ମା’ଝିଅଙ୍କୁ ଛୁରାମାଡ଼ ଘଟଣା ,ଝିଅ ମୃତ ମା’ ଗରୁତର
ସମ୍ବଲପୁର : ପୂର୍ବ ଶତ୍ରୁତାରୁ ମା’ଝିଅଙ୍କୁ ଛୁରାମାଡ଼ ଘଟଣା । ୪ ଦିନ ପରେ ହସ୍ପିଟାଲରେ ଆଖି ବୁଜିଲେ ଝିଅ ପାୟଲ ଦାଶ । ବର୍ତ୍ତମାନ ସୁଦ୍ଧା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ମା’ଇନ୍ଦୁ ଦାଶ । ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପାୟଲଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତ ୧୪ ତାରିଖ ଦିନ ଦୋକାନ ଖୋଲିବାକୁ ଯାଉଥିବା ସମୟରେ ଉଭୟ ମା’ ଝିଅଙ୍କୁ ରାସ୍ତା ମଝିରେ ଛୁରାମାଡ଼ କରି ଫେରାର ହୋଇଯାଇଥିଲା […]

ସମ୍ବଲପୁର : ପୂର୍ବ ଶତ୍ରୁତାରୁ ମା’ଝିଅଙ୍କୁ ଛୁରାମାଡ଼ ଘଟଣା । ୪ ଦିନ ପରେ ହସ୍ପିଟାଲରେ ଆଖି ବୁଜିଲେ ଝିଅ ପାୟଲ ଦାଶ । ବର୍ତ୍ତମାନ ସୁଦ୍ଧା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ମା’ଇନ୍ଦୁ ଦାଶ । ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପାୟଲଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତ ୧୪ ତାରିଖ ଦିନ ଦୋକାନ ଖୋଲିବାକୁ ଯାଉଥିବା ସମୟରେ ଉଭୟ ମା’ ଝିଅଙ୍କୁ ରାସ୍ତା ମଝିରେ ଛୁରାମାଡ଼ କରି ଫେରାର ହୋଇଯାଇଥିଲା ପଡୋଶୀ ସୁରଜ ହାତୀ । ଘଟଣାସ୍ଥଳରୁ ମା’ ଝିଅଙ୍କୁ ଉଦ୍ଧାର କରି ବୁର୍ଲାର ଏକ ଘରୋଇ ମେଡିକାଲରେ ଭର୍ତି କରିଥିଲେ ସ୍ଥାନୀୟ ଲୋକେ ।
ସୂଚନାନୁସାରେ,ସମ୍ବଲପୁର ସହର ଅଇଁଠାପାଲି ଫାଟକ ମହାମାୟା ମନ୍ଦିର ସମ୍ମୁଖରେ ଏକ ଛୋଟ ଟେଲରିଂ ଦୋକାନ କରି ମା’ଝିଅ ପରିବାର ଚଳାଉଥିଲେ । ପାୟଲଙ୍କ ବାପା ଜଣେ ରାଜ ମିସ୍ତ୍ରୀ ଭାବରେ କାମ କରୁଥିବାବେଳେ ବର୍ତ୍ତମାନ ଅସୁସ୍ଥ ହୋଇ ଘରେ ରହୁଛନ୍ତି । ତେବେ ସେମାନେ ଯୋଡ଼ି ଦାନୀପାଲିରେ ଏକ ଜମି କିଣି ବହୁ କଷ୍ଟରେ ଘରଟିଏ କରିଥିଲେ । ମାତ୍ର ଜମି କିଣିବା ପରଠାରୁ ପଡୋଶୀ ସୁରଜ ହାତୀ ସେମାନଙ୍କ ସହ ଗଣ୍ଡଗୋଳ କରି ଆସୁଥିଲେ । ଏହି ଘଟଣାରେ ଗତ ୧୪ ତାରିଖ ସକାଳେ ଇନ୍ଦୁ ଦାଶ ଓ ଝିଅ ପାୟଲ ଦାଶ ନିଜ ଲେଡିଜ ଟେଲର ଦୋକାନକୁ ଯାଉଥିଲେ। ମାତ୍ର ଫାଟକ ମହାମାୟା ମନ୍ଦିର ସମ୍ମୁଖରେ ଅଭିଯୁକ୍ତ ସୁରଜ ହାତୀ ଅତର୍କିତ ଭାବେ ସେମାନଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲା । ତେବେ ୧୫ ତାରିଖରେ ପୁଲିସ ସୁରଜଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।