ଗୃହରେ ଉଠିଲା ସାମ୍ବାଦିକଙ୍କୁ ପେନଶନ ପ୍ରସଙ୍ଗ
ଭୁବନେଶ୍ୱର : ବିଧାନସଭାରେ ଉଠିଲା କାର୍ଯ୍ୟରତ ସାମ୍ବାଦିକଙ୍କ ସମସ୍ୟା ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ପୂର୍ବ ସରକାର ସାମ୍ବାଦିକ ମାନଙ୍କୁ ୫ ଲକ୍ଷ ଟଙ୍କା ବୀମା ରାଶି ଦେଉଥିଲେ । ହେଲେ ତାଙ୍କ ବାପା-ମା’ଙ୍କୁ କୌଣସି ସୁବିଧା ନାହିଁ । ଏ ସରକାର ସାମ୍ବାଦିକ ମାନଙ୍କୁ ବୀମା ରାଶି ସହ ସ୍ବାସ୍ଥ୍ୟ ବିମାରେ ପିତା ମାତାଙ୍କୁ ସଂଯୋଗ କରାଯାଉ ବୋଲି ଶୂନ୍ୟକାଳରେ ଦାବି ରଖିଛନ୍ତି । ଏହା […]

ଭୁବନେଶ୍ୱର : ବିଧାନସଭାରେ ଉଠିଲା କାର୍ଯ୍ୟରତ ସାମ୍ବାଦିକଙ୍କ ସମସ୍ୟା ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ପୂର୍ବ ସରକାର ସାମ୍ବାଦିକ ମାନଙ୍କୁ ୫ ଲକ୍ଷ ଟଙ୍କା ବୀମା ରାଶି ଦେଉଥିଲେ । ହେଲେ ତାଙ୍କ ବାପା-ମା’ଙ୍କୁ କୌଣସି ସୁବିଧା ନାହିଁ । ଏ ସରକାର ସାମ୍ବାଦିକ ମାନଙ୍କୁ ବୀମା ରାଶି ସହ ସ୍ବାସ୍ଥ୍ୟ ବିମାରେ ପିତା ମାତାଙ୍କୁ ସଂଯୋଗ କରାଯାଉ ବୋଲି ଶୂନ୍ୟକାଳରେ ଦାବି ରଖିଛନ୍ତି ।
ଏହା ସହ ସାମ୍ବାଦିକଙ୍କ ପାଇଁ ପେନସନ ସେବା ଯୋଗାଇଦିଆଯାଉ । ପାଖାପାଖି ୧୭ଟି ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା ରହିଛି । ହେଲେ ଆମ ରାଜ୍ୟରେ ନାହିଁ । ଏହାସହ ଗଣମାଧ୍ୟମକୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯିବା ଦରକାର। ପ୍ରେସ ଏକାଡେମୀ ଗଠନ ସାଙ୍ଗକୁ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ୟ୍ୟକାରୀ କରାଯାଉ । ବେଳେବେଳେ ଦେଖିବାକୁ ମିଳୁଛି ଅଫିସର ଓ ସାମ୍ବାଦିକଙ୍କ ମଧ୍ୟରେ କିଛି ବିବାଦ ରହୁଛି, ଫଳରେ ଖବର ସଂଗ୍ରହରେ ବାଧା ସୃଷ୍ଟି ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୂଚନା ପ୍ରସାରଣ ବିଭାଗ ରହିଛି। ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରିବାକୁ ଅପିଲ କରିଛନ୍ତି ବିଧାୟକ ଗୌତମବୁଦ୍ଧ ଦାସ।