ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ନୂଆ ଘୋଷଣା; ହତ୍ୟା କଲେ ମିଳିବ ୧,୧୧,୧୧,୧୧୧ ଟଙ୍କା
କାରଣ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ମାରିଲେ ମିଳିବ ୧,୧୧,୧୧,୧୧୧ ଟଙ୍କା । ଏଭଳି ପୁଣି ଥରେ ଘୋଷଣା କରିଛି କରଣୀ ସେନା ।
ପୁଣି ଚର୍ଚ୍ଚାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ । ଏଥର ଚର୍ଚ୍ଚାର କାରଣ ଟିକେ ଭିନ୍ନ । କାରଣ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ମାରିଲେ ମିଳିବ ୧,୧୧,୧୧,୧୧୧ ଟଙ୍କା । ଏଭଳି ଘୋଷଣା କରିଛି କ୍ଷତ୍ରୀୟ କରଣୀ ସେନା । ପୂର୍ବରୁ ବି ଏଭଳି ଘୋଷଣା କରି ଚର୍ଚ୍ଚାକୁ ଆସିଥିଲା କରଣୀ ସେନା । ଏଥର ଘୋଷଣା ଟିକେ ଭିନ୍ନ ରହିଛି । ପୋଲିସ ଯଦି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଏନ୍କାଉଣ୍ଟର କରି ମାରେ ପୋଲିସକୁ ୧,୧୧,୧୧,୧୧୧ ଟଙ୍କା ମିଳିବ ବୋଲି ଘୋଷଣା କରିଛି କରଣୀ ସେନା । ଅନ୍ୟ କେହି ଯଦି ବି ହତ୍ୟା କରନ୍ତି ତାଙ୍କୁ ବି ଏହି ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି । ଏପରିକି ଜେଲରେ ଥିବା କେହି କଏଦୀ କିମ୍ବା ଅନ୍ୟ କେହି ଯଦି ଏହା କରିବେ ତାଙ୍କୁ ମଧ୍ୟ ହି ଅର୍ଥ ଦେବାକୁ ଘୋଷଣା କରିଛି କରଣୀ ସେନା ।
ଏପଟେ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଉଛି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ । କିଛି ମାସ ହେବ ସଲମାନଙ୍କୁ ହତ୍ୟା କରିବାକୁ ବି ଧମକ ଦେଇଛି ଲରେନ୍ସ । ପୂର୍ବରୁ ଲରେନ୍ସକୁ ହତ୍ୟା କରିବା ପାଇଁ କହିଥିଲେ କ୍ଷତ୍ରୀୟ କରଣୀ ସେନାର ଅଧ୍ୟକ୍ଷ ରାଜ ଶେଖାୱତ୍ । ଯିଏ ଲରେନ୍ସକୁ ହତ୍ୟା କରିବ, ତାକୁ ୧,୧୧,୧୧,୧୧୧ ଟଙ୍କା ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଥିଲେ । ଏହି ଘୋଷଣା ପଛରେ ସେ ତାଙ୍କର ଯୁକ୍ତି ମଧ୍ୟ ଦର୍ଶାଇଛନ୍ତି, ୨୦୨୩ରେ ତତ୍କାଳୀନ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଦିଙ୍କୁ ଆତତାୟୀମାନେ ଜୟପୁରରେ ଗୁଳିକରି ହତ୍ୟା କରିଥିଲେ । ଏହା ପଛରେ ଲରେନ୍ସ ବିଷ୍ଣୋଇର ହାତ ଥିବାର କହିଛନ୍ତି ରାଜ ଶେଖାୱତ୍ ।
एक और घोषणा - अतंकवादी लोरेंस के संबंध मे - रिपब्लिक भारत की भ्रामक न्यूज़ का मुँहतोड़ जवाब, साथ ही एक और घोषणा, साबरमती जेल मे बंद कैदी योद्धाओं द्वारा भी यदि आतंकवादी लोरेंस ठोका जाएगा तब भी यही पुरस्कार राशि क्षत्रिय करणी सेना द्वारा प्रदान की जाएगी । @aajtak @ABPNews… pic.twitter.com/N5t6Zqqsdw — Dr Raj Shekhawat (@IAMRAJSHEKHAWAT) October 27, 2024
କିଏ ଏହି ଲରେନ୍ସ ବିଷ୍ଣୋଇ ?
କିଛିଦିନ ପୂର୍ବରୁ ଏନସିପି ନେତା ଓ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ବିଷ୍ଣୋଇ ଗ୍ୟାଙ୍ଗ ଏହି ହତ୍ୟା କରିଥିବା ସୂଚନା ଦିଆଯାଇଥିଲା । ଏକ ସାମାପାର୍ ଡ୍ରଗ୍ସ କାରବାର ମାମଲାରେ ଲରେନ୍ସ ବର୍ତ୍ତମାନ ଗୁଜୁରାଟର ଅହମ୍ମଦବାଦର ସାବରମତୀ ସେଣ୍ଟ୍ରାଲ ଜେଲରେ କଏଦୀ ଭାବେ ଅଛି । ଜାଣି ତାଜୁବ ହେବେ ଯେ, ଏହି ଗ୍ୟାଙ୍ଗଷ୍ଟାର ଜଣକ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଛି । ତେବେ ଲରେନ୍ସର ଭାଇ ରମେଶ ବିଷ୍ଣୋଇ ଗଣମାଧ୍ୟମକୁ କହିଛନ୍ତି, ଆମ ପରିବାର କେବେ ଭାବି ନ ଥିଲେ କି, ଲରେନ୍ସ ଏପରି ଅପରାଧୀ ପାଲଟିଯିବ । ଆମ ପରିବାର ଧନୀ ।
ଲରେନ୍ସଙ୍କ ବାପା ହରିୟାଣା ପୋଲିସ ବିଭାଗରେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଛନ୍ତି । ଆଉ ତାଙ୍କ ଗାଁରେ ୧୧୦ ଏକର ଜମି ଅଛି । ଲରେନ୍ସ ସବୁବେଳେ ଦାମୀ ଜୋତା ଓ ପୋଷାକ ପିନ୍ଧୁଥିଲା । ହେଲେ ସେ ଏବେ ଜେଲରେ ଥିବାରୁ ଆମ ପରିବାର ତାଙ୍କ ପାଇଁ ୩୫-୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନେକ ହାଇ-ପ୍ରୋଫାଇଲ ମାମଲା ସହିତ ଜଡିତ ଲରେନ୍ସର ଜନ୍ମ ପଞ୍ଜାବର ଫିରୋଜପୁରରେ । ତା ପ୍ରକୃତ ନାମ ବାଲକରନ ବ୍ରାର, ଯିଏ ହତ୍ୟା ଓ ଚୋରା ଚାଲାଣ ଭଳି ଅନେକ ଅପରାଧ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛି ।