ପିଲାଙ୍କ ପାଇଁ ଆସିଲା ଖୁସିଖବର: ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, କେବେଠୁ ହେବ ଲାଗୁ
ଭୁବନେଶ୍ୱର,୫।୭: ସ୍କୁଲ ପିଲାଙ୍କ ପାଇଁ ଆସିଲା ଖୁସିଖବର। ଏଣିକି ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ । ଅପହଞ୍ଚ ଅଞ୍ଚଳରେ ପିଲାଙ୍କ ଶିକ୍ଷା ପାଇଁ ସରକାର ଯୋଜନା କରୁଛନ୍ତି। ସ୍କୁଲ ଦୂରରେ ଥିବାରୁ ସମସ୍ୟାର ସମ୍ମୁଖୀନ ହେଉଥିବା ଛାତ୍ରୀଛାତ୍ରଙ୍କ ଯିବା ଆସିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହି ଯୋଜନାରେ ୩୦ ଜିଲାର ୩୫ ହଜାର ୬୭ ଜଣ ଛାତ୍ରୀଛାତ୍ର ଉପକୃତ ହେବେ । ବିଶେଷ କରି ପ୍ରାଥମିକ ଓ […] The post ପିଲାଙ୍କ ପାଇଁ ଆସିଲା ଖୁସିଖବର: ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, କେବେଠୁ ହେବ ଲାଗୁ appeared first on Dharitri Odia News.
ଭୁବନେଶ୍ୱର,୫।୭: ସ୍କୁଲ ପିଲାଙ୍କ ପାଇଁ ଆସିଲା ଖୁସିଖବର। ଏଣିକି ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ । ଅପହଞ୍ଚ ଅଞ୍ଚଳରେ ପିଲାଙ୍କ ଶିକ୍ଷା ପାଇଁ ସରକାର ଯୋଜନା କରୁଛନ୍ତି। ସ୍କୁଲ ଦୂରରେ ଥିବାରୁ ସମସ୍ୟାର ସମ୍ମୁଖୀନ ହେଉଥିବା ଛାତ୍ରୀଛାତ୍ରଙ୍କ ଯିବା ଆସିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହି ଯୋଜନାରେ ୩୦ ଜିଲାର ୩୫ ହଜାର ୬୭ ଜଣ ଛାତ୍ରୀଛାତ୍ର ଉପକୃତ ହେବେ । ବିଶେଷ କରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ପିଲାମାନେ ଏହି ଯୋଜନରେ ଲାଭ ଉଠାଇ ପାଇପାରିବେ ।
ବିଭିନ୍ନ ଜିଲାରେ ସରକାରୀ ବିଦ୍ୟାଳୟଗୁଡିକ ଦୂରରେ ଥିବାରୁ ପିଲାମାନେ ଅଧାରୁ ପାଠ ଛାଡୁଥିବା ସମସ୍ୟା ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷେ ଯେଉଁ ଛାତ୍ରୀଛାତ୍ରମାନଙ୍କର ବିଦ୍ୟାଳୟରେ ୭୫ ପ୍ରତିିଶତ ଉପସ୍ଥାନ ହୋଇଥିବ ସେମାନଙ୍କୁ ଏହି ଯୋଜନାରେ ଆର୍ଥିକ ସହାୟତା ମିଳିବ ବୋଲି ଓସେପା ପକ୍ଷରୁ କୁହାଯାଇଛି ।
The post ପିଲାଙ୍କ ପାଇଁ ଆସିଲା ଖୁସିଖବର: ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, କେବେଠୁ ହେବ ଲାଗୁ appeared first on Dharitri Odia News.