ଅଚାନକ ଲଣ୍ଡନ ପଳାଇଲେ କୋହଲି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୫।୭: ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତିବା ପରେ ଟିମ ଇଣ୍ଡିଆଙ୍କୁ ଭାରତରେ ଜୋରଦାର ସ୍ବାଗତ କରାଯାଇଛି। ପୁରା ଦଳ ମୁମ୍ବାଇରେ ବିଜୟ ପରେଡରେ ଯୋଗ ଦେଇଥିଲେ। ଏହି ବିଶାଳ ଉତ୍ସବ ପରେ ବିରାଟ କୋହଲିଙ୍କୁ ବିଳମ୍ବିତ ରାତିରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେ ସେଠାରୁ ଲଣ୍ଡନ ଯାଉଥିଲେ। ବିରାଟ କୋହଲି ଧଳା ଟି-ଶର୍ଟ, କ୍ରିମ ରଙ୍ଗର ପ୍ୟାଣ୍ଟ ଏବଂ ସବୁଜ ଜ୍ୟାକେଟରେ ଏକ କଳା କାରରେ ଯାଉଥିଲେ। ବିମାନବନ୍ଦର ଭିତରକୁ ଯିବା ପୂର୍ବରୁ ସେ […] The post ଅଚାନକ ଲଣ୍ଡନ ପଳାଇଲେ କୋହଲି: ଜାଣନ୍ତୁ କାହିଁକି appeared first on Dharitri Odia News.

ଅଚାନକ ଲଣ୍ଡନ ପଳାଇଲେ କୋହଲି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୫।୭: ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତିବା ପରେ ଟିମ ଇଣ୍ଡିଆଙ୍କୁ ଭାରତରେ ଜୋରଦାର ସ୍ବାଗତ କରାଯାଇଛି। ପୁରା ଦଳ ମୁମ୍ବାଇରେ ବିଜୟ ପରେଡରେ ଯୋଗ ଦେଇଥିଲେ। ଏହି ବିଶାଳ ଉତ୍ସବ ପରେ ବିରାଟ କୋହଲିଙ୍କୁ ବିଳମ୍ବିତ ରାତିରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେ ସେଠାରୁ ଲଣ୍ଡନ ଯାଉଥିଲେ। ବିରାଟ କୋହଲି ଧଳା ଟି-ଶର୍ଟ, କ୍ରିମ ରଙ୍ଗର ପ୍ୟାଣ୍ଟ ଏବଂ ସବୁଜ ଜ୍ୟାକେଟରେ ଏକ କଳା କାରରେ ଯାଉଥିଲେ। ବିମାନବନ୍ଦର ଭିତରକୁ ଯିବା ପୂର୍ବରୁ ସେ କର୍ମଚାରୀମାନଙ୍କୁ ଅଭିବାଦନ ଜଣାଇଥିଲେ। ଲଣ୍ଡନରେ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା, ଝିଅ ଭାମିକା, ପୁଅ ଅକାୟଙ୍କୁ ଭେଟିବେ। ବିରାଟ ଏବଂ ଅନୁଷ୍କା ଚଳିତ ବର୍ଷ ଫେବୃଆରୀରେ ଦ୍ୱିତୀୟ ସନ୍ତାନର ମାତାପିତା ହୋଇଛନ୍ତି।
ଟି-୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲ ମ୍ୟାଚ ପର୍ଯ୍ୟନ୍ତ ବିରାଟ କୋହଲିଙ୍କ ବ୍ୟାଟରୁ କୌଣସି ବଡ଼ ଇନିଂସ ଦେଖିବାକୁ ମିଳି ନ ଥିଲା। କିନ୍ତୁ ଫାଇନାଲ ମ୍ୟାଚରେ ବିରାଟ କୋହଲି ଚମତ୍କାର ବ୍ୟାଟିଂ କରିଥିଲେ। ବିରାଟ କୋହଲି ୧୨୮.୮୧ ଷ୍ଟ୍ରାଇକ ରେଟ୍‌ରେ ୫୯ ବଲରେ ୭୬ ରନ ସଂଗ୍ରହ କରିଥିଲେ।

The post ଅଚାନକ ଲଣ୍ଡନ ପଳାଇଲେ କୋହଲି: ଜାଣନ୍ତୁ କାହିଁକି appeared first on Dharitri Odia News.