ବିଦ୍ୟୁତ ତାର ଲାଗି ହାତୀ ମୃତ
ସୁନ୍ଦରଗଡ଼ : ବିଦ୍ୟୁତ ତାର ନେଲା ମାଈ ହାତୀର ଜୀବନ । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଵଲାଣୀ ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ଏଭଳି ଅଘଟଣ ଘଟିଛି। ହାତୀର ମୃତ୍ୟୁ ହେବା ଖବର ପାଇବା ପରେ ବନ ବିଭାଗର କର୍ମଚାରୀ ଜଙ୍ଗଲରେ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତ ହାତୀର ଵୟସ ୧୨ରୁ ୧୫ ଵର୍ଷର ହେବ ବୋଲି ଜଣାପଡିଛି। ଏହି ଘଟଣାରେ ବନବିଭାଗ ପକ୍ଷରୁ ତଦନ୍ତ ଜାରି […]

ସୁନ୍ଦରଗଡ଼ : ବିଦ୍ୟୁତ ତାର ନେଲା ମାଈ ହାତୀର ଜୀବନ । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଵଲାଣୀ ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ଏଭଳି ଅଘଟଣ ଘଟିଛି। ହାତୀର ମୃତ୍ୟୁ ହେବା ଖବର ପାଇବା ପରେ ବନ ବିଭାଗର କର୍ମଚାରୀ ଜଙ୍ଗଲରେ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତ ହାତୀର ଵୟସ ୧୨ରୁ ୧୫ ଵର୍ଷର ହେବ ବୋଲି ଜଣାପଡିଛି। ଏହି ଘଟଣାରେ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।
ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ହାତୀଟି ଖାଦ୍ୟ ଅନ୍ୱେଷଣରେ ପଞ୍ଚାୟତ ନୂଆଗାଁ ନିକଟ ଜଙ୍ଗଲରେ ପଶିଆସିଥିଲା । ଏହି ସମୟରେ ନୂଆଗାଁ ନିକଟ ଜଙ୍ଗଲ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ହାତୀଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ମୃତଦେହ ଉଦ୍ଧାର କରିଛି। ତେବେ ବାରମ୍ବାର ଏହିପରି ହାତୀଙ୍କର ମୃତ୍ୟୁ ଘଟୁଥିବାରୁ ସମସ୍ତେ ଚିନ୍ତାରେ ଅଛନ୍ତି। ଏପରିକି କାହିଁକି ଏପରି ଘଟଣା ବାରମ୍ବାର ଘଟୁଛି ତାହାର ତଦନ୍ତ ମଧ୍ୟ ଜାରି ରହିଛି।