ଅଜଣା ଗାଡି ଧକ୍କାରେ ପୋଢ଼ର ମୃତ୍ୟୁ
ଲାଞ୍ଜିଗଡ଼:ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ଠାରୁ ବିଶ୍ୱନାଥପୁରକୁ ସଂଯୋଗ କରୁଥିବା ଆଶ୍ରମପଡ଼ା ପୋଖରୀ ନିକଟରେ ଗତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ପୋଢ଼ର ମୃତ୍ୟୁ ଘଟିଛି। ଲୋକେ ସେହି ରାସ୍ତାରେ ଗଲାବେଳେ ପୋଢ଼ଟି ରାସ୍ତା ଉପରେ ମରି ପଡିଥିବା ଦେଖିବାକୁ ପାଇଥିଲେ। ପୋଢ଼ଟି ପୋଖରୀରୁ ବାହାରୁ ଥିବା ସମୟରେ ଏକ ଭାରିଯାନ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ପୋଢ଼ଟି କାହାର ଜଣା ପଡିନଥିବା ବେଳେ ପୋଖରୀ ନିକଟସ୍ଥ ମଝି ରାସ୍ତାରେ ମୃତ ଦେହ ପଡିରହିଥିଲା। ଏନେଇ ଲୋକେ […]

ଲାଞ୍ଜିଗଡ଼:ଲାଞ୍ଜି ଗଡ଼ ବ୍ଳକ ଲାଞ୍ଜିଗଡ଼ଠାରୁ ବିଶ୍ୱନାଥପୁରକୁ ସଂଯୋଗ କରୁଥିବା ଆଶ୍ରମପଡ଼ା ପୋଖରୀ ନିକଟରେ ଗତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ପୋଢ଼ର ମୃତ୍ୟୁ ଘଟିଛି। ଲୋକେ ସେହି ରାସ୍ତାରେ ଗଲାବେଳେ ପୋଢ଼ଟି ରାସ୍ତା ଉପରେ ମରି ପଡିଥିବା ଦେଖିବାକୁ ପାଇଥିଲେ। ପୋଢ଼ଟି ପୋଖରୀରୁ ବାହାରୁ ଥିବା ସମୟରେ ଏକ ଭାରିଯାନ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ପୋଢ଼ଟି କାହାର ଜଣା ପଡିନଥିବା ବେଳେ ପୋଖରୀ ନିକଟସ୍ଥ ମଝି ରାସ୍ତାରେ ମୃତ ଦେହ ପଡିରହିଥିଲା।
ଏନେଇ ଲୋକେ ଲାଞ୍ଜିଗଡ଼ ପଞ୍ଚାୟତକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ପ୍ରାୟ ୧୩ ଘଣ୍ଟା ପର୍ଯ୍ୟନ୍ତ ମୃତ ଶରୀର ଉଦ୍ଧାର କରାଯାଇନଥିଲା। ଯାହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହାପରେ ସନ୍ଧ୍ୟା ସାଢେ ୬ ଘଣ୍ଟା ସମୟରେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଏକ ଜେସିବି ସାହାର୍ଯ୍ୟରେ ପୋଢ଼ର ମୃତ ଦେହକୁ ସେଠାରୁ ହଟାଇଥିବା ସୂଚନା ମିଳିଛି।