କେନାଲକୁ ଖସିଲା କାର୍, ଉଦ୍ଧାର ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର

ସାଲେପୁର ୨୩।୭: କେନାଲକୁ ଖସିଲା କାର୍ । କାର୍‌ରେ ଥିବା ଯୁବକଙ୍କ ମୃତ୍ୟୁ । କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଭେଡା ଠାରେ ପଟ୍ଟାମୁଣ୍ଡାଇ କେନାଲରୁ ଭାରସାମ୍ୟ ହରାଇ ଖସିଥିଲା କାର୍ ।ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଜଇପୁର ଫାଣ୍ଡି ଅଧୀନ ସାହାପୁର ଗ୍ରାମ ପଞ୍ଚାୟତ ଅରିଲୋ ଗ୍ରାମର ବ୍ରହ୍ମାନନ୍ଦ ରାଉତଙ୍କ ପୁଅ ଅନୀଲ କୁମାର ରାଉତ ତାଙ୍କ ନିଜ କାର୍‌ରେ ଭୁବନେଶ୍ୱରରୁ ତାଙ୍କ ବାପାଙ୍କୁ ନେବା ପାଇଁ ଘର ଅଭିମୁଖେ ଆସୁଥିଲେ । ସେହି ସମୟରେ ଭେଡା ଠାରେ ଭାରସାମ୍ୟ ହରାଇ ପଟ୍ଟାମୁଣ୍ଡାଇ କେନାଲ ମଧ୍ୟକୁ କାର୍‌ଟି ଖସି ପଡିଥିଲା । କେନାଲରେ ପାଣି ଅଧିକ ଥିବାରୁ କାର୍‌ଟି ବୁଡ଼ିବାକୁ ଲାଗିଥିଲା । ନିକଟରେ କାମ କରୁଥିବା କିଛି ଚାଷୀ ମାନେ ଦୌଡ଼ି ଆସି କାର୍ କାଚ ଭାଙ୍ଗି ଅନୀଲଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ କୁଆଁପାଳ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଅବସ୍ଥାରେ ଅନୀଲଙ୍କୁ ଉଦ୍ଧାର କରିବା ସହ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।You Can Read:ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା, ୨୬ ତାରିଖ ଯାଏ ଭିଜିବ ଉତ୍ତର ଓ ଦକ୍ଷିଣ ଓଡ଼ିଶା

କେନାଲକୁ ଖସିଲା କାର୍, ଉଦ୍ଧାର ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର

ସାଲେପୁର ୨୩: କେନାଲକୁ ଖସିଲା କାର୍ । କାର୍‌ରେ ଥିବା ଯୁବକଙ୍କ ମୃତ୍ୟୁ । କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଭେଡା ଠାରେ ପଟ୍ଟାମୁଣ୍ଡାଇ କେନାଲରୁ ଭାରସାମ୍ୟ ହରାଇ ଖସିଥିଲା କାର୍ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଜଇପୁର ଫାଣ୍ଡି ଅଧୀନ ସାହାପୁର ଗ୍ରାମ ପଞ୍ଚାୟତ ଅରିଲୋ ଗ୍ରାମର ବ୍ରହ୍ମାନନ୍ଦ ରାଉତଙ୍କ ପୁଅ ଅନୀଲ କୁମାର ରାଉତ ତାଙ୍କ ନିଜ କାର୍‌ରେ ଭୁବନେଶ୍ୱରରୁ ତାଙ୍କ ବାପାଙ୍କୁ ନେବା ପାଇଁ ଘର ଅଭିମୁଖେ ଆସୁଥିଲେ । ସେହି ସମୟରେ ଭେଡା ଠାରେ ଭାରସାମ୍ୟ ହରାଇ ପଟ୍ଟାମୁଣ୍ଡାଇ କେନାଲ ମଧ୍ୟକୁ କାର୍‌ଟି ଖସି ପଡିଥିଲା । କେନାଲରେ ପାଣି ଅଧିକ ଥିବାରୁ କାର୍‌ଟି ବୁଡ଼ିବାକୁ ଲାଗିଥିଲା । ନିକଟରେ କାମ କରୁଥିବା କିଛି ଚାଷୀ ମାନେ ଦୌଡ଼ି ଆସି କାର୍ କାଚ ଭାଙ୍ଗି ଅନୀଲଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ କୁଆଁପାଳ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଅବସ୍ଥାରେ ଅନୀଲଙ୍କୁ ଉଦ୍ଧାର କରିବା ସହ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା, ୨୬ ତାରିଖ ଯାଏ ଭିଜିବ ଉତ୍ତର ଓ ଦକ୍ଷିଣ ଓଡ଼ିଶା