ଛାଡପତ୍ର ଗୁଜବ ଭିତରେ ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଲେ ବାପାଙ୍କ ବିନା ସହମତିରେ…

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଗୁଜବକୁ ନେଇ ଏବେ ବି ଚର୍ଚ୍ଚା ଜାରି ରହିଛି। ଇତିମଧ୍ୟରେ ଐଶଙ୍କ ଏକ ଭିଡିଓ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି। ଯେତେବେଳେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପରିବାର ବିନା ଅନନ୍ତ ଅମ୍ବାନୀଙ୍କ ବିବାହରେ ପହଞ୍ଚିଲେ, ସେତେବେଳେ ଛାଡପତ୍ର ଗୁଜବ ଆରମ୍ଭ ହୋଇଥିଲା। ଏବେ ଅଭିଷେକ ବଚ୍ଚନଙ୍କ ସହ ବଲିଉଡ ଅଭିନେତ୍ରୀ ନିମ୍ରତ କୌରଙ୍କ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚା ହେଉଛି, କିନ୍ତୁ ଗୁଜବକୁ ଅସ୍ବୀକାର କରିବା ପରିବର୍ତ୍ତେ […] The post ଛାଡପତ୍ର ଗୁଜବ ଭିତରେ ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଲେ ବାପାଙ୍କ ବିନା ସହମତିରେ… appeared first on Dharitri Odia News.

ଛାଡପତ୍ର ଗୁଜବ ଭିତରେ ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଲେ ବାପାଙ୍କ ବିନା ସହମତିରେ…

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଗୁଜବକୁ ନେଇ ଏବେ ବି ଚର୍ଚ୍ଚା ଜାରି ରହିଛି। ଇତିମଧ୍ୟରେ ଐଶଙ୍କ ଏକ ଭିଡିଓ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି। ଯେତେବେଳେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପରିବାର ବିନା ଅନନ୍ତ ଅମ୍ବାନୀଙ୍କ ବିବାହରେ ପହଞ୍ଚିଲେ, ସେତେବେଳେ ଛାଡପତ୍ର ଗୁଜବ ଆରମ୍ଭ ହୋଇଥିଲା। ଏବେ ଅଭିଷେକ ବଚ୍ଚନଙ୍କ ସହ ବଲିଉଡ ଅଭିନେତ୍ରୀ ନିମ୍ରତ କୌରଙ୍କ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚା ହେଉଛି, କିନ୍ତୁ ଗୁଜବକୁ ଅସ୍ବୀକାର କରିବା ପରିବର୍ତ୍ତେ ଐଶ ଓ ଅଭିଷେକ ଚୁପ ରହିଛନ୍ତି।

ତେବେ ଛାଡପତ୍ର ଚର୍ଚ୍ଚା ଭିତରେ ବର୍ତ୍ତମାନ ଐଶ୍ୱର୍ଯ୍ୟା ରାୟଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଅଭିଷେକ ବଚ୍ଚନଙ୍କ ସହ ତାଙ୍କ ବିବାହ ବିଷୟରେ କହୁଥିବାର ନଜର ଆସୁଛନ୍ତି।

ଐଶ୍ୱର୍ଯ୍ୟା-ଅଭିଷେକ ୨୦୦୭ ଏପ୍ରିଲ ୨୦ରେ ବିବାହ କରିଥିଲେ। ଯାହା ଗଣମାଧ୍ୟମର ସର୍ବାଧିକ ଧ୍ୟାନ ଆକର୍ଷଣ କରିଥିଲା। ତେବେ ଖୁବ କମ ଲୋକ ଏହି ଦମ୍ପତିଙ୍କ ‘ରୋକା’ ସମାରୋହର କାହାଣୀ ଜାଣିଛନ୍ତି। ଏକ ଥ୍ରୋବ୍ୟାକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା ରାୟ ପ୍ରକାଶ କରିଥିଲେ ଯେ, ଅଭିଷେକ ବଚ୍ଚନ ତାଙ୍କୁ ବିବାହ ପ୍ରସ୍ତାବ ଦେବା ପରେ ତାଙ୍କର କିପରି ରୋକା କରାଯାଇଥିଲା। ଐଶ୍ୱର୍ଯ୍ୟା କହିଛନ୍ତି ଯେ, ରୋକା ସମାରୋହ ହଠାତ୍‌ ଏବଂ ତାଙ୍କ ବାପାାଙ୍କ ବିନା ସହମତିରେ ହୋଇଥିଲା। ସେ ସହର ବାହାରେ ଥିଲେ, ତେଣୁ ବଚ୍ଚନ ପରିବାର ଏହି ଉତ୍ସବ ପାଇଁ ତାଙ୍କ ଘରକୁ ଆସିଥିଲେ। ସେ କହିଥିଲେ, ‘ମୁଁ ଜାଣି ନଥିଲି ଯେ, ରୋକା ଭଳି ଜିନିଷ ଅଛି। ଆମେ ଦକ୍ଷିଣ ଭାରତୀୟ, ତେଣୁ ମୁଁ ଜାଣେ ନାହିଁ ରୋକା କଣ ଏବଂ ହଠାତ ତାଙ୍କ ଘରୁ ଆମ ଘରକୁ କଲ ଆସିଲା – ଆମେ ଆସୁଛୁ। ଏହି କଥା ଶୁଣି ଐଶ୍ୱର୍ଯ୍ୟା ହଠାତ କିଛି ସମୟ ଚୁପ ହୋଇଯାଇଥିଲେ। ମୁଁ ଭାବିଲି ହେ ଭଗବାନ, କଣ ହେଉଛି…ଭିଡିଓରେ ଏପରି କହିଛନ୍ତି ଐଶ।

ଏହି କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଐଶ। କାରଣ ସେହି ସମୟରେ ତାଙ୍କ ବାପା କୃଷ୍ଣରାଜ ରାୟ ସହରରେ ଉପସ୍ଥିତ ନ ଥିଲେ। ସାଧାରଣତଃ, ଉଭୟ ବାପାମାଆ ଏହିପରି ଗୁରୁତ୍ୱପୂର୍ଣ୍ଣ ସମାରୋହରେ ଉପସ୍ଥିତ ଥାଆନ୍ତି, କିନ୍ତୁ ଐଶ୍ୱର୍ଯ୍ୟାଙ୍କ ବାପାଙ୍କୁ ଫୋନ ମାଧ୍ୟମରେ ତାଙ୍କ ଏହି ସମାରୋହରେ ଉପସ୍ଥିତ ରହିବାକୁ ପଡ଼ିଥିଲା।

The post ଛାଡପତ୍ର ଗୁଜବ ଭିତରେ ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଲେ ବାପାଙ୍କ ବିନା ସହମତିରେ… appeared first on Dharitri Odia News.