ସମ୍ବିଧାନ ଚର୍ଚ୍ଚା ଉପରେ ବାଚସ୍ପତିଙ୍କ ସହମତି, ମଙ୍ଗଳବାରଠୁ ସ୍ବାଭାବିକ ହେବ ସଂସଦ

ନୂଆଦିଲ୍ଲୀ,୦୩/୧୨: ସପ୍ତାହେ ଧରି ସଂସଦ ଅଚଳାବସ୍ଥାର ଅବସାନ ଘଟିବ । ମଙ୍ଗଳବାର ଅର୍ଥାତ୍ ଆଜିଠୁ ସ୍ବାଭାବିକ ହୋଇପାରେ ଉଭୟ ଗୃହ । ସୋମବାର ସର୍ବଦଳୀୟ ବୈଠକ ପରେ ଏଭଳି ଆଶା ଦେଖାଦେଇଛି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ସ୍ୱାଭାବିକ ଗୃହ ପରିଚାଳନା ନେଇ ସହମତି ହୋଇଛି । ସମ୍ବିଧାନ ଉପରେ ଚର୍ଚ୍ଚା ନେଇ ରାଜି ହୋଇଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। ବାଚସ୍ପତି ଓମ୍‌ ବିର୍ଲାଙ୍କ ପକ୍ଷରୁ ସୋମବାର ସର୍ବଦଳୀୟ ବୈଠକ ଡକାଯାଇଥିଲା । ମିଟିଂ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ମଙ୍ଗଳବାରଠାରୁ ଉଭୟ ଲୋକସଭା ଓ ରାଜ୍ୟସଭା ସ୍ୱାଭାବିକ ହେବା ବୋଲି ଆଶା କରାଯାଉଛି । ଅଧିବେଶନ ଆରମ୍ଭରୁ ଲାଗିରହିଥିବା  ଅଚଳାବସ୍ଥାକୁ ନେଇ ସମସ୍ତେ ଚିନ୍ତାବ୍ୟକ୍ତ କରିଥିଲେ । ସମ୍ବିଧାନ ଉପରେ ଚର୍ଚ୍ଚା ପାଇଁ  ସହମତି ପ୍ରକାଶ ପାଇଛି । ଲୋକସଭାରେ  ଡିସେମ୍ବର ୧୩ ଓ ୧୪ରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମତ ରଖିବେ । ସେହିଭଳି ୧୬ ଓ ୧୭ ତାରିଖରେ ରାଜ୍ୟସଭାରେ ଆଲୋଚନା ହେବ । ସମସ୍ତେ ଏହାକୁ ଗ୍ରହଣ କରିଛନ୍ତି । ଯଦି କେହି କୌଣସି ପ୍ରସଙ୍ଗ ଉଠାଇବାକୁ ଚାହାନ୍ତି, ସେଥିଲାଗି ନିୟମ ରହିଛି । ନିୟମ ଅନୁସାରେ ନୋଟିସ ଦାଖଲ କରିବାକୁ  ହେବ । କିନ୍ତୁ ସଂସଦରେ ଅଚଳାବସ୍ଥା ସୃଷ୍ଟି  କରାଯିବା ଉଚିତ ନୁହେଁ ବୋଲି ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ । ଟିଏମ୍‌ସି ସା

ସମ୍ବିଧାନ ଚର୍ଚ୍ଚା ଉପରେ ବାଚସ୍ପତିଙ୍କ ସହମତି, ମଙ୍ଗଳବାରଠୁ ସ୍ବାଭାବିକ ହେବ ସଂସଦ

ନୂଆଦିଲ୍ଲୀ,୦୩/୧୨: ସପ୍ତାହେ ଧରି ସଂସଦ ଅଚଳାବସ୍ଥାର ଅବସାନ ଘଟିବ । ମଙ୍ଗଳବାର ଅର୍ଥାତ୍ ଆଜିଠୁ ସ୍ବାଭାବିକ ହୋଇପାରେ ଉଭୟ ଗୃହ । ସୋମବାର ସର୍ବଦଳୀୟ ବୈଠକ ପରେ ଏଭଳି ଆଶା ଦେଖାଦେଇଛି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ସ୍ୱାଭାବିକ ଗୃହ ପରିଚାଳନା ନେଇ ସହମତି ହୋଇଛି । ସମ୍ବିଧାନ ଉପରେ ଚର୍ଚ୍ଚା ନେଇ ରାଜି ହୋଇଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। 

ବାଚସ୍ପତି ଓମ୍‌ ବିର୍ଲାଙ୍କ ପକ୍ଷରୁ ସୋମବାର ସର୍ବଦଳୀୟ ବୈଠକ ଡକାଯାଇଥିଲା । ମିଟିଂ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ମଙ୍ଗଳବାରଠାରୁ ଉଭୟ ଲୋକସଭା ଓ ରାଜ୍ୟସଭା ସ୍ୱାଭାବିକ ହେବା ବୋଲି ଆଶା କରାଯାଉଛି । ଅଧିବେଶନ ଆରମ୍ଭରୁ ଲାଗିରହିଥିବା  ଅଚଳାବସ୍ଥାକୁ ନେଇ ସମସ୍ତେ ଚିନ୍ତାବ୍ୟକ୍ତ କରିଥିଲେ । ସମ୍ବିଧାନ ଉପରେ ଚର୍ଚ୍ଚା ପାଇଁ  ସହମତି ପ୍ରକାଶ ପାଇଛି । ଲୋକସଭାରେ  ଡିସେମ୍ବର ୧୩ ଓ ୧୪ରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମତ ରଖିବେ । ସେହିଭଳି ୧୬ ଓ ୧୭ ତାରିଖରେ ରାଜ୍ୟସଭାରେ ଆଲୋଚନା ହେବ । ସମସ୍ତେ ଏହାକୁ ଗ୍ରହଣ କରିଛନ୍ତି । ଯଦି କେହି କୌଣସି ପ୍ରସଙ୍ଗ ଉଠାଇବାକୁ ଚାହାନ୍ତି, ସେଥିଲାଗି ନିୟମ ରହିଛି । ନିୟମ ଅନୁସାରେ ନୋଟିସ ଦାଖଲ କରିବାକୁ  ହେବ । କିନ୍ତୁ ସଂସଦରେ ଅଚଳାବସ୍ଥା ସୃଷ୍ଟି  କରାଯିବା ଉଚିତ ନୁହେଁ ବୋଲି ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ । ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, ମଙ୍ଗଳବାର ଠାରୁ ଗୃହରେ ସ୍ୱାଭାବିକ ଆଲୋଚନା ହେବା ନେଇ ଆଶା ରହିଛି । ବାଚସ୍ପତି ମଙ୍ଗଳବାର ସମ୍ଭଲ ଓ ବାଂଲାଦେଶ  ପ୍ରସଙ୍ଗ ଉପରେ ଆଲୋଚନା ଲାଗି ଅନୁମତି  ଦେବେ ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୫ରୁ  ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ସପ୍ତାହେ ବିତିଥିଲେ ହେଁ ଆଦାନି, ସମ୍ଭଲ ଓ ମଣିପୁର ଭଳି ପ୍ରସଙ୍ଗକୁ ନେଇ ସଂସଦରେ ହଟ୍ଟଗୋଳ ଲାଗିରହିଥିଲା । ବିରୋଧୀମାନେ ନିଜ ଜିଦ୍‌ରେ ଅଟଳ ରହି ହଙ୍ଗାମା କରିଥିଲେ । ଏମିତି କି ସୋମବାର ମଧ୍ୟ ଆଦାନି, ସମ୍ଭଲ ଓ ମଣିପୁର ହିଂସାକୁ ନେଇ ଉଭୟ ଗୃହରେ ହଙ୍ଗାମା ହୋଇଥିଲା । ଏହାପରେ ଉଭୟ ଗୃହକୁ ଡିସେମ୍ବର ୩ ପର୍ଯ୍ୟନ୍ତ ମୁଲତବୀ  ରଖାଯାଇଛି । କିନ୍ତୁ ସର୍ବଦଳୀୟ ବୈଠକ  ପରେ ସ୍ୱାଭାବିକ ସଂସଦ ଚାଲିବା ନେଇ  ନୂଆ ଆଶା ଦେଖାଦେଇଛି ।