ଅଜଗରକୁ ମାରି ଘୋଷାଡ଼ି ଘୋଷାଡ଼ି ନେଲେ ଲୋକେ, ଆଉ ତା’ ପରେ…

ବାରିପଦା,୧୪ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ କୁଳିଅଣା ବ୍ଲକ ଅଞ୍ଚଳରେ ଏକ ଅଜଗର ସାପକୁ ଲୋକେ ମାରିଦେଇଛନ୍ତି । ବିଲୁପ୍ତପ୍ରାୟ ପ୍ରାଣୀ-୧ (ସିଡ୍ୟୁଲ୍ଡ-୧) ପ୍ରଜାତିର ଅଜଗରକୁ ମାରି କିଛି ଲୋକ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଅଜଗରଟିର ଲମ୍ବ ୧୦ଫୁଟରୁ ଊଦ୍ଧର୍‌ବ ହୋଇଥିବା ଅନୁମାନ କରାଯାଉଛି। ତେବେ ଅଜଗରକୁ ମାରି ଘୋଷାଡ଼ି ନେଉଥିବା ବ୍ୟକ୍ତିଙ୍କ ହାତରେ ଏକ ମାରଣାସ୍ତ୍ର ରହିଛି। ଅନ୍ୟମାନେ ମୃତ ସାପ ଉପରେ […] The post ଅଜଗରକୁ ମାରି ଘୋଷାଡ଼ି ଘୋଷାଡ଼ି ନେଲେ ଲୋକେ, ଆଉ ତା’ ପରେ… appeared first on Dharitri Odia News.

ଅଜଗରକୁ ମାରି ଘୋଷାଡ଼ି ଘୋଷାଡ଼ି ନେଲେ ଲୋକେ, ଆଉ ତା’ ପରେ…

ବାରିପଦା,୧୪ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ କୁଳିଅଣା ବ୍ଲକ ଅଞ୍ଚଳରେ ଏକ ଅଜଗର ସାପକୁ ଲୋକେ ମାରିଦେଇଛନ୍ତି । ବିଲୁପ୍ତପ୍ରାୟ ପ୍ରାଣୀ-୧ (ସିଡ୍ୟୁଲ୍ଡ-୧) ପ୍ରଜାତିର ଅଜଗରକୁ ମାରି କିଛି ଲୋକ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଅଜଗରଟିର ଲମ୍ବ ୧୦ଫୁଟରୁ ଊଦ୍ଧର୍‌ବ ହୋଇଥିବା ଅନୁମାନ କରାଯାଉଛି। ତେବେ ଅଜଗରକୁ ମାରି ଘୋଷାଡ଼ି ନେଉଥିବା ବ୍ୟକ୍ତିଙ୍କ ହାତରେ ଏକ ମାରଣାସ୍ତ୍ର ରହିଛି। ଅନ୍ୟମାନେ ମୃତ ସାପ ଉପରେ ଚଢ଼ି ମାଡ଼ି ଯାଉଥିବା ଦେଖାଯାଇଛି। ଲୋକମାନେ ଅଜଗରକୁ କାହିଁକି ମାରିଲେ ଓ ତାହାକୁ ନେଇ କ’ଣ କଲେ ସେ ନେଇ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି ବୋଲି ବନଖଣ୍ଡ ଅଧିକାରୀ ଏ. ଉମା ମହେଶ କହିଛନ୍ତି। ଉକ୍ତ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ବିଲୁପ୍ତପ୍ରାୟ ବନପ୍ରାଣୀ ପ୍ରଜାତି-୧ ବର୍ଗରେ ଆସୁଥିବା ଏହି ସାପକୁ ଏଭଳି ମାରିବା ଧର୍ତ୍ତବ୍ୟ ଅପରାଧ ହୋଇଥିଲେ ହେଁ, ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାର ଜନସାଧାରଣ ସଚେତନ ନୁହନ୍ତି। ତେବେ ମୟୂରଭଞ୍ଜ ଜିଲାରେ ବିଲୁପ୍ତପ୍ରାୟ ବନ୍ୟପ୍ରାଣୀଙ୍କୁ ହତ୍ୟା ଘଟଣା ବାରମ୍ବାର ଘଟୁଥିବା ବେଳେ ଏନେଇ ବ୍ୟାପକ ଜନସଚେତନତା ଜରୁରୀ ବୋଲି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି।

The post ଅଜଗରକୁ ମାରି ଘୋଷାଡ଼ି ଘୋଷାଡ଼ି ନେଲେ ଲୋକେ, ଆଉ ତା’ ପରେ… appeared first on Dharitri Odia News.