳରେ ସେ ସେହି ବିଷୟରେ ପାସ୍ ମଧ୍ୟ ହୋଇଛନ୍ତି। […] The post ‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍, ମିଳିଛି ୬୦% ମାର୍କ appeared first on Dharitri Odia News.
ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା ସହ ସେମାନଙ୍କ ମାର୍କ କଟି ଥିବାର ମଧ୍ୟ ନଜିର ଆସିଛି। ହେଲେ ନିକରେ ଏପରି ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ତାଜୁବ ହୋଇଯିବେ। ଛାତ୍ରଜଣକ ପରୀକ୍ଷା ଖାତାରେ ଜୟ ଶ୍ରୀରାମ ଲେଖିଛନ୍ତି। ଯେଉଁଥିରେ ତାଙ୍କ ନମ୍ବର କଟିବା ବଦଳରେ ସେ ସେହି ବିଷୟରେ ପାସ୍ ମଧ୍ୟ ହୋଇଛନ୍ତି।
ଘଟଣାଟି ହେଉଛି ଉତ୍ତରପ୍ରଦେଶର ଏକ ୟୁନିଭରସିଟିର। ସେଠାରେ ଜଣେ ଛାତ୍ର ପରୀକ୍ଷା ଖାତାରେ ସଠିକ ଉତ୍ତର ନ ଲେଖି ‘ଜୟ ଶ୍ରୀରାମ’ ଏବଂ କ୍ରିକେଟରଙ୍କ ନାଁ ଲେଖି ମାର୍କ ପାଇଥିବା ଅଭିଯୋଗ ହୋଇଛି। ୟୁନିଭରସିଟିର ଜଣେ ଛାତ୍ର ନେତା ଏପରି ଅଭିଯୋଗ ଆଣିବା ପରେ ଦୁଇ ଜଣ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି।
ସୂଚନା ଅନୁସାରେ, ଛାତ୍ର ନେତା ଦିବ୍ୟାଂଶୁ ସିଂହ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ କୁଳପତିଙ୍କ ନିକଟକୁ ଚିଠି ଲେଖି ଏହି ଅଭିଯୋଗ କରିଛନ୍ତି। ଗୋଟିଏ ବି ମାର୍କ ପାଇବାକୁ ଯୋଗ୍ୟ ନ ଥିବା କିଛି ଛାତ୍ରୀଛାତ୍ରଙ୍କୁ ୬୦ ପ୍ରତିଶତରୁ ଅଧିକ ମାର୍କ ଦେଇ ପାସ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି।
The post ‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍, ମିଳିଛି ୬୦% ମାର୍କ appeared first on Dharitri Odia News.