ଅଚାନକ ବଦଳିବ ପାଗ, ଭୟଙ୍କର ରୂପ ନେଉଛି ବାତ୍ୟା ‘ଫେଙ୍ଗଲ’, ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୩୦।୧୧: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗଲ ଏକ ଭୟଙ୍କର ରୂପ ନେଇଛି ଏବଂ ପୁଡୁଚେରୀ ନିକଟ ଉପକୂଳରେ ଏହି ବାତ୍ୟା ଧକ୍କା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଏହି ଘୂର୍ଣ୍ଣିବଳୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି କରିପାରେ ଏବଂ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ବେଗରେ ପବନ ବହିବ। ଏହି କାରଣରୁ ତାମିଲନାଡୁର ଅନେକ ଜିଲାରେ ରେଡ ଆଲର୍ଟ ଜାରି କରାଯାଇଛି। ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଚେନ୍ନାଇ, କାଞ୍ଚିପୁରମ, ତିରୁଭାଲୁର ଏବଂ ଚେଙ୍ଗଲପାଟ୍ଟୁ ଜିଲାର ସମସ୍ତ […] The post ଅଚାନକ ବଦଳିବ ପାଗ, ଭୟଙ୍କର ରୂପ ନେଉଛି ବାତ୍ୟା ‘ଫେଙ୍ଗଲ’, ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା appeared first on Dharitri Odia News.

ଅଚାନକ ବଦଳିବ ପାଗ, ଭୟଙ୍କର ରୂପ ନେଉଛି ବାତ୍ୟା ‘ଫେଙ୍ଗଲ’, ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୩୦।୧୧: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗଲ ଏକ ଭୟଙ୍କର ରୂପ ନେଇଛି ଏବଂ ପୁଡୁଚେରୀ ନିକଟ ଉପକୂଳରେ ଏହି ବାତ୍ୟା ଧକ୍କା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଏହି ଘୂର୍ଣ୍ଣିବଳୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି କରିପାରେ ଏବଂ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ବେଗରେ ପବନ ବହିବ। ଏହି କାରଣରୁ ତାମିଲନାଡୁର ଅନେକ ଜିଲାରେ ରେଡ ଆଲର୍ଟ ଜାରି କରାଯାଇଛି।

ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଚେନ୍ନାଇ, କାଞ୍ଚିପୁରମ, ତିରୁଭାଲୁର ଏବଂ ଚେଙ୍ଗଲପାଟ୍ଟୁ ଜିଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ କୌଣସି ବିଶେଷ କାର୍ଯ୍ୟ କିମ୍ବା ପରୀକ୍ଷା କରାଯିବ ନାହିଁ। ଏହା ବ୍ୟତୀତ ଇଷ୍ଟକୋଷ୍ଟ ରୋଡ (ECR) ଏବଂ ପୁରୁଣା ମହାବଲିପୁରମ ରୋଡ (OMR) ଭଳି ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଜନସାଧାରଣ ପରିବହନ ସେବା ମଧ୍ୟ ସାମୟିକ ଭାବେ ବନ୍ଦ ହୋଇଯାଇଛି ।

ସୂଚନାନୁସାରେ, ଘୂର୍ଣ୍ଣିବଳୟ ଯୋଗୁ ତାମିଲନାଡୁର ଆଭ୍ୟନ୍ତରୀଣ ଅଞ୍ଚଳରେ ଡିସେମ୍ବର ୨ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଡିସେମ୍ବର ୩ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ସେପଟେ ତାମିଲନାଡୁ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଜନସାଧାରଣଙ୍କ ପାଇଁ ଜରୁରୀକାଳୀନ ନମ୍ବର ୧୧୨ ଏବଂ ୧୦୭୭ ଜାରି କରାଯାଇଛି।

The post ଅଚାନକ ବଦଳିବ ପାଗ, ଭୟଙ୍କର ରୂପ ନେଉଛି ବାତ୍ୟା ‘ଫେଙ୍ଗଲ’, ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା appeared first on Dharitri Odia News.