ଅଜଣା ନମ୍ବରରୁ ଫୋନ୍ କଲ୍…ଏକ ଘଣ୍ଟା ଡିଜିଟାଲ୍ ଆରେଷ୍ଟ, ଠକେଇର ନୂଆ ତରିକା, କୋରିୟର ସିଜ୍ ହୋଇଛି
ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖ ରବିବାର, ଦ୍ବିପ୍ରହର ୧୨ଟା ୧୫ ମିନିଟ୍ । ଏହି ସମୟରେ ହଠାତ୍ ସାମ୍ବାଦିକାଙ୍କ ଫୋନ୍ ରିଙ୍ଗ୍ ହେବା ସହିତ ଭାଇବ୍ରେସନରେ ଥରିଲା ଉଠିଲା । ନମ୍ବରଟି ଅଜଣା ଥିଲା, ଟିକିଏ ସଙ୍କୋଚ ମନେକରି ଫୋନ୍ ଉଠାଇଲେ ଯୁବତୀ । ଅଚାନକ ସେପଟରୁ ଶୁଭିଲା IVR କଲ୍ ରେକର୍ଡେଡ୍ । ଏହି ଫୋନ୍ କଲ୍ଟି ଫେଡ୍ଏକ୍ସ କୋରିୟର କମ୍ପାନିରୁ ଆସିଛି । ଆପଣ କୋରିୟର ବାବଦରେ ଜାଣିବା ପାଇଁ ୧ ପ୍ରେସ୍ କରନ୍ତୁ । କୋରିୟରର ଟ୍ରାକିଂ ଅପଡେଟ୍ ଜାଣିବାକୁ ୨ ପ୍ରେସ୍ କରନ୍ତୁ । କୋରିୟର କଥା ଶୁଣି ଯୁବତୀ ଟିକିଏ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୁଣି ଭାବିଲେ କୌଣସି ସାଙ୍ଗ ଅଫିସରୁ ପାର୍ଶଲ ପଠାଇଥିବେ କିମ୍ବା ଆମାଜନର ବିଗ୍ ବିଲିଅନ୍ ଅଫର ଚାଲିଛି ଯେହେତୁ ଇ-କମର୍ସର ଅର୍ଡର ହୋଇଥିବ । ଏଭଳି କିଛି ଭାବି ଯୁବତୀ ଜଣକ ୧ ପ୍ରେସ୍ କରିଥିଲେ । ଏହା ତାଙ୍କର ସେହି ଦିନର ପ୍ରଥମ ଭୁଲ୍ ଥିଲା ଏବଂ ପୁଣି ଭୁଲ ପରେ ଭୁଲ୍ କରିଚାଲିଲେ । ଅନେକ ସମୟ କଥାବାର୍ତ୍ତା ପରେ ଭାବିଲେ ଏକ ଘଣ୍ଟା ହେଲା ଡର, ଟ୍ରମା ଏବଂ ମାନସିକ ନିର୍ଯାତନାର ଶିକାର ହୋଇଛି । କିଛି ସମୟ ପରେ ଯୁବତୀ ଜଣଙ୍କ ହୃଦୟରୁ କାନ୍ଦିବାକୁ ଲାଗିଥିଲେ, କାରଣ ସେ ଜାଣି ସାରିଥିଲେ ବହୁତ ବଡ଼ ଭୁଲ୍ ହୋଇସାରିଛି । ସାଇବର ଠକେଇ ବାବଦରେ ସବୁ ପ୍ରକାର ଜ୍ଞାନ ଥିବା ସତ୍ତ୍ବେ ବି ସେ ସାଇବର ଶିକାର ହୋଇ ଡିଜିଟାଲ୍ ଆରେଷ୍ଟ ହୋଇସାରିଛନ୍ତି । ଯୁବତୀଙ୍କ ସମସ୍ୟା କାରଣ ୧ ପ୍ରେସ୍ କରିବା ପ
ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖ ରବିବାର, ଦ୍ବିପ୍ରହର ୧୨ଟା ୧୫ ମିନିଟ୍ । ଏହି ସମୟରେ ହଠାତ୍ ସାମ୍ବାଦିକାଙ୍କ ଫୋନ୍ ରିଙ୍ଗ୍ ହେବା ସହିତ ଭାଇବ୍ରେସନରେ ଥରିଲା ଉଠିଲା । ନମ୍ବରଟି ଅଜଣା ଥିଲା, ଟିକିଏ ସଙ୍କୋଚ ମନେକରି ଫୋନ୍ ଉଠାଇଲେ ଯୁବତୀ । ଅଚାନକ ସେପଟରୁ ଶୁଭିଲା IVR କଲ୍ ରେକର୍ଡେଡ୍ । ଏହି ଫୋନ୍ କଲ୍ଟି ଫେଡ୍ଏକ୍ସ କୋରିୟର କମ୍ପାନିରୁ ଆସିଛି । ଆପଣ କୋରିୟର ବାବଦରେ ଜାଣିବା ପାଇଁ ୧ ପ୍ରେସ୍ କରନ୍ତୁ । କୋରିୟରର ଟ୍ରାକିଂ ଅପଡେଟ୍ ଜାଣିବାକୁ ୨ ପ୍ରେସ୍ କରନ୍ତୁ । କୋରିୟର କଥା ଶୁଣି ଯୁବତୀ ଟିକିଏ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୁଣି ଭାବିଲେ କୌଣସି ସାଙ୍ଗ ଅଫିସରୁ ପାର୍ଶଲ ପଠାଇଥିବେ କିମ୍ବା ଆମାଜନର ବିଗ୍ ବିଲିଅନ୍ ଅଫର ଚାଲିଛି ଯେହେତୁ ଇ-କମର୍ସର ଅର୍ଡର ହୋଇଥିବ । ଏଭଳି କିଛି ଭାବି ଯୁବତୀ ଜଣକ ୧ ପ୍ରେସ୍ କରିଥିଲେ । ଏହା ତାଙ୍କର ସେହି ଦିନର ପ୍ରଥମ ଭୁଲ୍ ଥିଲା ଏବଂ ପୁଣି ଭୁଲ ପରେ ଭୁଲ୍ କରିଚାଲିଲେ । ଅନେକ ସମୟ କଥାବାର୍ତ୍ତା ପରେ ଭାବିଲେ ଏକ ଘଣ୍ଟା ହେଲା ଡର, ଟ୍ରମା ଏବଂ ମାନସିକ ନିର୍ଯାତନାର ଶିକାର ହୋଇଛି । କିଛି ସମୟ ପରେ ଯୁବତୀ ଜଣଙ୍କ ହୃଦୟରୁ କାନ୍ଦିବାକୁ ଲାଗିଥିଲେ, କାରଣ ସେ ଜାଣି ସାରିଥିଲେ ବହୁତ ବଡ଼ ଭୁଲ୍ ହୋଇସାରିଛି । ସାଇବର ଠକେଇ ବାବଦରେ ସବୁ ପ୍ରକାର ଜ୍ଞାନ ଥିବା ସତ୍ତ୍ବେ ବି ସେ ସାଇବର ଶିକାର ହୋଇ ଡିଜିଟାଲ୍ ଆରେଷ୍ଟ ହୋଇସାରିଛନ୍ତି ।
ଯୁବତୀଙ୍କ ସମସ୍ୟା କାରଣ ୧ ପ୍ରେସ୍ କରିବା ପରେ ଆରମ୍ଭ ହୋଇଥିଲା । ମୋବାଇଲରେ ଏକ ନମ୍ବର ବଟନ୍ ଚିପିବା ପରେ ବିପରୀତ ପାର୍ଶ୍ବରୁ ଶୁଣିବାକୁ ମିଳିଥିଲା, ମୁଁ ଫେଡ୍ଏକ୍ସ କୋରିୟର କମ୍ପାନିରୁ କରଣ ବର୍ମା କହୁଛି । ମୁଁ ଆପଣଙ୍କୁ କ’ଣ ସାହାଯ୍ୟ କରିପାରିବି ? ଏତିକିରେ ଯୁବତୀ କହିଥିଲେ ସାର୍ ମୋ ପାଖକୁ ଏକ କଲ୍ ଆସିଥିଲା । ଆପଣଙ୍କ କମ୍ପାନିରୁ କୌଣସି କୋରିୟର ଆସିଛି କି ? ଯଦି ଆସିଛି ତେବେ ଦୟକରି ଏ ବାବଦରେ ସମୂର୍ଣ୍ଣ ତଥ୍ୟ ଦିଅନ୍ତୁ । ଏହା ଶୁଣି ବିପରୀତ ପାର୍ଶ୍ବରୁ ଥିବା ବ୍ୟକ୍ତି କରଣ ବର୍ମା ତୁରନ୍ତ କଲ୍କୁ ହୋଲ୍ଡ କରି ଦେଇଥିଲେ । କିଛି ସମୟ ପରେ ପୁଣି ଥରେ ‘ହେଲୋ’ ମାମ୍ ଶୁଣିପାରୁଛନ୍ତି କରି ଶବ୍ଦ ଶୁଭିଥିଲା । ମା’ମ୍ କୋରିୟର ଆପଣ ପଠାଇଥିଲେ । ଆପଣ ସେଣ୍ଡର କି ? ଯୁବତୀ କହିଥିଲେ ମୁଁ କୌଣସି କୋରିୟର ପଠାଇ ନାହିଁ । ଫର୍ଜି କଲ୍ ବନ୍ଦ କରୁନ୍ତୁ । ସେପଟେ ପୁଣି ଶୁଣିବାକୁ ମିଳିଥିଲା ଆପାଣଙ୍କ କୋରିୟର
ମୁମ୍ବାଇ ଏୟାର ପୋର୍ଟରେ ସିଜ୍ ହୋଇଛି । ଏକଥା ଶୁଣିବା ପରେ ଯୁବତୀ ହସିବାକୁ ଲାଗିଥିଲେ । କହିଥିଲେ, ଅନ୍ୟ କାହାକୁ ଏଭଳି କଥା ଶୁଣାନ୍ତୁ, ମୁଁ ଯେତେବେଳେ କୌଣସି କୋରିୟର ପଠାଇନାହିଁ ସିଜ୍ କେମିତି ହେବ । ଏହାର ଜବାବରେ କଲର ଆଉ ଉଚ୍ଚ ସ୍ବରରେ କହିଥିଲେ, ଆପଣଙ୍କ କୋରିୟର ମୁମ୍ବାଇରୁ ତାଇଓ୍ବାନ ପଠାଯାଉଥିଲା । ସେଥିରୁ ଏଭଳି କିଛି ସମଗ୍ରୀ ବାହାରିଛି, ଯାହା ସିଜ୍ ହୋଇଛି । ଆପଣଙ୍କ ଆଧାର କାର୍ଡ ଏଠାରେ ଅଛି । ଛାନଭୀନ୍ ପରେ ଆପଣଙ୍କୁ କଲ୍ ଯାଇଛି । ଆପଣ ଏହି କୋରିୟର ପଠାଇ ନାହାନ୍ତି କିନ୍ତୁ ଆପଣଙ୍କ ଆଧାର କାର୍ଡ ଅପବ୍ୟବହାର ହୋଉଛି । ଯଦି ଏବାବଦରେ ଆପଣ ଅଭିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଫେଡଏକ୍ସ କମ୍ପାନି ନାଁରେ ମୁମ୍ବାଇ ପୋଲିସରେ ଏତଲା ଦେବାକୁ ପଡ଼ିବ । ଆମେ ଜାଣିବାକୁ ଚାହୁଁଛୁ ଆପଣଙ୍କ ଆଧାର କାର୍ଡର ଅପବ୍ୟବହାର ହୋଇଛି କି ନାହିଁ ? କଲରଙ୍କ ସ୍ବର ଏଭଳି ଥିଲା କି ଯୁବତୀଙ୍କୁ ବିଶ୍ବାସ ହୋଇଯାଇଥିବା କି ତାଙ୍କ ଆଧାର କାର୍ଡର କିଏ ବ୍ୟବହାର କରିଛି । ଯାହାକୁ ସୁଧାରିବା ଜରୁରୀ । ଏହାରି ଭିତରେ ଯୁବକ ଜଣକ କ’ଣ କରିବାକୁ ହେବ ବୋଲି କହିଥିଲେ । ସେପଟରୁ ଶୁଣିବାକୁ ମିଳିଥିବା ଆପଣଙ୍କ କଲ୍ ରେକର୍ଡକୁ ମୁମ୍ବାଇ ପୋଲିସକୁ ପଠାଯିବ । ଏହାରି ଭିତରେ ଭୟରେ ଯୁବକ ଜଣକ କହିଥିଲେ ଏହି କୋରିୟର ସହିତ ମୋର କିଛି ଲେଣଦେଣ ନାହିଁ ମୁମ୍ବାଇ ପୋଲିସ ମୋତେ ସାହାଯ୍ୟ କରନ୍ତୁ । କରଣ ବର୍ମା କହିଥିଲେ, ଆପଣଙ୍କୁ ମୁମ୍ବାଇ ପୋଲିସ ସହିତ କଥା ହେବାକୁ ପଡ଼ିବ । ଏଥିପାଇଁ ଆମକୁ କ୍ଲାରିଫିକେସନ ଦେବାକୁ ପଡ଼ିବ ।
ଯୁବକ ଜଣକ ଭୟଭୀତ ହୋଇଯାଇଥିଲା ଏବଂ କିଛି ସମୟ ପରେ ଜାଣିବାକୁ ପାଇଥିଲେ ସେ ଡିଜିଟାଲ୍ ଆରେଷ୍ଟ ହୋଇ ସାରିଛନ୍ତି । ଏହାର ମାନସିକ ନିର୍ଯାତନା ଆରମ୍ଭ ହୋଇଥିଲା । ସେପଟରୁ କରଣ ବର୍ମା କହିଥିଲେ, ଆପଣଙ୍କ ଫୋନ୍ କଲ୍ କୁ ମୁମ୍ବାଇ ପୋଲିସକୁ ଟ୍ରାନ୍ସଫର କରାଯାଉଛି । ଆପଣ ଏତଲା ଦାୟର କରନ୍ତୁ । ସେମାନେ ଆପଣଙ୍କ କୋରିୟର ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଲେଖିବେ । ତଥ୍ୟ ଲେଖିବା ବେଳେ ବିପରୀତ ପାର୍ଶ୍ବରୁ କହିଥିଲେ କୋରିୟରରେ ଡ୍ରଗ୍ସ ରହିଛି । ଆପଣଙ୍କ ଆଧାର କାର୍ଡ ଭୁଲ ଲୋକଙ୍କ ହାତରେ ଲାଗିଛି । ଡ୍ରଗ୍ସ କଥା ଶୁଣି ମହିଳାଙ୍କ ହୋସ୍ ଉଡ଼ି ଯାଉଥିଲା । ଏହା ସହିତ ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଥିଲା ଆପଣ ନାଁରେ ୨ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲା ରହିଛ । ଏଥିରେ ଆପଣଙ୍କୁ ୧୫ ବର୍ଷ ଜେଲ୍ ହେବ । ପରେ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ ସେ ଡିଜିଟାଲ୍ ଆରେଷ୍ଟ ହୋଇସାରିଛନ୍ତି । ତେଣୁ ସାଇବର ଠକ ଠାରୁ ଦୂରେଇ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଆଲର୍ଟ ମୋଡ୍ରେ ରହୁନ୍ତୁ, ସ୍କାମରଙ୍କ କଲ୍ ଉଠାନ୍ତୁ ନାହିଁ ବୋଲି ଯୁବତୀ ଜଣଙ୍କ କହିଛନ୍ତି । ...