ଛତ୍ରପୁର ବ୍ଲକ ଟପ୍ପର ହେଲେ ଅଭିପ୍ସା

ଛତ୍ରପୁର,୨୬।୫(ଦିଲ୍ଲୀପ ସାମଲ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୪ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ବ୍ଲକର ୯୯.୧୬ ପ୍ରତିଶତ ପାସ ହାର ରହିଛି। ଚଳିତ ବର୍ଷ ଛତ୍ରପୁର ବ୍ଲକ ଅନ୍ତର୍ଗତ ସମସ୍ତ ହାଇସ୍କୁଲରୁ ୧୭୮୨ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୧୭୬୭ ଜଣ ଛାତ୍ରୀଛାତ୍ର ପାସ ହୋଇଛନ୍ତି। ଚଳିତ ବର୍ଷ ଛତ୍ରପୁର ବ୍ଲକରେ ଫଳାଫଳ ଭଲ ହୋଇଥିବାରୁ ଛାତ୍ରୀଛାତ୍ର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଛତ୍ରପୁର […] The post ଛତ୍ରପୁର ବ୍ଲକ ଟପ୍ପର ହେଲେ ଅଭିପ୍ସା appeared first on Dharitri Odia News.

ଛତ୍ରପୁର ବ୍ଲକ ଟପ୍ପର ହେଲେ ଅଭିପ୍ସା

ଛତ୍ରପୁର,୨୬।୫(ଦିଲ୍ଲୀପ ସାମଲ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୪ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ବ୍ଲକର ୯୯.୧୬ ପ୍ରତିଶତ ପାସ ହାର ରହିଛି। ଚଳିତ ବର୍ଷ ଛତ୍ରପୁର ବ୍ଲକ ଅନ୍ତର୍ଗତ ସମସ୍ତ ହାଇସ୍କୁଲରୁ ୧୭୮୨ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୧୭୬୭ ଜଣ ଛାତ୍ରୀଛାତ୍ର ପାସ ହୋଇଛନ୍ତି। ଚଳିତ ବର୍ଷ ଛତ୍ରପୁର ବ୍ଲକରେ ଫଳାଫଳ ଭଲ ହୋଇଥିବାରୁ ଛାତ୍ରୀଛାତ୍ର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଛତ୍ରପୁର ସହରର ଅଭିପ୍ସା ପ୍ରିୟଦର୍ଶିନୀ ନେପାକ ମୋଟ ୬୦୦ ରୁ ୫୬୧ ନମ୍ବର ମାର୍କ ରଖି ଛତ୍ରପୁର ବ୍ଲକ ଟପ୍ପର ହୋଇଛନ୍ତି। ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଅଭିପ୍ସା ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଅଟନ୍ତି। ତାଙ୍କ ବାପା ଓ ମା ଦୁହେଁ ଶିକ୍ଷକ। ବାପା ରବିନ୍ଦ୍ରନାଥ ନେପାକ ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ମା’ ଗୀତାଞ୍ଜଳି ମହାନ୍ତି ଛତ୍ରପୁର ବ୍ଲକ ଅନ୍ତର୍ଗତ ରୁକୁଣି ଗାଁ ୟୁପି ସ୍କୁଲରେ ଶିକ୍ଷକତା କରନ୍ତି। ଅଭିପ୍ସାଙ୍କ ସଫଳତାର ଶ୍ରେୟ ପ୍ରଥମେ ବାପା, ମା’, ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କୁ ପ୍ରଦାନ କରିଥିବା ବେଳେ ଭଗବାନଙ୍କ ଆଶୀର୍ବାଦରୁ ସେ ଏହି ସଫଳତାର ଶୀର୍ଷରେ ପହଞ୍ଚି ପାରିଥିବା କହିଛନ୍ତି। ସେ ଦିନକୁ ୬ ରୁ ୭ ଘଣ୍ଟା ପରିଶ୍ରମ କରୁଥିବା ବେଳେ ଆଗାମୀ ଦିନରେ ଜଣେ ଭଲ ଡାକ୍ତର ହୋଇ ରୋଗୀଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଏନେଇ ତାଙ୍କ ବିଦ୍ୟାଳୟ ଏବଂ ଘରେ ମିଠା ବାଣ୍ଟି ଖୁସି ଜାହିର କରିଥିବା ଦେଖିବାକୁ ମିଳିଛି ।

The post ଛତ୍ରପୁର ବ୍ଲକ ଟପ୍ପର ହେଲେ ଅଭିପ୍ସା appeared first on Dharitri Odia News.